ମାର୍ଚ୍ଚ ମାସରେ କରିଥାନ୍ତେ ବିବାହ । କିନ୍ତୁ ହସ ପାଇଁ ଚାଲିଗଲା ଜୀବନ । ଘଟଣା ପରେ ମୁହଁ ଖୋଲିଲେ ଡାକ୍ତର ।

ବାହାଘର ପୂର୍ବରୁ ନିଜ ହସକୁ ଆହୁରି ସୁନ୍ଦର କରିବାକୁ ମେଡିକାଲ ଯାଇଥିଲେ କିନ୍ତୁ କେମିତି ମୃତ୍ୟୁ ହୋଇଗଲା ତାହା ବର୍ତ୍ତମାନ ଏକ ଦ୍ୱନ୍ଦ ହୋଇ ରହି ଯାଇଛି । କନିଆକୁ ବର ନିଜେ କହିଥିଲା ଯେ କୁଆଡ଼େ ତାର ହସ ଆହୁରି ସୁନ୍ଦର ହୋଇଯିବ । ଡାକ୍ତର ମଧ୍ୟ ନିଜେ କହିଥିଲେ ଯେ ତାଙ୍କ ହସ ଆହୁରି ସୁନ୍ଦର ହୋଇଯିବ ।

ଅପରେସନ ପାଇଁ ଯେତେବେଳେ ବର ହସ୍ପିଟାଲ ବେଡ଼ରେ ଶୋଇଥିଲା ସେତେବେଳେ ଇଞ୍ଜେକେସନ ଦିଆଯାଇଥିଲା । କିନ୍ତୁ ସେହିଠାରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା । ବର୍ତ୍ତମାନ ସମସ୍ତଙ୍କ ମନରେ ବାସ ଗୋଟିଏ ପ୍ରଶ୍ନ ଯେ ମାର୍ଚ୍ଚ ମାସରେ ବର କନ୍ୟା ଦୁହିଁଙ୍କର ବିବାହ ହୋଇଥାନ୍ତା ।

କନିଆ ବର ସହିତ ଫୋନରେ କଥା ହୋଇଥିଲେ ଯେ ବେଦୀରେ ବସିବା ପୂର୍ବରୁ କୁଆଡ଼େ ବରର ଦାନ୍ତ ଏବଂ ହସ ପୁରା ନୁଆ ହୋଇ ଯାଇଥିବ । ହସ୍ପିଟାଲରେ ମଧ୍ୟ ନିଜର ଟ୍ରିଟମେଣ୍ଟ ବିଷୟରେ ସେ ନିଜ ପରିବାର ଲୋକଙ୍କୁ ଜଣାଇ ନଥିଲେ । ହସ୍ପିଟାଲରେ ପ୍ରଥମେ ଲକ୍ଷ୍ମୀନାରାୟଣଙ୍କୁ ନିସ୍ତେଜ କରିବା ପାଇଁ ଇଞ୍ଜେକେସନ ଦିଆଗଲା ।

ଆଉ ଅପରେସନ ପାଇଁ ସବୁକିଛି ଆରମ୍ଭ ହୋଇଗଲା । କିନ୍ତୁ ସେହି ଇଞ୍ଜେକେସନ ଦିଆଯିବା ପରେ ଲକ୍ଷ୍ମୀନାରାୟଣଙ୍କ ହାର୍ଟ ଚାଲିବା ବନ୍ଦ କରିଦେଲା । ଆଉ ଯେତେ ଚେଷ୍ଟା କଲେ ବି ଲକ୍ଷ୍ମୀନାରାୟଣଙ୍କ ହାର୍ଟ ଆଉ ଚାଲି ନଥିଲା । ଆଉ ପରେ ଡାକ୍ତର ଲକ୍ଷ୍ମୀନାରାୟଣଙ୍କ ପରିବାର ଲୋକଙ୍କୁ ଡାକି ତାଙ୍କ ମୃତ ଶରୀର ହସ୍ତାନ୍ତର କରିଦେଲେ ।

ବାପା ମା’ ପୁରା ପରିବାର ମୁଣ୍ଡ ପିଟି ହସ୍ପିଟାଲ ଆଗରେ କାନ୍ଦିଥିଲେ । କାରଣ ଆସନ୍ତା ମାର୍ଚ୍ଚ ମାସରେ ପୁଅର ବିବାହ ହୋଇଥାନ୍ତା । ତେଣୁ ପୁଅର ଏଭଳି ହଠାତ ମୃତ୍ୟୁକୁ ପରିବାର ଲୋକେ ଗ୍ରହଣ କରି ପାରି ନାହାଁନ୍ତି । ଆଜ୍ଞା ହଁ! ସ୍ମାଇଲିଙ୍ଗ ସର୍ଜରୀ ପାଇଁ ଲକ୍ଷ୍ମୀନାରାୟଣ ଡେଣ୍ଟାଲ କ୍ଲିନିକକୁ ଯାଇଥିଲେ କିନ୍ତୁ ଆଉ ଫେରି ନଥିଲେ । ତାଙ୍କ ମୃତ୍ୟୁ ଖବର ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଦୁଃଖ ମଧ୍ୟ ଦେଇଛି ।

ବାସ ଆଉ କେଇଟା ଦିନ ପରେ ଏହି ୨୮ ବର୍ଷୀୟ ଲକ୍ଷ୍ମୀ ନାରାୟଣ ବାହା ବେଦୀରେ ବସିଥାନ୍ତେ । କିନ୍ତୁ ସବୁଦିନ ପାଇଁ ଆରପାରୀକୁ ଚାଲିଗଲେ । ଏପଟେ ପରିବାର ଲୋକେ ଡେଣ୍ଟାଲ କ୍ଲିନିକ ବିରୋଧରେ ଅଭିଯୋଗ ଆଣିଛନ୍ତି । ଏନେଇ ଡେଣ୍ଟାଲ କ୍ଲିନିକ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଉଛି । ଡାକ୍ତର କହିଛନ୍ତି ଯେ ଆମେ କିଛି ଜାଣିନୁ । ଆଉ ବର୍ତ୍ତମାନ ଏହି ମାମଲାକୁ ନେଇ ପୋଲିସ ଅଧିକ ଛାନଭିନ ଜାରି ରଖିଛି ।

Leave a Reply

Your email address will not be published. Required fields are marked *