ହ୍ୟୁମାନ ସାଗରଙ୍କ ସ୍ତ୍ରୀ ଶ୍ରେୟା ଜଣେ ବହୁତ ଭଲ ସିଙ୍ଗର :ଶୁଭମ ,ନିର୍ଦେଶକ

ଓଲିଉଡ଼ ଜଗତରେ ବିବାଦ ପିଛା ଜାଡୁନି । ପାରିବାରିକ କଳ-ହକୁ ନେଇ ଜଣଙ୍କ ପରେ ଜଣଙ୍କ ଘଟଣା ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ଗତକାଲି ଠାରୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ଚାରି ଆଡ଼େ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଯେଉଁ ହ୍ୟୁମାନ ସାଗରଙ୍କୁ ସାରା ଓଡ଼ିଶାର ଲୋକେ ଭଲ ପାଆନ୍ତି । ଯେଉଁ ହ୍ୟୁମାନ ସାଗର ନିଜର ମିଠା ଗୀତ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ସେହି ହ୍ୟୁମାନ କୁଆଡେ ଜଣେ ଭଲ ସ୍ୱାମୀ ନୁହଁନ୍ତି ବୋଲି ଏମିତି ଅଭି-ଯୋଗ ଆଣିଛନ୍ତି ଖୋଦ ହ୍ୟୁମାନଙ୍କ ନିଜ ପତ୍ନୀ ଶ୍ରେୟା । ଆଉ ଏହି ଖବର ଗଣମାଧ୍ୟମରେ ପ୍ରଚାର ହେବା ପରେ କିଛି ସମୟ ପାଇଁ ଲୋକେ ଏହାକୁ ବିଶ୍ୱାସ କରିବା କଷ୍ଟକର ହୋଇପଡିଥିଲା ।

କାରଣ ହ୍ୟୁମାନ ସାଗର ଅନେକ ଦିନ ହେଲାନି ଓଡ଼ିଆ ସିନେ ଜଗତରେ ଅନେକ ସୁନ୍ଦର ସୁନ୍ଦର ଗୀତ ଦର୍ଶକଙ୍କୁ ଭେଟି ଦିଅନ୍ତି। ଯିଏ ଏତେ ଭଲ ଗୀତ ଗାଇ ପାରନ୍ତି ସେ କଣ ଏତେ ନି-ର୍ଦୟ ହୋଇ ପାରିଥିବେ ? ସତରେ କଣ ସେ ତାଙ୍କ ସ୍ତ୍ରୀଙ୍କୁ ମାନ-ସିକ ଶାରୀ-ରିକ ନିର୍ଯ୍ୟା-ତନା ଦେଉଥିବେ ଏହାକୁ ସହଜରେ ବିଶ୍ୱାସ କରି ପାରିନଥିଲେ ତାଙ୍କୁ ଭଲ ପାଉଥିବା ପ୍ରଶଂସକ।

ସେତେବେଳେ ଏହି ଘ-ଟଣା ଚାରି ଆଡ଼େ ପ୍ରଘଟ ହୋଇଥିଲା ଯେତେବେଳେ ହ୍ୟୁମାନଙ୍କ ପତ୍ନୀ ନିଜେ ଆସି କଟକ ଡିସିପିଙ୍କ ନିକଟରେ ଅଭି-ଯୋଗ କରିଥିଲେ । ପତ୍ନୀଙ୍କ ଅଭି-ଯୋଗ ଥିଲା ଗଲା କିଛି ମାସ ହେବ ହ୍ୟୁମାନ ଏକ ଦମ ଭାବେ ବଦଳି ଯାଇଛନ୍ତି। ସେ ଆଉ ଆଗ ପରି ତାଙ୍କୁ ଭଲ ପାଉ ନାହାନ୍ତି। ଗୀତ ଗାଇ ଫେରିବା ବେଳେ ତାଙ୍କୁ ମା-ଡ଼ ମା-ରୁଛନ୍ତି । କେବଳ ମାଡ଼ ନୁହେଁ ତାଙ୍କୁ ଅବହେଳା ମଧ୍ୟ କରୁଛନ୍ତି । ଏନେଇ ନିର୍ଦେଶକ ଶୁଭମ କହିଛନ୍ତି କି ଶ୍ରେୟା ମଧ୍ୟ ଜଣେ ବହୁତ ଭଲ କଣ୍ଠଶିଳ୍ପୀ ।

ଗଲା କିଛି ଦିନ ହେବ ହ୍ୟୁମାନ ଏକ ବିବା-ଦକୁ ନେଇ ଛନ୍ଦି ହୋଇଥିବା ବେଳେ । ହ୍ୟୁମାନଙ୍କ ନାମରେ ଥା-ନାରେ ଅଭି-ଯୋଗ ହୋଇଥିଲା । ଓ ପରେ ହ୍ୟୁମାନ ଷ୍ଟେଜ ଉପରେ ଜଗନ୍ନାଥଙ୍କ ଗୀତ ଗାଇ ଥିଲେ । ଆଉ ଏହା ପରେ ଏହି ଘଟ-ଣାକୁ କିଛି ଦିନ ଯାଇ ନାହି । ନିଜେ ହ୍ୟୁମାନଙ୍କ ପତ୍ନୀ ହ୍ୟୁମାନଙ୍କ ନାମରେ ପାରିବାରିକ ହିଂ-ସା ଅଭି-ଯୋଗ ଆଣି କଟକ ଡିସିପିଙ୍କ ନିକଟରେ ଅଭି-ଯୋଗ କରିଥିଲେ । ତାଙ୍କ ପତ୍ନୀଙ୍କ ଅଭି-ଯୋଗ ଅନୁଯାୟୀ ଅନେକ ଦିନ ହେଲାଣି ସେ ହ୍ୟୁମାନଙ୍କ ଠାରୁ ଅନେକ ନିର୍ଯ୍ୟା-ତନା ସହି ଆସୁଥିଲେ

ହେଲେ ସ୍ୱାମୀଙ୍କ ସମ୍ମାନ ପାଇଁ ସେ ମୁହଁ ନ ଖୋଲି ହ୍ୟୁମାନଙ୍କୁ ବଦଳେଇବାକୁ ଚେଷ୍ଟା କରି ସେ ତାଙ୍କ ବାପାଙ୍କ ଘର ବାଲେଶ୍ଵର ଚାଲିଯାଇଥିଲେ । ମାତ୍ର ବାପାଙ୍କ ଘରକୁ ପତ୍ନୀ ଚାଲିଯିବା କୌଣସି ଫରକ ପକାଇ ପାରିନଥିଲା ହ୍ୟୁମାନଙ୍କ ଉପରେ । ଆଉ ଏହା ପରେ ବାଧ୍ୟ ହୋଇ ନିଜ ସ୍ୱାମୀଙ୍କୁ ଅବାଟରୁ ବାଟକୁ ଆଣିବା ପାଇଁ ଶ୍ରେୟା କଟକ ଡିସିପି ଙ୍କ ନିକଟରେ ଅଭି-ଯୋଗ କରିଥିଲେ ।

ସେପଟେ କଟକ ଡିସିପି ଅଭି-ଯୋଗ ପାଇବା ପରେ । ଏହି ଘଟ-ଣାକୁ ଗୁରୁ-ତର ସହ ନେଇ କାଉନସେଲିଂ ପାଇଁ ନିର୍ଦେଶ ଦେଇଥିବା ସୁଚନା ମିଳିଛି । ତେବେ ଶ୍ରେୟା ନିଜେ ମଧ୍ୟ ଜଣେ ଭଲ ସିଙ୍ଗର ହୋଇଥିବା ବେଳେ ଶୁଭମ କୁହନ୍ତି କି ସେ ନିଜ କ୍ୟାରିଅର କୁ ପଛରେ ପକାଇ ଜଣଙ୍କୁ ବେଶ ସପୋଟ କରୁଥିଲେ ।

ସ୍ୱାମୀ ଗୀତ ଗାଉଥିବା ବେଳେ ସେ କେବେ ହେଲେ ମଧ୍ୟ କହିନାହାଁନ୍ତି କି ମୁଁ ଗୀତ ଗାଇ ଲୋକ ଲୋଚନକୁ ଆସିବି । ବରଂ ସେ ତାଙ୍କ ସ୍ୱାମୀଙ୍କୁ ସବୁବେଳେ ସପୋଟ କରି ଆସିଛନ୍ତି । ଶ୍ରେୟା ହ୍ୟୁମାନଙ୍କ ସହ ଗୋଟେ ଦୁଇଟି ଗୀତ ଗାଇଥିବା କୁହନ୍ତି ହ୍ୟୁମାନ ସାଗର । ତେବେ ସାରା ଓଡିଶା ବାସୀଙ୍କ ନଜର ବର୍ତ୍ତମାନ ଏହି ଯୋଡ଼ିଙ୍କ ଉପରେ । ଆଗକୁ ଏହି ଘ-ଟଣା କେଉଁ ମୋଡ଼ ନେବ ତାହା ସମୟ ସାପେକ୍ଷ।

Leave a Reply

Your email address will not be published. Required fields are marked *