ଇସାରା ଇସାରାରେ ମୁଖ୍ୟମନ୍ତ୍ରୀ କିଏ ହେବେ କହିଦେଲେ ଅନୁଭବ ମହାନ୍ତି, କ୍ରେଜ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବିରୋଧୀ।

ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ କହିଦେଲେ ଅନୁଭବ ମହାନ୍ତି। ଅନୁଭବଙ୍କୁ ଦେଖିବା ପାଇଁ ହଜାର ହଜାର ଜନତା ମାଡି ଆସିଲେ। ସମସ୍ତଙ୍କୁ ପଛରେ ପକାଇଦେଲା ଅନୁଭବଙ୍କ ପ୍ରଚାର। ଓଡିଶା ଦେଖିବ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ। ୧୦ ଜୁନରେ ଏହି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଯାହାଙ୍କୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ସେ ଆଉ କେହି ନୁହଁନ୍ତି ସେ ଆମ ଓଡ଼ିଆ ପୁଅ। ଇସାରା ଇସାରାରେ ମୁଖ୍ୟମନ୍ତ୍ରୀ କିଏ ହେବ କହି ଦେଇଛନ୍ତି ଅନୁଭବ ମହାନ୍ତି।

ହଁ ଆଜ୍ଞା ଏମିତି ଗହଳି ଆଗରୁ କେବେବି ଦେଖିବାକୁ ମିଳିନଥିଲା। ହଜାର ହଜାର ଲୋକ ମାଡି ଆସିଥିଲେ।ଜନତାଙ୍କ ଗହଳିରେ ପ୍ରକମ୍ପିତ ହୋଇଉଠିଥିଲା ମଞ୍ଚ। ସାରା ଓଡିଶା ଦେଖିଲା ଅନୁଭବ ମହାନ୍ତିଙ୍କର କ୍ରେଜକୁ।

ତେବେ ଅନୁଭବ ମହାନ୍ତି କହୁ କହୁ କହି ଦେଇଛନ୍ତି ଜୁନ ୧୦ ତାରିଖରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି। ବିଜେଡିରୁ କୋଣଠେସା ହେବା ପରେ ବିଜେପିରେ ସାମିଲ ହୋଇଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ହେଲେ ବିଜେପି ତାଙ୍କୁ କୌଣସି ଆସନରେ ଟିକେଟ ଦେଲାନାହିଁ। ସମସ୍ତେ ଭାବିଥିଲେ ଅନୁଭବ ମହାନ୍ତିଙ୍କର କ୍ରେଜ ଆଉ ନାହିଁ ବୋଲି। ଲୋକମାନଙ୍କର ସମର୍ଥନ ଆଉ ମିଳିବ ନାହିଁ ବୋଲି। ହେଲେ ଏ ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା କିଛି ବୟାନ କରୁଛି। ଏଭଳି ଜନ ସମୁଦ୍ର କେବଳ ଅନୁଭବଙ୍କ ପାଇଁ ହୋଇଛି। ହଜାର ହଜାର ଲୋକ ଅନୁଭବ ମହାନ୍ତିଙ୍କୁ ଦେଖିବା ପାଇଁ ଛୁଟି ଆସିଛନ୍ତି। ଏଭଳି ଜନ ସମୁଦ୍ର ଦେଖିବାକୁ ମିଳିଥିଲା ଜଳେଶ୍ୱର ଶିଖରପୁର ପଡ଼ିଆରେ।

ବାଲେଶ୍ଵର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଏବଂ ଜଳେଶ୍ବରର ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ବାହାରିଥିଲେ। ଜନସାଧାରଣଙ୍କ ଦୁଇଟି ପଦ୍ମରେ ଭୋଟ ପାଇଁ ଭିକ୍ଷା କରିଥିଲେ ଅନୁଭବ ମହାନ୍ତି ତେବେ ଯୁବ ସମାବେଶରେ ହଜାର ହଜାର ଯୁବକମାନେ ଅନୁଭବ ମହାନ୍ତିଙ୍କୁ ଦେଖିବା ପାଇଁ ଛୁଟି ଆସିଥିଲେ।

Leave a Reply

Your email address will not be published. Required fields are marked *