ପର-କୀୟା ପ୍ରୀତି ସାଜିଲା କାଳ , ସ୍ତ୍ରୀ ପାଇଁ ଜୀବନ ହାରିଦେଲା ସ୍ଵାମୀ , ପରିବାର ଲୋକ ବୋହୂକୁ କରୁଛନ୍ତି ଦୋ-ଷୀ

ବିବାହର ମାତ୍ର କେଇ ବର୍ଷ ହୋଇଥିଲା । ଖୁସିରେ ସ୍ଵାମୀ ସ୍ତ୍ରୀ ଘର ସଂସାର କରିବେ ବୋଲି ଦେଖିଥିଲେ ସ୍ବପ୍ନ । ଏତେ ସ୍ବପ୍ନ ଆଉ ଏତେ ଆଶା ନେଇ କରିଥିଲେ ବିବାହ । କିନ୍ତୁ ସବୁକିଛି ଅଧାରେ ରହିଗଲା । ସ୍ଵାମୀ ନିଜ ସ୍ତ୍ରୀ ପାଇଁ ହାରି ଦେଲା ଜୀବନ । ନିଜ ସ୍ତ୍ରୀର ପର-କୀୟା ପ୍ରୀ-ତିକୁ ଆଉ ସହି ପାରିଲା ନାହିଁ ସ୍ଵାମୀ । ଶେଷରେ ନିଜ ଜୀବନକୁ ହରାଇବା ପାଇଁ ଚେଷ୍ଟା କରିଥିଲା ଆଉ ସେଥିରେ ସଫଳ ହୋଇଥିଲା । ଅଧା ବାଟରେ ସବୁ ସ୍ବପ୍ନ , ସ୍ବପ୍ନ ହୋଇ ରହିଗଲା ।

ତେବେ ଏପରି କିଛି ଘଟ-ଣା ଘ-ଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥା-ନା ଅନ୍ତର୍ଗତ ବାଲିଖଣ୍ଡ ପଞ୍ଚାୟତର ପାର୍ବତୀପୁର ଅଞ୍ଚଳରେ । ତେବେ ଏହି ଗାଁର ଅନନ୍ତ ମହାଳିକ ଦେଢ଼ ବର୍ଷ ପୂର୍ବରୁ ଭଦ୍ରକ ଜିଲ୍ଲାର ଅନୁସୟା ସାହୁଙ୍କୁ ବିବାହ କରିଥିଲେ । ଆଖିରେ ଆଖିରେ ସ୍ବପ୍ନ ଦେଖିଥିଲେ । ନିଜ ସ୍ତ୍ରୀଙ୍କୁ ରାଣୀ କରି ରଖିବେ ବୋଲି ନେଇଥିଲେ ଶପଥ। କିନ୍ତୁ ସେପଟେ ସ୍ତ୍ରୀ ମନ ଆଉ କେଉଁଠି ଥିଲା । ନିଜ ସ୍ଵାମୀ ପାଖରେ ଅଟକି ରହି ନଥିଲା ମନ । ସେଥିପାଇଁ ୧୫ ଦିନକୁ ଥରେ ସ୍ଵାମୀ ସହିତ ଝ-ଗଡା କରୁଥିଲେ ଅନୁସୟା ।

ଆଉ ବାପ ଘରକୁ ଚାଲି ଯାଉଥିଲେ । ଏମିତି ଧିରେ ଧିରେ ସମ୍ପ-ର୍କରେ ଫାଟ ସୃଷ୍ଟି ହେବାକୁ ଲାଗିଥିଲା । ଆଉ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳନ୍ୟ ବଢ଼ି ଚାଲିଥିଲା । ସ୍ବାମୀଙ୍କୁ ଧୀରେ ଧୀରେ ସ୍ତ୍ରୀ ଚରିତ୍ର ଉପରେ ସ-ନ୍ଦେହ ହେବାକୁ ଲାଗିଥିଲା । ଆଉ ସ୍ତ୍ରୀ ଏପରି କାହା ସହିତ କଥା ହେଉଛନ୍ତି , ସେ କଥା ମଧ୍ୟ ସ୍ଵାମୀ ଜାଣିବାକୁ ଚେଷ୍ଟା କରୁଥିଲେ । ତେବେ ଗତକାଲି ଅନନ୍ତଙ୍କ ପରିବାର ଲୋକ ବାହାରକୁ ଚାଲି ଯାଇଥିବା ବେଳେ ଆଉ ସ୍ତ୍ରୀ ନିଜ ବାପଘରକୁ ଚାଲି ଯାଇଥିବା ବେଳେ ଅନନ୍ତ ରସି ଲଗାଇ ଆ-ତ୍ମହ-ତ୍ୟା କରି ଦେଇଥିଲେ ।

ତେବେ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେବା ଆଗରୁ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ତେବେ ବର୍ତ୍ତମାନ ଅନନ୍ତଙ୍କ ମୃ-ତ୍ୟୁ ପାଇଁ ତାଙ୍କ ସ୍ତ୍ରୀଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ । ଏତେ ବଡ ଭେଣ୍ଡିଆ ପୁଅକୁ ହରାଇ ପୁରା ପରିବାର ଭା-ଙ୍ଗି ପଡିଛି । ଆଉ ତାଙ୍କ ସାହା ଭରସା ଚାଲି ଯାଇଥିବାରୁ ସେମାନେ ପୁରା ବେସାହାରା ହୋଇ ଯାଇଛନ୍ତି । ତେବେ ଏ ବାବ-ଦରେ ଅନନ୍ତଙ୍କ ଭଉଣୀ ଥା-ନାର ଦ୍ଵାରସ୍ଥ ହୋଇ ଅଭି-ଯୋଗ କରିଥିଲେ ଆଉ ଭାଉଜକୁ ଫା-ଶୀ ଦିଆ ଯାଉ ବୋଲି ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *