ସ୍ଵାମୀଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲି , ତାଙ୍କ ଅବସ୍ଥା ଖରାପ ହୋଇ ଯାଇଥିଲା

ପ୍ରକୃତ ପ୍ରେମ ଆଜିକାର ସମୟରେ ହେବା ଭାରି କଷ୍ଟକର । କାହିଁକି ନା ଦୁନିଆଁ ଏମିତି ପାଲଟି ଯାଇଛି , ଯେଉଁଠି କାହା ଉପରେ ବିଶ୍ୱାସ କରିବା ଏତେ ସହଜ ନୁହେଁ । ଲୋକ ନିଜ ସ୍ବାର୍ଥ ହାସଲ କରି ସାରିବା ପରେ ଛାଡି ଦେଇ ଚାଲି ଯାଉଛନ୍ତି । ତେବେ ଏପରି କମ୍ ଲୋକ ମିଳିବେ , ଯେଉଁ ମାନେ ପ୍ରକୃତ ପ୍ରେମ କରିବେ ଆଉ ସାରା ଜୀବନ ସାଥିରେ ରହିବେ । ତେବେ ସେପରି ଏକ ଦମ୍ପତ୍ତି ହେଉଛନ୍ତି ରଶ୍ମି ଆରୟନ । ଦୁହେଁ ପ୍ରେମ କରିଥିଲେ ଆଉ ସେହି ପ୍ରେମକୁ ଶେଷରେ ବିବାହର ନାମ ଦେଇଥିଲେ ।

ନିଜ ପ୍ରେମ କାହାଣୀ ବିଷୟରେ ସେମାନେ କିଛି କଥା ବଖାଣିଛନ୍ତି , ଆଉ କିପରି ଭାବରେ ସେମାନେ ସଂ-ଘର୍ଷ କରି ବିବାହ କରିଛନ୍ତି , ତାହାକୁ ସେମାନେ ଖୋଲାଖୋଲି ଭାବରେ କହିଛନ୍ତି । ତେବେ ହଁ ଆଜ୍ଞା ଟିକଟକରୁ ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା । ଆଉ ଯାହା ପରେ ଦୁହେଁ ନିଜର ଏକ ଦୁନିଆଁ ଗଢିବେ ବୋଲି ଭାବି ନେଇଥିଲେ । ଘରେ ଏ ବିଷୟରେ ଜଣାଇ ଥିଲେ ଆଉ ଘର ଲୋକ ମଧ୍ୟ ଏହି କଥାରେ ରାଜି ହୋଇ ଯାଇଥିଲେ । ତେବେ ଏହାକୁ କିଛି ନିଜର ଲୋକ ସହି ପାରି ନଥିଲେ ବୋଲି ରଶ୍ମି କହିଛନ୍ତି।

ଆଉ ସେମାନେ ଏହାକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ଶେଷରେ ସେମାନେ ସଫଳ ମଧ୍ୟ ହୋଇଥିଲେ । କିନ୍ତୁ ଆରୀୟନଙ୍କ ସହିତ କଥା ବନ୍ଦ କରି ଦେବାରୁ ସେ ଯାଇ ତାଙ୍କ ଘରେ ପହଞ୍ଚି ଯାଇଥିଲେ । ତେବେ ରଶ୍ମିଙ୍କ ବାପା ସବୁ ବୁଝିଥିଲେ ଆଉ ଗାଆଁର ଭଦ୍ର ଲୋକଙ୍କୁ ଡ଼ାକି ଆଲୋଚନା କରିଥିଲେ । ଏହାପରେ ଆରୀୟନଙ୍କୁ ସମସ୍ତେ ଗ୍ରହଣ କରିଥିଲେ । ଆଉ ପ୍ରଥମେ କୋର୍ଟ ମ୍ୟାରେଜ କରିବେ ବୋଲି କହିଥିଲେ । ସେମାନେ କହିଛନ୍ତି କି , ସେମନଙ୍କର ତିନି ଥର ବିବାହ ମଧ୍ୟ ହୋଇଛି । କୋର୍ଟ ମ୍ୟାରେଜ ପରେ ଉଭୟେ ମନ୍ଦିରରେ ବିବାହ କରିଥିଲେ ।

ତେବେ ଏହାର କିଛି ଦିନ ପରେ ଲକଡ଼ାଉନ ସମୟରେ ବେଦୀରେ ବିବାହ କଥା ଧାର୍ଯ୍ୟ ହୋଇଥିଲା । ଆଉ ସେତେବେଳେ ରଶ୍ମି କହିଥିଲେ କି , ବାପାଙ୍କ ଦେହ ଭଲ ନାହିଁ ତେଣୁ କରି ପୁରୀ ଆସି ବିବାହ କରାଇ ଦିଅନ୍ତୁ । ଆଉ ତାହା ହୋଇଥିଲା ପୁରୀ ସମସ୍ତେ ଆସିଥିଲେ ଆଉ ସେଠାରେ ଧୁମଧାମରେ ବିବାହ ହୋଇଥିଲା । ଉଭୟ ପରିବାର ଖୁସି ଥିଲେ । ତେବେ ଦୁହିଁଙ୍କ ସ-ମ୍ପର୍କ ଏବେ ବି ମଧ୍ୟ ଖୁସିରେ ବଢ଼ି ଚାଲିଛି । ଦୁହେଁ ଏକାଠି ସଂ-ଘର୍ଷ କରିବେ ଆଉ ଦିନେ ନା ଦିନେ ଖୁସିର ଜୀବନ ବଞ୍ଚିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *