ଖଟକୁ ପୂଜା କରୁଛନ୍ତି ଲୋକେ , ଖଟ ଭଲ କରି ଦେଉଛି ରୋଗ !!

ଅନ୍ଧବିଶ୍ୱାସରେ ମଣିଷ ପୁରି ହୋଇ ରହିଛି । ଡାକ୍ତର ଏବଂ ଚିକିତ୍ସା ଉପରୁ ଭରସା ହଟାଇ ଦେଇ ଲୋକେ ଚିକିତ୍ସା ପାଇଁ ଗୁଣି ଗାରେଡ଼ି ପାଖକୁ ଧାଇଁ ଯାଉଛନ୍ତି ଆଉ ପରିସ୍ଥିତି ଆହୁରି ଖରାପ ହେବା ପରେ ସବୁ ବୁଝି ପାରୁଛନ୍ତି । ତେବେ ପୁଣିଥରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ବିଷୟରେ ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ହଁ ଆଜ୍ଞା କଳିଯୁଗ ମଣିଷ ଭରସା କରୁଛି ଏହି ଗୁଣି ଉପରେ ଆଉ ନିଜର ସର୍ବସ୍ବ ହରାଇ ଦେଉଛି । ତେବେ ଏପରି ଏକ ଘଟଣାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା।

ସୂଚନା ଅନୁଯାୟୀ , କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାରଘମରା ବଜା ସାହିର ଏ ହେଉଛି ଘଟଣା । ସେଠାରେ ଏକ ଖଟକୁ ଲୋକ ମାନେ ପୂଜା କରିଥାନ୍ତି ଆଉ ତାକୁ ଦେବତା ଭାବରେ ମାନି ନେଇଛନ୍ତି । ଲୋକେ କହୁଛନ୍ତି ଖଟ ଦେବତାଙ୍କ ସ୍ପର୍ଶ ପାଇଲେ , ମୁକ ବି କଥା ହେଉଛି ଆଉ ରୋଗୀ ବି ଭଲ ହୋଇ ଯାଉଛି । କେବଳ ଏତିକି ନୁହେଁ , ଶବ ବି ଉଠି କରି ବସୁଛି । ତେବେ ଏହି କଥା ଆମେ କହୁ ନାହୁଁ , ସେଠାକାର ଲୋକ ମାନେ କହୁଛନ୍ତି । ତେବେ ଏ କଥା କେତେ ଦୂର ସତ , ସେ କଥା ତ କେବଳ ସେମାନେ ଜାଣିଥିବେ ।

ତେବେ ଏହି ଗୁଣି କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଡା ପଞ୍ଚାୟତର ରବିକିଆ ଗାଁର ନାରାୟଣ କନର । ତେବେ ମିଳିଥିବା ସୂଚନା ଅନୁଯାୟୀ , ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ନିଶରା ନାୟକଙ୍କ ଝିଅ ରଶ୍ମିତା ସୋନପୁର ଗାଆଁରେ ବିବାହ କରିଥିଲେ । କିନ୍ତୁ ଦୀର୍ଘ ଦିନ ତିନି ମାସ ହେବ ସେ ରୋଗ ଶଯ୍ୟାରେ ପଡ଼ି ରହିଛନ୍ତି । ଆଉ ଯାହା ପରେ ପରିବାର ଲୋକ ତାଙ୍କୁ ନେଇ ଏହି ଗୁଣି ଖଟ ପାଖକୁ ଆସିଥିଲେ । ଆଉ ଯାହା ପରେ ଖଟ ଦେବତାଙ୍କୁ ପୂଜା କରିଥିଲେ କିନ୍ତୁ କିଛି ବି ହୋଇ ନଥିଲା ।

ରଶ୍ମିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯିବାରୁ ସେମାନେ ଝିଅକୁ ସେଠାରୁ ନେବାକୁ ବାହାରି ଥିଲେ । କିନ୍ତୁ ଗୁଣିଆ ଜଣକ ତାଙ୍କୁ ଛାଡି ନଥିଲେ ଆଉ ଭଲ କରିଦେବେ ବୋଲି କହିଥିଲେ । ତେବେ ଏହାପରେ ପରିବାର ଲୋକ ବାଧ୍ୟ ହୋଇ ପୋଲିସକୁ ଏ ବାବଦରେ ସବୁକିଛି ଜଣାଇ ଥିଲେ । ଯାହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିଲା । ତେବେ ବର୍ତ୍ତମାନ ସମୟରେ ଗୁଣିଆ ଜଣକୁ ନେଇ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *