କରୋନାର ନୂଆ ରୂପ ବିଷୟରେ ମିଳିଲା ସନ୍ଧାନ , ବିଶ୍ୱର ଚିନ୍ତା ଆହୁରି ବଢ଼ିଲା

ସାରାବିଶ୍ୱରେ କରୋନାର କରାଳ ଛାୟା ମାଡି ଯାଇଥିବା କଥା ଆମେ ସମସ୍ତେ ଜାଣିଛନ୍ତି । କୋଟି କୋଟି ଲୋକଙ୍କର ପ୍ରାଣ ଏହି ଭୟଙ୍କର ମହାମାରୀ ନେଇଯାଇଛି । କାହା କାହା ପରିବାରର ସମସ୍ତ ଲୋକ ଏହି ଭୟଙ୍କର ମହାମାରୀ ଦାଉରୁ ଆଦୌ ରକ୍ଷା ପାଇନାହାଁନ୍ତି । ସାରା ବିଶ୍ୱକୁ ହଲଚଲ କରି ରଖିଦେଇଛି ଏହି ମହାମାରୀ । କେତେ ଯେ ଲୋକ ଖାଇବାକୁ ପାଇନାହାଁନ୍ତି , ସେ ବିଷୟରେ କହି ହେବନାହିଁ । ଲକ୍ଷ ଲକ୍ଷ ଲୋକ ପାଦରେ ଚାଲି ଚାଲି ଅନ୍ୟ ଦେଶରୁ ନିଜ ଦେଶକୁ ପହଞ୍ଚିଛନ୍ତି । ତେବେ ଏହା ଧୀରେ ଧୀରେ ହ୍ରାସ ପାଇଥିବା କଥା ମଧ୍ୟ ଆମେ ଜାଣିଥିବା। କିନ୍ତୁ ଏ ସବୁ ମଧ୍ୟରେ ପୁଣିଥରେ ସମସ୍ତଙ୍କର ମୁଣ୍ଡ ବିନ୍ଧା ବଢାଇବା ପାଇଁ ଆସୁଅଛି କରୋନାର ଏକ ନୂଆ ରୂପ ।

ପୁଣିଥରେ ଏହି ମହାମାରୀ ସମସ୍ତଙ୍କର ଚିନ୍ତା ବଢ଼ାଇ ସାରିଲାଣି । କରୋନାର ଏକ ନୂତନ ରୂପ ବିଷୟରେ ପୁଣିଥରେ ସନ୍ଧାନ ମିଳିଅଛି । ଇଶ୍ରାଏଲରୁ କରୋନାର ଏହି ନୂତନ ରୂପ ବିଷୟରେ ଖବର ମିଳିଅଛି । ତେବେ ଇଶ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ମୁତାବିକ , ଦୁଇ ଜଣଙ୍କ ଶରୀରରୁ ଏହି ନୂତନ ରୂପ ବିଷୟରେ ଠାବ କରାଯାଇଛି । ତେଣୁ ବର୍ତ୍ତମାନ ସମୟରେ ସମସ୍ତଙ୍କର ଚିନ୍ତା ଆହୁରି ଦୁଇ ଗୁଣ ହୋଇଯାଇଛି । ସମସ୍ତେ କଣ କରିବେ , ଜାଣି ପାରୁନାହାଁନ୍ତି । ପୁଣିଥରେ ସେ କରୋନା ମହାମାରୀ କରାଳ ରୂପ କଥା ସମସ୍ତଙ୍କ ଆଖି ସାମ୍ନାକୁ ଆସିଯାଉଛି ।

ତେବେ ଅନ୍ୟପକ୍ଷରେ କୁହାଯାଉଛି କି , ଓମିକ୍ରନ ରୂପର ଦୁଇଟି ଉପ ରୂପ ମିଳିତ ହୋଇ ଯାଇଛନ୍ତି ଏବଂ ଗୋଟିଏ ନୂତନ ରୂପ ଧାରଣ କରିଛନ୍ତି । ବିଏ ୧ ଏବଂ ବିଏ ୨ ନାମରେ ଜଣାଶୁଣା ଥିବା ଦୁଇଟି ରୂପ ମିଳିତ ଭାବରେ ଏକ ନୂତନ ଷ୍ଟ୍ରେନ ଗଠନ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଏହା ଦୁଇଜଣ ଇଶ୍ରାଏଲ ଫେରନ୍ତାଙ୍କ ମଧ୍ୟରୁ ମିଳିଅଛି । ବେନ ଗୁରିଆନ ବିମାନ ବନ୍ଦରରୁ ଏହି ଦୁଇଜଣ ବ୍ୟକ୍ତି ଅବତରଣ କରିଥିଲେ । ଆଉ ତାପରେ ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ତେବେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା ଆଉ ତାପରେ ସେମାନଙ୍କର ଜିନୋମ ସିକ୍ୱସିଂ କରାଯାଇଥିଲା ।

ତେବେ ଏହି ସାମ୍ୟରର ଦୁଇଟି ଭେରୀଏଣ୍ଟ ଦୁଇ ଜଣଙ୍କ ଶରୀରରୁ ଠାବ କରା ଯାଇଥିଲା । ତେବେ ଭାରତର କୌଣସି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ନିକଟରେ ଏହି ଭେରୀଏଣ୍ଟ ବିଷୟରେ କୌଣସି ଖବର ନାହିଁ । ପ୍ରଥମ ଥର ଏଭଳି ଭାବରେ ଭୁତାଣୁ ସମ୍ପର୍କରେ ସୂଚନା ମିଳିଅଛି । ଏହା ବିଷୟରେ ସନ୍ଧାନ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । ତେବେ ଏହି ଭୁତାଣୁରେ ଆକ୍ରାନ୍ତ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କ ଶରୀରରେ ମଧ୍ୟମ ଧରଣର ଜ୍ୱର ରହିଥିବା କଥା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଅଛି । ଏହାସହିତ ସେମାନଙ୍କର ମୁଣ୍ଡ ବ୍ୟଥା ମଧ୍ୟ ଦେଖିବାକୁ ମିଳିଅଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ଚିକିତ୍ସାର କୌଣସି ଆବଶ୍ୟକତା ନଥିବାରୁ ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇନାହିଁ । ତେବେ ଆଗକୁ ଏ ସମ୍ପର୍କରେ ନୂତନ ସୂଚନା ମିଳିବା କଥା ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *