ଲୋକ ଡାଉନ ରୁ ପ୍ରେମ ଆରମ୍ଭ ଆଉ ତାପରେ ବିବାହ । ନିଜ ଲୋଭଷ୍ଟୋରିକୁ ନେଇ ଏମିତି କିଛି କହିଲେ ରଶ୍ମି ଏବଂ ଆର୍ୟନ ।

ଲୋକ ଡାଉନର ପ୍ରଥମ ଲହର ସମୟରେ ଲୋକେ ପ୍ରାୟ ବାହାରକୁ ଯାଉ ନଥିଲେ । ଆଉ ସେହି ସମୟରେ ଟିକଟକ ଅଧିକ ପ୍ରଚଳିତ ଥିଲା । ଆଉ ସେହି ସମୟରୁ ହିଁ ଆରମ୍ଭ ହୋଇଥିଲା ଆର୍ୟନ ଏବଂ ରଶ୍ମିଙ୍କ ପ୍ରେମ । ଆଉ ମାତ୍ର କେଇଟା ମାସ ପରେ ହିଁ ଦୁହେଁ ବିବାହ କରିଥିଲେ ଏବଂ ଜନ୍ମ ଜନ୍ମାନରର ସାଥି ହୋଇ ଯାଇଥିଲେ ।

ଆଉ ବର୍ତ୍ତମାନ ଗଣମାଧ୍ୟମରେ ନିଜର ଲୋଭ୍ ଷ୍ଟୋରିକୁ ନେଇ କିଛି ଏଭଳି କହିଛନ୍ତି ଆର୍ୟନ ଏବଂ ରଶ୍ମି । ଆର୍ୟନ କହିଛନ୍ତି ଯେ ରଶ୍ମିଙ୍କ ପୂର୍ବରୁ ସେ ଜଣକ ସହିତ ରିଲେଶନଶିପରେ ଥିଲେ । କିନ୍ତୁ ସେଥିରେ ଧୋକା ପାଇବା ପରେ ସେ ଆଉ କାହାକୁ ଜୀବନରେ ଭଲ ପାଇବେ ନାହିଁ ବୋଲି ଭାବିଥିଲେ ।

କିନ୍ତୁ ତାପରେ ରଶ୍ମି ତାଙ୍କ ଜୀବନକୁ ଆସିଥିଲେ । ଟିକଟକ କାହା ଜୀବନ ବର୍ବାଦ କରିଥାଇ ପାରେ କିମ୍ବା କାହାର କିଛି ଲାଭ କରିଥାଇ ପାରେ । କିନ୍ତୁ ତାହା ରଶ୍ମି ଏବଂ ଆର୍ୟନଙ୍କ ଜୀବନ ବଦଳାଇ ଦେଇଥିଲା । ନେମ ଏବଂ ଫେମ ସହିତ ସ୍ଥାୟୀ ସମ୍ପର୍କ ମଧ୍ୟ ଗଢ଼ିଥିଲା ଉଭୟଙ୍କ ମଧ୍ୟରେ ।

ଆଉ ବର୍ତ୍ତମାନ ସେମାନଙ୍କ ବିବାହକୁ ୨ ବର୍ଷରୁ ଉର୍ଦ୍ଧ୍ବ ବିତି ଯାଇଥିଲେ ହେଁ । ଦୁହେଁ ସେମିତି ପରସ୍ପରକୁ ଭଲପାଇବା ଏବଂ ସମ୍ମାନ ଦେଉଥିବା କହିଛନ୍ତି । ଉଭୟଙ୍କ ପରିବାର ଲୋକେ ମଧ୍ୟ ବେଶ ଖୁସି । ବର୍ତ୍ତମାନ ଯେତେବେଳେ ଆର୍ୟନ ଏବଂ ରଶ୍ମିଙ୍କୁ ବିବାହ ପରର ଜୀବନ ବିଷୟରେ ପଚରା ଯାଇଛି ସେତେବେଳେ ସେମାନେ କହିଛନ୍ତି ଯେ ୨ ବର୍ଷ ତଳେ ଯେମିତି ଥିଲା ଏବେବି ଠିକ ସେମିତି ହିଁ ଅଛି ।

ଆଉ ଯେତେବେଳେ ଆର୍ୟନଙ୍କୁ ପଚରା ଯାଇଥିଲା ଯେ ରଶ୍ମି ରାଗିଲେ ସେ କେମିତି ମନାନ୍ତି । ସେତେବେଳେ ସେ କହିଥିଲେ ଯେ ଗୋଟିଏ ହୋଗ ଓ କିସ ହିଁ ଯଥେଷ୍ଟ ହୋଇଥାଏ । ଯେତେବେଳେ ଆର୍ୟନଙ୍କୁ ତାଙ୍କ ପରିବାର କିଭଳି ବିବାହ ପାଇଁ ରାଜି ହେଲେ ବୋଲି ପଚରା ଯାଇଥିଲା ସେତେବେଳେ ସେ କହିଥିଲେ ଯେ ତାଙ୍କ ତରଫରୁ ସେ କାହାକୁ ବି କିଛି ବୁଝାଇ ନଥିଲେ ବରଂ ରଶ୍ମି ଏକୁଟିଆ ହିଁ ଉଭୟ ପରିବାରକୁ ବିବାହ ପାଇଁ ରାଜି କରାଇ ଥିଲେ । ତେବେ ଟିକଟକ ରୁ ଭଲ ପାଇବା ଓ ଲଗ ଡାଉନ ସମୟରେ ବାହାଘର ଏହି ଭଳି ଭାବରେ ସୁନ୍ଦର ଅନୁଭୂତି ବିଷୟରେ ସେୟାର କରିଛନ୍ତି ଆରି୍ୟାନ ଓ ରଶ୍ମି ।

Leave a Reply

Your email address will not be published. Required fields are marked *