ଯୌତୁକ ଜୁଇରେ ଜ-ଳିଗଲା ଆଉ ଏକ ନିରୀହ ଜୀବନ । ବିବାହକୁ ମାସେ ନପୂରୁଣୁ ନବବଧୂର ଜୀବନ ନେଇଗଲେ ସ୍ୱାମୀ ।

ପ୍ରତିଦିନ ଆମ ସମାଜରେ ଏଭଳି ଘ-ଟଣା ଘଟୁଛି ଯେଉଁଠି ବିବାହ ପରେ ଅଧିକାଂଶ ନବବଧୂଙ୍କୁ ଯୌ-ତୁକ ନିର୍ଯା-ତନା ଦେଇ ହ-ତ୍ୟା କରାଯାଉଛି । ଲୋକଙ୍କ ଚାଲିଚଳଣି , ହାବିଭାବ , ବେଶଭୁଷାରେ ତ ପରିବର୍ତ୍ତନ ଆସିଲା କିମ୍ବା ଲୋକଙ୍କ ଚିନ୍ତାଧାରାରେ କୌଣସି ପ୍ରକାରର ପରିବର୍ତ୍ତନ ଆସିପାରିଲା ନାହିଁ । ଲୋକେ ଆଜିବି ବିବାହ କେବଳ ଯୌ-ତୁକ ପାଇବା ପାଇଁ କରୁଛନ୍ତି ବୋଲି ମନେ ହେଉଛି । ଦିନକୁ ଦିନ ଯୌ-ତୁକ ନାଁରେ ଅନେକ ଝିଅ ବଳି ପଡୁଛନ୍ତି । ଆଉ ବର୍ତ୍ତମାନ ଲକ୍ଷ୍ମୀପ୍ରିୟା ମଧ୍ୟ ଯୌ-ତୁକ ଜୁଇରେ ଯାଇଛନ୍ତି । ବିବାହର ମାସେ ନପୁରୁଣୁ ଲକ୍ଷ୍ମୀପ୍ରିୟାଙ୍କ ଜୀବନ ନେଇ ଯାଇଛନ୍ତି ତାଙ୍କ ସ୍ୱାମୀ । ଯେଉଁ ଘଟଣା ସାମ୍ନାକୁ ଆସିବା ପରେ ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରେ ଘଟି ଯାଇଛି । ଆଠଗଡ଼ ଥା-ନା ଅନ୍ତର୍ଗତ ପତଣ୍ଡା ଗାଁର ପ୍ରଦୀପ କୁମାର ପଟ୍ଟନାୟକଙ୍କ ଝିଅ ଲକ୍ଷ୍ମୀପ୍ରିୟା ଗତ ମାର୍ଚ୍ଚ ୧୧ ତାରିଖରେ ବୈଦିକ ରୀତିରେ ଢେଙ୍କାନାଳ ଜିଲ୍ଲାର ଭାପୁର ଥା-ନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁର ସଦାନନ୍ଦ ମହାନ୍ତିଙ୍କ ସୁଲଭ ପୁଅ ଦେବୀପ୍ରସାଦ ମହାନ୍ତିଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ଏକ ଲକ୍ଷ ଟଙ୍କା , ସୁନା ଗହଣା ଏବଂ ଘରୋଇ ଆସବାବପତ୍ର ସବୁକିଛି ଦିଆଯାଇଥିଲା । କିନ୍ତୁ ଶାଶୁ ଘର ଲୋକେ ଅଧିକ ଦୁଇ ଲକ୍ଷ ଟଙ୍କା ଯୌ-ତୁକ ଆଣିବାକୁ ଦାବି କରିଥିଲେ । ଏନେଇ ଲକ୍ଷ୍ମୀପ୍ରିୟାଙ୍କ ଉପରେ ବାରମ୍ବାର ଚାପ ପକାଇବା ସହିତ ତାଙ୍କୁ ଉଭୟ ଶାରୀ-ରିକ ଏବଂ ମାନସିକ ନିର୍ଯା-ତନା ଦେଉଥିଲେ ।

ଏମିତିକି ଟଙ୍କା ନଆଣିଲେ ତାଙ୍କ ସହିତ କୌଣସି ପ୍ରକାରର ଶାରୀ-ରିକ ସ-ମ୍ପର୍କ ରଖିବେନି ବୋଲି ସ୍ୱାମୀ ମଧ୍ୟ ଧମକ ଦେଇଥିଲେ । କିନ୍ତୁ ଏତିକିରେବି ସେମାନଙ୍କ ନିର୍ଯା-ତନା ଶାନ୍ତ ହୋଇ ନଥିଲା । ଶେଷରେ ଲକ୍ଷ୍ମୀପ୍ରିୟାଙ୍କ ଜୀବନ ନେବାକୁ ମଧ୍ୟ ପଛେଇଲେନି । ଗତ ଗୁରୁବାର ଦିନ ସନ୍ଧ୍ୟାରେ ଲକ୍ଷ୍ମୀପ୍ରିୟା ତାଙ୍କ ଭାଇଙ୍କ ସହିତ ଫୋନରେ କଥା ହୋଇଥିଲେ । କିନ୍ତୁ ଏହାର ଅଧା ଘଣ୍ଟା ପରେ ଶାଶୁ ଘରୁ ବାପା ଘରକୁ କଲ ଆସିଥିଲା ଯେ ତାଙ୍କ ଝିଅ ଚେ-ତାଶୂ-ନ୍ୟ ହୋଇ ପଡ଼ିଛି ଏବଂ ଆଉ ଉଠୁନାହିଁ । ଏହାପରେ ତାଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ବାପ ଘର ଲୋକେ ସେଠାରେ ପହଞ୍ଚି ଝିଅଟି ମୃ-ତ୍ୟୁ ହୋଇଛି ବୋଲି ଜାଣି ପାରିଥିଲେ ।

ତେବେ ଲକ୍ଷ୍ମୀପ୍ରିୟାଙ୍କ ବେକରେ ଏକ କଳା ଦାଗ ରହିଛି । ଘଟ-ଣାକୁ ନେଇ ଏହା ଏକ ହ-ତ୍ୟାକା-ଣ୍ଡ ବୋଲି ଲକ୍ଷ୍ମୀପ୍ରିୟାଙ୍କ ଦାଦା ଶିବପ୍ରସାଦ ପଟ୍ଟନାୟକ କହିଛନ୍ତି ଏବଂ ଭାପୁର ଥା-ନାରେ ଏକ ଲିଖିତ ଅଭି-ଯୋଗ ମଧ୍ୟ କରିଛନ୍ତି । ପରିବାର ଲୋକଙ୍କ ଦୃଢ଼ ଦାବି ଯେ ତାଙ୍କ ଶାଶୁଘର ଲୋକେ ହିଁ ତାଙ୍କ ଜୀବନ ନେଇଛନ୍ତି କାରଣ ତାଙ୍କ ବେକରେ ଏଭଳି ଦାଗ ଆଗରୁ ନଥିଲା କିମ୍ବା ତାଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ନଥିଲା । ତେବେ ବର୍ତ୍ତମାନ ଦେଖିବା ବାକି ରହିଲା ଯେ ପୋ-ଲିସ ଏହି ମାମ-ଲା ଉପରେ କେଉଁଭଳି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *