ଜଣେ ମହିଳା ଖୋଲସା କରିଛନ୍ତି ଏପରି କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ରହସ୍ୟ , ତାଙ୍କ ଝିଅର ବାପା ହେଉଛନ୍ତି ତାଙ୍କ ନିଜ ପୁଅ

ବେଳେବେଳେ ଦୁନିଆଁରେ ଆମେ ଏପରି କିଛି ଘ-ଟଣା ବିଷୟରେ ଅବଗତ ହୋଇ ଥାଉ , ଯାହା ଆମ ପାଦ ତଳୁ ମାଟି ଖସାଇ ଦେଇଥାଏ ଆଉ ସାରା ଦୁନିଆଁକୁ ଆଶ୍ଚର୍ଯ୍ୟ କରିଦେଇଥାଏ । ଆଉ ଯେପରି ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ , ଯାହା ଆପଣଙ୍କୁ ଦ୍ବନ୍ଦରେ ପକାଇ ଦେଇପାରେ । ଜଣେ ମହିଳା ନିଜର ନାମ ଗୋପନୀୟ ରଖି ଗଣମାଧ୍ୟମ ଆଗରେ ଏପରି କିଛି ଖୋଲାସା କରିଛନ୍ତି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ସତରେ କଣ ଏପରି ବି ହୋଇପାରେ ।

ତେବେ ମହିଳା ଜଣକ ଏପରି କିଛି କହିଛନ୍ତି । ତାଙ୍କ କହିବା ଅନୁଯାୟୀ , ତାଙ୍କ ଝିଅର ବାପା ହେଉଛନ୍ତି ତାଙ୍କ ନିଜ ପୁଅ । ଆଉ ଏହି ଖବର ସତରେ ସେ ନିଜ ଝିଅକୁ କେମିତି କହିବେ ବୋଲି କହିଛନ୍ତି । କାହିଁକି ନା ବର୍ତ୍ତମାନ ସମୟରେ ତାଙ୍କ ଝିଅର ବୟସ ୩୦ ବର୍ଷ ହୋଇ ଗଲାଣି ଆଉ ସେ ବଡ ମଧ୍ୟ ହୋଇ ଗଲାଣି କିନ୍ତୁ ସେ ନିଜ ଝିଅକୁ କିପରି ବା ଏତେ ବଡ ସତ କଥା କହି ପାରିବେ ସେ ଚିନ୍ତା କରିଛନ୍ତି । ଯେଉଁ ପୁଅକୁ ସେ ସାନ ବେଳରୁ ଭାଇ ଡାକି ଆସୁଛି , ସେ କିପରି ବା ତାର ବାପା ହୋଇପାରିବେ , ସେ ସହଜରେ ବିଶ୍ୱାସ କରିପାରିବ ନାହିଁ । ଏମିତି ଅନେକ ସାରା ପ୍ରଶ୍ନ ଘେରରେ ବର୍ତ୍ତମାନ ମହିଳା ଜଣକ ଅଛନ୍ତି ।

ନିଜ ଝିଅକୁ କହିବା ଆଗରୁ ସେ କୁଣ୍ଠାବୋଧ କରୁଛନ୍ତି । ତେବେ ସୂଚନା ଅନୁଯାୟୀ , ମହିଳାଙ୍କ କହିବା ଅନୁସାରେ ସେ ଯାହାଙ୍କୁ ବିବାହ କରିଛନ୍ତି , ସେ ଆଗରୁ ଜଣଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କ ସହିତ ଭେଟ ହେବା ପରେ ସେ ସବୁକିଛି ଭୁଲି ଯାଇଥିଲେ ଆଉ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ ଆଉ ଏହାପରେ ଦୁହେଁ ବିବାହ ମଧ୍ୟ କରି ନେଇଥିଲେ । ତେବେ ମହିଳାଙ୍କ ଗୋଟିଏ କଥା ଥିଲା କି , ସେ ନିଜ ସ୍ଵାମୀଙ୍କ ଠାରୁ ପିଲା ଜନ୍ମ କରିବେ ଯିଏ ପୁରା ନିଜ ବାପାଙ୍କ ଭଳି ହୋଇଥିବ । କିନ୍ତୁ ମହିଳାଙ୍କ ସ୍ଵାମୀ ପରିବାର ନିୟନ୍ତ୍ରଣ ଅସ୍ତ୍ରୋ-ପଚାର କରାଇ ଦେଇଥିବାରୁ ନିଜ ସ୍ତ୍ରୀଙ୍କ ଇଚ୍ଛା ପୂରଣ କରି ପାରି ନଥିଲେ ।

ତେବେ ଏହାପରେ ମହିଳାଙ୍କ ସ୍ଵାମୀ କହିଥିଲେ କି , ପୂର୍ବ ସ୍ତ୍ରୀରୁ ତାଙ୍କୁ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଅଛି । ସେହି ପୁଅର ଶୁ-କ୍ରାଣୁ ବ୍ୟବହାର କରି ସେ ମାଆ ହୋଇପାରିବେ । ଆଉ ଏହି କଥାରେ ମଧ୍ୟ ମହିଳା ଜଣକ ରାଜି ହୋଇ ଯାଇଥିଲେ ଆଉ ଗର୍ଭ-ବତୀ ମଧ୍ୟ ହୋଇଥିଲେ ଆଉ ଏଥିରୁ ତାଙ୍କର ଗୋଟିଏ ଝିଅ ହୋଇଥିଲା । ଯାହା ପରେ ବର୍ତ୍ତମାନ ମହିଳା ଜଣକ କହିଛନ୍ତି କି , ଏତେ ବର୍ଷ ହୋଇ ଯାଇଥିଲେ ମଧ୍ୟ ତାଙ୍କ ଝିଅ ଜାଣି ନାହିଁ ତାର ଭାଇ ହିଁ ବାପା ବୋଲି ଆଉ ବର୍ତ୍ତମାନ ସେ ଜାଣିଲେ କିପରି ପ୍ରତି-କ୍ରିୟା ପ୍ରକାଶ କରିବ । ଯାହା ପରେ ମନୋତତ୍ତ୍ଵବିତ କହିଛନ୍ତି କି , ସେ ଆଗ ନିଜ ଝିଅ ଆଉ ପୁଅ ସହିତ ଏ ବିଷୟରେ କଥାବାର୍ତ୍ତା କରନ୍ତୁ , ଯାହା ପରେ ନିଶ୍ଚିତ ଭାବରେ ଏହି ସମସ୍ୟାର ସମାଧାନ ହୋଇଯିବ ।

Leave a Reply

Your email address will not be published. Required fields are marked *