ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟା ଜଳ , ନଈ କୂଳିଆ ଲୋକ ସାବଧାନ

ସାବଧାନ ହୋଇ ଯାଆନ୍ତୁ ନଈ କୂଳିଆ ଲୋକ । କାହିଁକି ନା ମାଡ଼ି ଆସୁଛି ବନ୍ୟା ଜଳ ଆଉ ନଈ କୂଳରେ ରହୁଥିବା ଲୋକଙ୍କୁ ବିଶେଷ ସତର୍କ ରହିବା ପାଇଁ କୁହାଯାଉଛି । ତେବେ ଆମେ ଏ କଥା ଆପଣ ମାନଙ୍କୁ ଭୟଭୀତ କରିବା ପାଇଁ କହୁ ନାହୁଁ କି ଆପଣ ମାନଙ୍କୁ ମିଛ ମଧ୍ୟ କହୁ ନାହୁଁ । ବାସ୍ତବରେ ପ୍ରଥମ ବନ୍ୟା ଜଳ ଛାଡ଼ିଛି ହୀରାକୁଦ ଜଳଭଣ୍ଡାର । ଆଉ ଶୁଣିବାକୁ ମିଳୁଛି କି , ଏଥିରେ ଜଳସ୍ରୋତ ତୀବ୍ର ରହିଛି ।

ତେଣୁ ବିଶେଷ କରି ଏଥିରେ ନଈ ଆଖପାଖରେ ରହୁଥିବା ଲୋକ ମାନେ ଅଧିକ କ୍ଷତିଗ୍ରସ୍ତ ହୋଇ ପାରନ୍ତି । ତେଣୁ ସେମାନଙ୍କୁ ନିଶ୍ଚିତ ଭାବରେ ସତର୍କ ରହିବା ପାଇଁ ପଡ଼ିବ । ଆଉ ଶୁଣିବାକୁ ମିଳିଛି କି , ଏଥର ହୀରାକୁଦରେ ୫ଟି ଗେଟ୍ ଖୋଲା ଯାଇଛି । ଆଉ ପାଣିର ସୁଅକୁ ଦେଖିବା ପରେ ଭୟଭୀତ ଲାଗୁଛି । ଯେଉଁ ମାତ୍ରାରେ ପାଣି ଆସୁଛି , ସେମିତି ପାଣି ଆଗରୁ ଲୋକ ମାନେ କେବେ ଦେଖି ନାହାଁନ୍ତି । ତେଣୁ ଏଥର ପରିସ୍ଥିତି ଅତି ଖରାପ ହୋଇ ଯାଇଛି ।

ତେବେ ଅନ୍ୟ ପକ୍ଷରେ ଶୁଣିବାକୁ ମିଳିଛି କି , ଏଥର ଏହା ପ୍ରଥମ ଗେଟ୍ ଖୋଲା ଯାଇଛି ଆଗକୁ ବନ୍ୟା ଜଳ ବଢ଼ିଲେ ଆହୁରି ଗେଟ୍ ଖୋଲା ଯାଇପାରେ । ଯାହା ଲୋକଙ୍କ ମନରେ ଛନକା ପଶାଇ ଦେଉଛି । ତେବେ ଏହି ପାଣି ଆସିବା ଯୋଗୁଁ ମୁଣ୍ଡଳି ବାସୀ ବେଶୀ ଭୟଭୀତ ହୋଇଛନ୍ତି । କାହିଁକି ନା ଲୋକେ କହିବାରେ ଲାଗିଛନ୍ତି କି , ଆଖପାଖରେ ଆଉ କୂଳରେ ସେତୁ ଭଲ ଭାବରେ ହୋଇ ନାହିଁ କି ପଥର ପଡ଼ି ନାହିଁ । ତେଣୁ ସେମାନଙ୍କୁ କିଛି ବି କରି ବନ୍ୟା ପାଣିକୁ ରୋକିବାକୁ ପଡିବ ।

ରାତି ହେଲେ ଲୋକ ଯାଇ ନଈ କୂଳରେ ବସୁଛନ୍ତି । ସେମାନଙ୍କୁ ବାଲି ବସ୍ତା ଗୁଡ଼ିକ ସଜାଡି କରି ରଖିବା ପାଇଁ ପଡୁଛି । ଯାହା ଫଳରେ ସେମାନେ ଆଗକୁ ସମସ୍ତ ବିପଦ ଗୁଡ଼ିକୁ ରୋକି ପାରିବେ । କେବଳ ଏତିକି ନୁହେଁ , ଏପରି ପରିସ୍ଥିତି ଯୋଗୁଁ ମାଛ ମାରୁଥିବା ଲୋକ ମାନେ ମଧ୍ୟ ମାଛ ମାରିବା ପାଇଁ ନଦୀ ଭିତରକୁ ଯାଇ ପାରୁ ନାହାନ୍ତି । ଯାହା ଫଳରେ ଆଗକୁ ସେମାନଙ୍କ ପରିବାର କିପରି ଚାଲିବ , ସେ କଥା ଭାବି ସମସ୍ତେ ଚିନ୍ତିତ ହୋଇ ପଡିଛନ୍ତି ।

Leave a Reply

Your email address will not be published. Required fields are marked *