ଏଠାରେ ଗୋଟିଏ ଝିଅକୁ ବିବାହ କରନ୍ତି ପରିବାରର ସମସ୍ତେ ।

ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯେଉଁଠି ଗୋଟିଏ ଝିଅକୁ ପରିବାରର ସମସ୍ତେ ବିବାହ କରନ୍ତି । ହଁ ଆଜ୍ଞା ଏବେ ବି ଦୁନିଆରେ ପ୍ରଚଳିତ ଅଛି ବହୁସ୍ୱାମି ପ୍ରଥା । ଆଉ ଏଭଳି ପରମ୍ପରା ପଛରେ ମଧ୍ୟ ରହିଛି ଏକ ବହୁତ୍ ବଡ କାରଣ । ହେଲେ ଏହା ପୂର୍ବରୁ ମନକୁ ପ୍ରଶ୍ନ ଆସେ ଗୋଟିଏ ଝିଅକୁ ପରିବାରର ସମସ୍ତେ ବିବାହ କରିବା ପରେ କଣ ଖୁସି ଥାନ୍ତି ମହିଳା । ତେବେ ବନ୍ଧୁଗଣ ଆଜି ଆମେ ଏହି ଭିଡ଼ିଓରେ ଜାଣିବା ଯେତେବେଳେ ଜଣେ ମହିଳାଙ୍କୁ ପରିବାରର ସମସ୍ତ ଭାଇ ବିବାହ କରନ୍ତି ମହିଳାଙ୍କ ପ୍ରତି-କ୍ରିୟା କଣ ଥାଏ ମହିଳା ଦୁଃ-ଖ ପ୍ରକାଶ କରନ୍ତି ନା ଖୁସି ହୁଅନ୍ତି ।

ତେବେ ଏହି ବହୁସ୍ଵାମି ପ୍ରଥାକୁ ଦ୍ରୌପଦି ପ୍ରଥା ବୋଲି କୁହାଯାଇଥାଏ । ଆଉ ଏଠାକାର ଲୋକ ମାନେ ଏହି ପ୍ରଥାକୁ ଗୁରୁତ୍ୱ ଦେବା ସହିତ ରୀତିନୀତି ଅନୁଯାୟୀ ମଧ୍ୟ ପାଳନ କରିଥାନ୍ତି । ଏହି କଥା ଶୁଣି ହୁଏତ ଆପଣଙ୍କୁ ଚକିତ ଲାଗୁଥାଇ ପାରେ ମାତ୍ର ସେଠାକାର ଲୋକ ମାନଙ୍କ ପାଇଁ ଏହି କଥା ହେଉଛି ସାଧାରଣ କଥା । କୁହାଯାଏ କି ପୁରାଣ ଯୁଗର ପଞ୍ଚୁ ପାଣ୍ଡବଙ୍କ ପାଖରୁ ଏହି ପ୍ରଥା ପ୍ରଚଳିତ ରହି ଆସିଛି । ଆଉ ଏହି ପ୍ରଥା ଏବେ ବି ମଧ୍ୟ ଭାରତ ସମେତ ଭାରତ ବାହାରେ ମଧ୍ୟ ରହି ଆସିଛି । ଆଉ କିଛି ସମ୍ପ୍ରଦାୟର ଲୋକେ ଆଜିବି ମଧ୍ୟ ଏହି ପରମ୍ପରାକୁ ମାନି ଆସିଥାନ୍ତି ।

ତେବେ ବର୍ତ୍ତମାନ ଜାଣିବା କେଉଁଠି ରହିଛି ଏହି ସ୍ଥାନ । କୁହାଯାଏ ହିମାଚଳ ପ୍ରଦେଶର ସିଲେଇ ତହସିଲରେ ରହିଛି ଏହି ଗା । ଆଉ ଏହି ଗ୍ରାମରେ ବସବାସ କରନ୍ତି ହାତୀ ଆଦିବାସୀ ଜନଜାତି । ଏହି ଗାଆଁରେ ଆଜିବି ପ୍ରଚଳିତ ରହିଛି ଦ୍ରୌପଦୀ ପ୍ରଥା । ଗ୍ରାମରେ ଗୋଟିଏ ମହିଳା ଦୁଇରୁ ଅଧିକ ପୁରୁଷଙ୍କୁ ବିବାହ କରିଥାନ୍ତି । ଏଥି ସହିତ ଜଣେ ମହିଳାଙ୍କ ସହିତ ସମସ୍ତ ଭାଇ ମାନେ ମଧ୍ୟ ସମ୍ବନ୍ଧ ରଖିଥାନ୍ତି । ଆଉ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଏହି ପରମ୍ପରାକୁ ନେଇ ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ଅସନ୍ତୋଷ ଦେଖିବାକୁ ମିଳି ନଥାଏ ।

କିଛି ମହିଳାଙ୍କ କହିବା କଥା ସେମାନେ ଏହି ବିବାହରେ ଖୁବ୍ ଖୁସିରେ ଅଛନ୍ତି । ଜଣେ ପରିବାର କଥା ବୁଝିଲେ ଆଉ ଜଣେ ବାହାରର ଖେତ କଥା ବୁଝନ୍ତି । ତେବେ ଆପଣ କଣ ଜାଣିଛନ୍ତି ତେବେ ଆପଣ କଣ ଜାଣନ୍ତି କି ଏଭଳି ପରମ୍ପରା ପଛରେ କଣ ରହିଛି କାରଣ । ସେମାନଙ୍କ ମତ ଅନୁସାରେ ଯୁଡ଼ିଦାରି ବିବାହ ଦ୍ଵାରା ପରିବାରର ବଂଶ ବୃଦ୍ଧି କମିଥାଏ । ଭାଇ ମାନଙ୍କ ମଧ୍ୟରେ ଝ-ଗଡା ହୋଇ ନଥାଏ । ଗୋଟିଏ ପରିବାରରେ ସେମାନେ ବହୁତ୍ ଖୁସିରେ ରହିଥାନ୍ତି । ଆଉ ସବୁଠୁ ବଡ କଥା ହେଉଛି । ଏହି ପାହାଡିଆ ଅଞ୍ଚଳରେ ଯଦି ପୁରୁଷ ମାନଙ୍କର ମୃ-ତ୍ୟୁ ହୋଇଯାଇଥାଏ ତେବେ ମହିଳା ମାନଙ୍କୁ ବିବାହ ନ କରିବା ପାଇଁ ଏପରି ବିବାହ କରାଯାଇଥାଏ । ଏହି ବିବାହ ପଛରେ ଏହି କାରଣ ହେଉଛି ଏକ ବଡ କାରଣ ।

Leave a Reply

Your email address will not be published. Required fields are marked *