ବୃଦ୍ଧାଶ୍ରମ ର ଉପର ମହଲାରେ ଚାଲିଥିଲା ଏପରି କାରନାମା , ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ :-

ବର୍ତ୍ତମାନ ସମୟରେ ଏକ ଘ-ଟଣା ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି ଯାହାକି ଏକ ବୃଦ୍ଧାଶ୍ରମ ସହ ଜଡ଼ିତ ଅଟେ । କୁହାଯାଉଛି ଯେ ସେହି ବୃଦ୍ଧାଶ୍ରମ କ୍ୟାମେରା ମ୍ୟାନ ମାନସ ଙ୍କ ହ-ତ୍ୟାକା-ଣ୍ଡ ସହ ଜଡ଼ିତ ଅଟେ । କ୍ୟାମେରା ମ୍ୟାନ ମାନସ ଙ୍କ ହ-ତ୍ୟା ସହ ଜଡ଼ିତ ତିନି ଜଣ ଅଭି-ଯୁକ୍ତ ଙ୍କ ଅନୁଯାୟୀ ଜଣେ ସାମ୍ବାଦିକାଙ୍କର ଏହି ହ-ତ୍ୟା ସହିତ ସିଧାସଳଖ ହାତ ଥିବା କଥା ସୂଚନା ମିଳିଛି । ଯାହାକୁ ନେଇ ପୋ-ଲି-ସ ବର୍ତ୍ତମାନ ବୃଦ୍ଧାଶ୍ରମ ରୁ ତ-ଦନ୍ତ ଆରମ୍ଭ କରିଛି ।

ପୋ-ଲି-ସ ତ-ଦନ୍ତ ଅନୁଯାୟୀ ଏୟାର ଫିଲଡ଼ ରେ ରହିଥିବା ଏହି ବୃଦ୍ଧାଶ୍ରମ ର ଉପର ମହଲା ରେ କିଛି ଏପରି କାମ ଚାଲିଥିଲା ଯାହାକି କ୍ୟାମେରା ମ୍ୟାନ ମାନସ ଙ୍କ ହ-ତ୍ୟାକା-ଣ୍ଡ ସହ ସିଧାସଳଖ ଜଡ଼ିତ ରହିଛି । ଏହା ଜଣା ପଡ଼ିଛି ଯେ ମାନସ ଙ୍କୁ ହ-ତ୍ୟା ପରେ ରଣପୁର ନିଆଯାଇ ପୋତି ଦିଆଯାଇଥିଲା । ସୂଚନା ଅନୁଯାୟୀ କ୍ୟାମେରା ମ୍ୟାନ ମାନସ ସେଠାକୁ ଆସି କେଉଁ ପ୍ରକାରର ଭିଡ଼ିଓ ସୁଟିଂ କରୁଥିଲେ ତାହା ବର୍ତ୍ତମାନ ସନ୍ଦେହ ଘେରରେ ।

ବୃଦ୍ଧାଶ୍ରମ ର କିଛି କେୟାର ଟେକର ଙ୍କୁ ପଚରା ଉଚୁରା ପରେ ଏହା ଜଣା ପଡ଼ିଛି ଯେ ମାନସ ଏବଂ ସମ୍ପୃକ୍ତ ସମ୍ବାଦିକା ଉପର ମହଲାରେ ଷ୍ଟୋରି ଶୁଟିଂ ପାଇଁ ଆସୁଥିଲେ ଏବଂ ସ୍କାଏ ଟାୱାର ର ସମ୍ପୂର୍ଣ୍ଣ ଅଫିସରେ ମଧ୍ୟ ଷ୍ଟୋରି ଶୁଟିଂ ହୋଇଥାଏ । ଏହା ମଧ୍ୟ କହିଛନ୍ତି ଯେ ଫେବୃଆରୀ ୭ ରେ ଚାରି ପାଞ୍ଚ ଜଣ ମାନସ ଙ୍କୁ ଡାକି ଆଣି କୌଣସି ଏକ ଭିଡ଼ିଓ କ୍ଲିପ ଦେବାକୁ କହିଥିଲେ । ଯାହାପରେ ଯୁ-କ୍ତିତ-ର୍କ ଆରମ୍ଭ ହୋଇ ଜ-ଘ-ନ୍ୟ ହ-ତ୍ୟାକା-ଣ୍ଡ ଘଟି ଯାଇଥିଲା ।

ତେବେ ଏହା ସହିତ ଜଡ଼ିତ ସାମ୍ବାଦିକା ଙ୍କର କୌଣସି ଖୋଜ ଖବର ନାହିଁ । ବୃଦ୍ଧାଶ୍ରମ ରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ପ୍ରମାଣ ଅନୁଯାୟୀ ସେହି ଘରର ଉପର ମହଲାରେ ହିଁ ମାନସ ଙ୍କୁ ହ-ତ୍ୟା କରାଯାଇଥିଲା ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି କଥା ଅଜଣା ଯେ ହ-ତ୍ୟାକା-ଣ୍ଡ ସହିତ କେବଳ ସାମ୍ବାଦିକା ଜଡ଼ିତ ନା ଆଉ କୌଣସି ବଡ଼ବଡ଼ିଆ ଙ୍କ ହାତ ରହିଛି । କୁହାଯାଉଛି ଯେ ଏହି ହ-ତ୍ୟାକା-ଣ୍ଡ ସହିତ ସାମ୍ବାଦିକା ଏବଂ ବୃଦ୍ଧାଶ୍ରମ ର କିଛି ରହସ୍ୟ ମଧ୍ୟ ଜଡ଼ିତ । ଏନେଇ ବୃଦ୍ଧାଶ୍ରମ ହିଁ ପୂରା ଘ-ଟଣା ଉପରୁ ପରଦା ଉଠାଇବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *