ମାଓବାଦୀଙ୍କ ଏତେ ବଡ଼ ସୁଡ଼ଙ୍ଗ ଦେଖନ୍ତୁ । ଏତେ ବଡ଼ ସୁଡ଼ଙ୍ଗ ଦେଖି ଛାନିଆ ପୋଲିସ୍ ।

ବନ୍ଧୁଗଣ ଛତିଶଗଡ଼ରେ ଦନ୍ତେୱାଡ଼ା ହେଉଛି ନକ୍ସଲ ପ୍ରଭାବିତ ଜିଲ୍ଲା । ଏହି ଜିଲ୍ଲାରେ ୧୪ ହଜାର ଜନସଂଖ୍ୟା ରହିଥିବା ବେଳେ ଚାରିଆଡେ ଘନଜଙ୍ଗଲ ଭରି ରହିଛି । ଏହି ଜଙ୍ଗଲରେ ନକ୍ସଲମାନେ ଲୁଚି ରହିଥାଆନ୍ତି । ଏହି ଜଙ୍ଗଲରେ ଥାନା ନକ୍ସଲମାନେ ପୁଲିସ କର୍ମଚାରୀ ଓ ଯବାନଙ୍କ ଉପରକୁ ଆକ୍ରମଣ କରିଥାଆନ୍ତି । ସମ୍ପ୍ରତି ପୁଲିସ ଦନ୍ତେୱାଡ଼ାରେ ନକ୍ସଲ ଅପରେସନ ବେଳେ ଏକ ବଙ୍କର ଠାବ କରିଛି । ଏହି ବଙ୍କରକୁ ପୁଲିସ ପଥମ ଥର ଦେଖିବାକୁ ପାଇଛି । ଏହି ସୁଡ଼ଙ୍ଗ ଦନ୍ତେୱାଡ଼ା–ବୀଜାପୁର ସୀମା ମାଧ୍ୟରେ ତିଆରି କରାଯାଇଛି ।

ଉକ୍ତ ସୁଡ଼ଙ୍ଗ ଖୁବ ଗଭୀର ରହିଛି । ଏହା ମାଧ୍ୟମରେ ନକ୍ସଲମାନେ ପୁଲିସ ଉପରେ ଆକ୍ରମଣ କରିଥିବା ଯୋଜନା ରଖିଥିବା ସୂଚନା ମିଳିଛି । ଉକ୍ତ ସୁଡ଼ଙ୍ଗକୁ ନକ୍ସଲମାନେ କିଛି କାଠ ଓ ମାଟିରେ ଘୋଡ଼ାଇ ରଖିଥିଲେ । ଏଭଳି ସୁଡ଼ଙ୍ଗ ମଧ୍ୟରେ ନକ୍ସଲମାନେ ଲୁଚି ରହିବା ପ୍ରଥମ ଘଟଣା । ସାଧାରଣତଃ ଏଭଳି ସୁଡ଼ଙ୍ଗ ଯେଉଁଠାରେ ଏୟାର ଷ୍ଟାଇକ ହେବାର ବିପଦ ଥାଏ ସେଠାରେ ଅଧିକ ଦେଖାଯାଏ ।

ତେବେ ଏହି ସୁଡ଼ଙ୍ଗ ଗୁଡ଼ିକ ଏପରି ହୋଇଛି ଦୂରରୁ ଦେଖିଲେ ନା ଜାଣିହେବ ନା ପାଖକୁ ଗଲେ କେହି ଠଉରାଇ ପାରିବେ କି ଏହା କଣ । ହେଲେ ମାତ୍ର ଫୁଟେ ଦେଢ଼ ଫୁଟ୍ ଗଭୀରର ଏହି ମାଟି ଝାଟିର ଗାତ ଭିତରେ ଯେ କେତେ ବଡ଼ ଷଡ଼ଯନ୍ତ୍ର ରଚା ଯାଉଛି ତାହା କଳନା କରିବା ମୁସକିଲ୍ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଛତିଶଗଡ଼ରେ କମ୍ବିଂ ବେଳେ ସୁରକ୍ଷାକର୍ମୀ ଏହି ବଙ୍କରକୁ ଠାବ କରିଛନ୍ତି । ଡାଳ ପତ୍ର ଦ୍ୱାରା ଢାଙ୍କି ବଙ୍କରର ଏଣ୍ଟ୍ରି ପଏଣ୍ଟକୁ ସିଲ୍ କରାଯାଇଛି ।

ଆଉ ଭିତରକୁ ଯିବା ପରେ ୩ରୁ ୪ଫୁଟ୍ ଉଚ୍ଚର ଟନେଲ୍ ରହିଛି । ତାହାରି ଭିତରେ ରହି ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥାନ୍ତି ନକ୍ସଲ । ସୂଚନାଯୋଗ୍ୟ ଗତକାଲି ମାଓବାଦୀଙ୍କ ଆକ୍ରମଣରେ ସହୀଦ ହୋଇଛନ୍ତି ୩ଜଣ ସିଆରପିଏଫ୍ ଯବାନ । ଆଉ ଏପଟେ ପୋଲିସ୍ ର ପାଲଟା ଏନକାଉଣ୍ଟରରେ ୬ ଜଣ ମାଓବାଦୀ ଭି ନିହତ ହୋଇଛନ୍ତି । ଏହାପରେ ସର୍ଚ୍ଚ ଅପରେସନ ପରେ ଏହିପରି ବଙ୍କର ସାମ୍ନାକୁ ଆସିଛି ଯାହାକୁ ଦେଖି ପୋଲିସ୍ ଏବେ ଛାନିଆ । ହେଲେ ସବୁଠୁ ବଡ଼ ପ୍ରଶ୍ନ ଏବେ ଉଙ୍କି ମାରୁଛି ଘଞ୍ଚ ଜଙ୍ଗଲରେ ଆତ୍ମ ଗୋପାନ କରିଥିବା ମାଓବାଦୀଙ୍କ ପାଖକୁ ଏତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆସୁଛି କେଉଁଠୁ?

Leave a Reply

Your email address will not be published. Required fields are marked *