ପିଣ୍ଟୁକୁ ମୁଁ ସେକେଣ୍ଡ୍ ମିହିର ଦାସ ବୋଲି ଭାବେ, କିନ୍ତୁ ଚଣ୍ଡାଳ ନିଜେ ନିଜକୁ ନ-ଷ୍ଟ କରିଦେଲା

ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ଅଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନେତା ପିଣ୍ଟୁ ନନ୍ଦଙ୍କ ନିଧ-ନରେ ଶୋ-କର ଛାୟା ଖେଳି ଯାଇଛି । ପିଣ୍ଟୁ ନନ୍ଦ ଗତ କିଛିଦିନ ହେବ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀ-ଡ଼ିତ ହେଉଥିଲେ । ଲିଭର ସିରୋସିସ କାରଣରୁ ତାଙ୍କୁ ଦିଲ୍ଲୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାରେ ସମସ୍ୟା ଉପୁଜିବାରୁ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା । ଏମିତିକି ହାଇଦ୍ରାବାଦରେ ତାଙ୍କର ଏକ ଅପରେସନ ହେବାର ଥିଲା । କିନ୍ତୁ ଫେବ୍ରୁଆରୀ ୧ ରାତିରେ ହିଁ ତାଙ୍କର ନି-ଧନ ହୋଇଥିଲା । ତାଙ୍କ ନି-ଧନ ପରେ ଯେଉଁଠି ସମଗ୍ର ଅଲିଉଡ଼ କଳାକାର ଦୁଃ-ଖିତ ଅଛନ୍ତି , ସେଠାରେ ପୁଣି ଅଭିନେତ୍ରୀ ନମ୍ରତା ଦାସ ମିଡ଼ିଆ ସାମ୍ନାରେ ପିଣ୍ଟୁ ନନ୍ଦଙ୍କୁ ନେଇ କିଛି ଏଭଳି ଉକ୍ତି ରଖିଛନ୍ତି ।

ନମ୍ରତା ଦାସ ଅଲିଉଡ଼ର ଜଣେ ଏଭଳି ଅଭିନେତ୍ରୀ ଯାହାଙ୍କୁ କୁହାଯାଇ ପାରିବ ଯେ ଅଲିଉଡ଼ ଆରମ୍ଭ ପାଖରୁ ବୋଧହୁଏ ସେ ଅଛନ୍ତି । ତାଙ୍କ ଅଭିନୟ ମଧ୍ୟ ବେଶ ହୃଦୟସ୍ପର୍ଶୀ । ତେବେ ସେ କହିଛନ୍ତି ଯେ ତାଙ୍କ ଆଖି ସାମ୍ନାରେ ହିଁ ପିଣ୍ଟୁ ନନ୍ଦ ଅଲିଉଡ଼କୁ ଏଣ୍ଟ୍ରି କଲେ , ନିଜ କ୍ୟାରିଅର ଗଢ଼ିଲେ ଏବଂ ଶେଷରେ ତାଙ୍କ ଆଖି ସାମ୍ନାରେ ହିଁ ଅଳ୍ପ ବୟସରୁ ଚାଲିଗଲେ । ଯାହାକି ନେଇ ସେ ଅତ୍ୟନ୍ତ ଦୁଃ-ଖ ପ୍ରକାଶ କରିଛନ୍ତି । ସେ ପିଣ୍ଟୁ ନନ୍ଦଙ୍କ କ୍ୟାରିଅର ବିଷୟରେ କହିଛନ୍ତି ଯେ ସେ କିଭଳି ଓଲିଉଡରେ ପାଦ ଦେଇଥିଲେ ଏବଂ ତାଙ୍କ କ୍ୟାରିଅର କିଭଳି ଥିଲା ।

ପିଣ୍ଟୁ ନନ୍ଦ ନିଜର କ୍ୟାରିଅର ପ୍ରଥମେ ” ଏ ଗୌରା ” ଏଲବମରୁ କରିଥିଲେ । ଯାହାକି ସେ ସମୟରେ ବେଶ ଲୋକପ୍ରିୟ ଥିଲା ଏବଂ ହିଟ ମଧ୍ୟ ହୋଇଥିଲା । ଏହାପରେ ସେ ଈ ଟିଭିରେ ପ୍ରସାରିତ ” ସମାନ୍ତର ” ନାମକ ଲୋକ ପ୍ରିୟ ସିରିଏଲରେ ନମ୍ରତା ଦାସଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ସେହି ଚରିତ୍ରକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଥିଲେ । ସେ ଖୁବ ମଜାଳିଆ ସ୍ୱଭାବର ଥିଲେ ଏବଂ ସମସ୍ତଙ୍କୁ ବେଶ ହସାଉଥିଲେ । ତେବେ ନମ୍ରତା କହିଛନ୍ତି ଯେ ପିଣ୍ଟୁ ନନ୍ଦ ଖୁବ ଭଲ କଳାକାର ଥିଲେ । ଖୁବ କମ ସମୟ ମଧ୍ୟରେ ସେ ଏତେ ସବୁ ଶିଖିଥିଲେ ଯାହାକି କେହିବି ବିଶ୍ୱାସ କରି ପାରୁ ନଥିଲେ । ନମ୍ରତା କହିଛନ୍ତି ଯେ ” ଯଦି ସେ ବଞ୍ଚିଥାନ୍ତା ତେବେ ସେକେଣ୍ଡ ମିହିର ଦାସ ହୋଇଥାନ୍ତା ” ଚଣ୍ଡାଳ ନିଜେ ନିଜକୁ ନ-ଷ୍ଟ କରିଦେଲା ” ।

ନମ୍ରତା କହିଛନ୍ତି ଯେ ପିଣ୍ଟୁ ନନ୍ଦ ହୁଏତ ମ-ଦ୍ୟ ପାନ କରୁଥିଲେ । କିନ୍ତୁ ତାଙ୍କର ସବୁଠାରୁ ବଡ଼ ଭୁଲ ଥିଲା ଯେ ସେ ନିଜ ଶରୀରର ଯତ୍ନ ନେଉ ନଥିଲେ । ଯେଉଁ କାରଣରୁ ଏଭଳି ଦୁ-ର୍ଦଶା ହେଲା । ପୁଣି ତାଙ୍କ ସ୍ତ୍ରୀଙ୍କ ସମ୍ବ-ନ୍ଧରେ ପଚ-ରା ଯିବାପରେ ନମ୍ରତା କହିଛନ୍ତି ଯେ ଯେହେତୁ ପିଣ୍ଟୁ ନନ୍ଦଙ୍କର ତାଙ୍କ ସ୍ତ୍ରୀଙ୍କ ସହିତ ଛା-ଡ଼ପ-ତ୍ର ହୋଇଥିଲା ତେଣୁ ଦୁହିଁଙ୍କ ମଧ୍ୟରେ କିଛି ସ-ମ୍ପର୍କ ନାହିଁ ଏବଂ ତାଙ୍କ ସ୍ତ୍ରୀଙ୍କୁ ଏସବୁ ମଧ୍ୟକୁ ଆଣିବା ମଧ୍ୟ ଉଚିତ ନୁହେଁ । ତେବେ ଯାହାବି ହେଉ , ପିଣ୍ଟୁ ନନ୍ଦ ଯେମିତି ହୋଇଥାନ୍ତୁ ନା କାହିଁକି , ନମ୍ରତା ଦାସ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରି ତାଙ୍କୁ କେହିବି ନିନ୍ଦା କରିବାକୁ ବାରଣ କରିଛନ୍ତି ଏବଂ ଅତ୍ୟନ୍ତ ଦୁଃ-ଖ ପ୍ରକାଶ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *