ନୀଚ୍ଚ ଜାତିର ବୋହୂକୁ ଠାକୁର ଘର ମନା , ଶାଶୁ ଘରେ ଦେଉଛନ୍ତି ନିର୍ଯ୍ୟା-ତନା

ସମାଜ ଏତେ ଆଗରେ ଯାଇ ପହଞ୍ଚି ଗଲାଣି । ଲୋକଙ୍କ ଚିନ୍ତାଧାରା ବଦଳି ଗଲାଣି । ସମସ୍ତେ ଅନେକ ପରିବର୍ତ୍ତନ ମଧ୍ୟ ହୋଇ ସାରିଲେଣି । କିନ୍ତୁ ଆଜି ବି ପ୍ରାୟତଃ ସମସ୍ତଙ୍କ ମନରେ ଉଜ୍ଜୀ-ବିତ ହୋଇ ରହିଛି ଜାତି ପ୍ରଥା ଭେଦଭାବ । ଏହି ନାମଟି ସତରେ ଯେମିତି ସମସ୍ତଙ୍କ ମନ ମଧ୍ୟରେ ଘର ବାନ୍ଧି ବସିଛି । ଉଚ୍ଚ ନୀଚ୍ଚ ଏହି ଶବ୍ଦ ଆଗରୁ ରହି ଆସିଛି ଆଉ ଏବେ ବି ପ୍ରଚଳିତ ହେଉଛି । ଆଉ କେବଳ ଏଥିପାଇଁ ହିଁ ସମାଜରେ କେତେ କେତେ ସମ୍ପ-ର୍କ ଭାଙ୍ଗି ଯାଉଛି । ଜାତିପ୍ରଥା ଦେଖାଇ କେତେ ଯେ ଦୁଇ ମନ ଅଲଗା ହୋଇ ଯାଉଛନ୍ତି ।

ତେବେ ପୁଣିଥରେ ଏହାକୁ ନେଇ ଏକ ଚଳିତ କରିଦେବା ଭଳି ଘ-ଟଣା ସାମ୍ନାକୁ ଆସିଛି । ଜଣେ ବୋହୂ ବିବାହର ଅଢେଇ ବର୍ଷ ପରେ ମଧ୍ୟ ବୋହୂର ଅଧିକାର ପାଇ ପାରୁ ନାହିଁ ଆଉ ଆଜି ବି ସେ ଟିକିଏ ନ୍ୟା-ୟ ପାଇବା ପାଇଁ ସଂ-ଘର୍ଷ କରି ଚାଲିଛି । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଅଞ୍ଚଳରେ । ସୂଚନା ଅନୁଯାୟୀ , ଭାଗବତ ଜେନାଙ୍କ ସାନ ପୁଅ ଶଶାଙ୍କ ଜେନାଙ୍କୁ ବସ୍ତା ଥା-ନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଯୁବତୀ ପୂର୍ଣ୍ଣିମା ଅଢେଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ।

ଏହାପରେ ଆରମ୍ଭ ହୋଇ ଯାଇଥିଲା ପାରିବାରିକ ଝଡ଼ । କାହିଁକି ନା ପୂର୍ଣ୍ଣିମା ଥିଲେ ଶଶାଙ୍କ ଠାରୁ ନୀଚ୍ଚ ଜାତିର । ଯେଉଁଥିପାଇଁ ତାଙ୍କୁ ଶାଶୁ ଘର ଲୋକ ଠାକୁର ଘରେ ପଶିବା ପାଇଁ ମନା କରିବା ସହିତ ହାଣ୍ଡିଶାଳ ମଧ୍ୟ ଛୁଇଁବା ପାଇଁ ମନା କରିଥିଲେ । ଆଉ ଏମିତିକି ଅଢେଇ ବର୍ଷ ବିତି ଗଲାଣି , ତଥାପି ସେହି ସମାନ ଘ-ଟଣା ଘଟି ଚାଲିଛି । ଅନେକ ଥର ଏହାକୁ ନେଇ ପୂର୍ଣ୍ଣିମା ଥା-ନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ କିଛି ନ୍ୟା-ୟ ମିଳି ପାରି ନଥିଲା । ଆଉ ଏବେ ପୁଣି ତାହାକୁ ନେଇ ଥା-ନାରେ ଯାଇ ବସିଛନ୍ତି ସେ ।

ତାଙ୍କର ଗୋଟିଏ ଦାବି ତାଙ୍କୁ ବୋହୂର ଅଧିକାର ମିଳୁ । ସେ ଏମିତି ଆଉ କେତେ ଦିନ ସହିବେ । ଜାତି ପ୍ରଥା ପାଇଁ ସେ ଆଜି ବି ପୀ-ଡିତ ହେଉଛନ୍ତି । ଅନ୍ୟ ପକ୍ଷରେ ସ୍ଵାମୀଙ୍କ ସହିତ ସ-ମ୍ପର୍କ ବିଷୟରେ ସେ କହିଛନ୍ତି କି , ସେହି ବିବାହର କିଛି ମାସ ପର୍ଯ୍ୟନ୍ତ ଆଉ ପିଲା ହୋଇ ଯିବା ପର୍ଯ୍ୟନ୍ତ ସେ ଠିକ୍ ଥିଲେ ଆଉ ଧୀରେ ଧୀରେ ସେ ମଧ୍ୟ ବଦଳି ଗଲେଣି । ନିଜ ପରିବାର ଲୋକଙ୍କ କଥା ମାନିବାକୁ ଲାଗିଛନ୍ତି । ଏପରିକି କହୁଛନ୍ତି ଯଦି ଠାକୁର ଘରେ ପଶିବୁ , ତାହାଲେ ତୋ ଗୋଡ କା-ଟି ଦେବି । ତେବେ କା-ନ୍ଦି କା-ନ୍ଦି ପୂର୍ଣ୍ଣିମା ନିଜ ନ୍ୟା-ୟ ପାଇବା ଆଶାରେ ଅନାଇ ବସିଛନ୍ତି । କେବେ ତାଙ୍କୁ ନ୍ୟା-ୟ ମିଳିବ ।

Leave a Reply

Your email address will not be published. Required fields are marked *