ସେ ପ୍ରଯୋଜକ ନୁହେଁ ସେ ଗୋଟେ ଚୋ-ର, ମୋ ଗାଡିର ଷ୍ଟେପିନ ଚୋ-ରି କରି ବିକି ଦେଇଥିଲା…

ପିଣ୍ଟୁନନ୍ଦଙ୍କୁ 50 ହଜାର ଟଙ୍କାର ବାଉନ୍ସ ଚେକ ଦେଇ ଚର୍ଚ୍ଚାକୁ ଆସିଥିବା ପ୍ରଯୋଜକଙ୍କ ଗୁମର ଖୋଲିଲେ ଜଣେ ଯୁବକ । କହିଲେ ସେ ପ୍ରଯୋଜକ ନୁହଁନ୍ତି ସେ ଜଣେ ଚୋ-ର । ବବିମିଶ୍ର ଙ୍କୁ ଏତେ କଥା କହୁଥିବା ସେହି ପ୍ରଯୋଜକ ଜଣଙ୍କ ବବି ମିଶ୍ରଙ୍କ ପାଦ ତଳକୁ ମଧ୍ୟ ସରି ହେବେ ନାହିଁ । ଏଭଳି କିଛି ଗଣମାଧ୍ୟମ ଆଗରେ ପ୍ରଯୋଜକଙ୍କ ଗୁମର ଖୋଲିଛନ୍ତି ଜଣେ ଯୁବକ ।

ତାଙ୍କ କହିବା ଅନୁଯାୟୀ ଜିଏ ନିଜକୁ ଜଣେ ପ୍ରଯୋଜକ ବୋଲି କହି ପିଣ୍ଟୁନନ୍ଦଙ୍କୁ 50 ହଜାର ଟଙ୍କାର ବାଉନ୍ସ ଚେକ ଦେଇଥିଲେ ସେ ଜଣେ ପ୍ରଯୋଜକ ନୁହଁନ୍ତି ସେ ଜଣେ ଠ-କ ତାଙ୍କ କହିବା କଥା ତାଙ୍କ ବିଷୟରେ କହିଲେ କୁଆଡେ ଗୋଟେ ବହି ହୋଇଯିବ । ସେହି ପ୍ରଯୋଜକ ଜଣଙ୍କ ଥରେ ତାଙ୍କୁ ଏକ ସ୍ଥାନକୁ ଯିବାକୁ କହିଥିଲେ । ତାଙ୍କ ଗାଡି ନେଇ ଯାଇଥିଲେ । ଆଉ ଗାଡି ନେବା ସମୟରେ କହିଥିଲେ ମୁଁ ଜଣେ ପ୍ରଯୋଜକ ମୁଁ ସିନେମା ପ୍ରସ୍ତୁତ କରେ । ଏଭଳି ମିଛ କଥା କହି ତାଙ୍କ ଗାଡି ନେଇ ଗାଡିର ଅନେକ ପାର୍ଟ ବିକ୍ରି କରିଦେଇଥିବା ଆଲୋଚନା ହେଉଛି ।

ସୁନ୍ଦର ପଦାର ପ୍ରକାଶ ମଲିକ ନାମକ ଏକ ଯୁବକ ପ୍ରଯୋଜକଙ୍କ ଗୁମର ଫିଟେଇବା ସହିତ କହିଛନ୍ତି କି 50 ହଜାର ତ ଦୂରର କଥା ସେ 50 ଟଙ୍କା ମଧ୍ୟ ଜୀବନରେ ଦେଖି ନଥିବେ । ସେ କିଭଳି ଯାଇଁ ପିଣ୍ଟୁନନ୍ଦଙ୍କ ନିକଟରେ ପହଞ୍ଚିଲା ତାହା ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବନ୍ଧୁଗଣ ବାଉନ୍ସ ଚେକକୁ ନେଇ କମୁନି ଚର୍ଚ୍ଚା । ଜଣେ ପ୍ରଯୋଜକ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ସମୟରେ ସହଯୋଗର ହାତ ବଢାଇଥିଲେ ।

ଆଉ ସେ ଯେଉଁ ସାହାଯ୍ୟ କରିଥିଲେ ତାହା ଥିଲା ଏକ 50 ହଜାର ଟଙ୍କାର ବାଉନ୍ସ ଚେକ ଥିଲା ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲା । ତେବେ ବବି ମିଶ୍ର ଏନେଇ ଗଣମାଧ୍ୟମରେ ପ୍ରକାଶ କରିଥିଲେ କି ଜଣେ ଯେତେବେଳେ ଅସୁବିଧା ସମୟରେ ଜୀବନ ମ-ରଣ ସହ ସଂଗ୍ରାମ କରୁଛି ସେତେବେଳେ ଜଣେ ପ୍ରଯୋଜକ ହୋଇ କିପରି ଭାବରେ ତାଙ୍କ ଚିଟ କରିଛନ୍ତି ତାହା ଏକ ଲ-ଜ୍ୟାର ବିଷୟ ।

ସାରା ଓଡିଶା ବାସୀ ଯେତେବେଳେ ପିଣ୍ଟୁନନ୍ଦଙ୍କ ପାଇଁ ଦୀପ ଜା-ଳୁଥିଲେ । ସାରା ଓଡିଶା ବାସୀ ଯେତେବେଳେ ପିଣ୍ଟୁନନ୍ଦଙ୍କ ଚିକିତ୍ସା ପାଇଁ ସାହାଯ୍ୟ ସହଯୋଗର ହାତ ବଢ଼ାଉଥିଲେ । ସମସ୍ତେ ଚାହୁଁଥିଲେ କି ପିଣ୍ଟୁନନ୍ଦ କେଉଁଭଳି ଭାବେ ଜଲ୍ଦି ସୁସ୍ଥ ହୋଇ ଘରକୁ ଚାଲି ଆସନ୍ତୁ । ସେହି ସମୟରେ ଚିକିତ୍ସା ପାଇଁ ଅଧିକ ଟଙ୍କାର ଆବଶ୍ୟକତା ଥିବାରୁ ପିଣ୍ଟୁନନ୍ଦ ନିଜେ ହାତ ଯୋଡି ସାରା ଓଡିଶା ବାସୀଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଥିଲେ ଆଉ ଏହି ସମୟରେ ପିଣ୍ଟୁନନ୍ଦଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ସମସ୍ତେ ।

ନିଜ ସିନେମା ଜଗତର ପରିବାର ମଧ୍ୟ ଯଥା ସମ୍ଭବ ପିଣ୍ଟୁନନ୍ଦଙ୍କୁ ସାହାଯ୍ୟ କରିଥିଲେ । ହେଲେ ସେହି ସମୟରେ ଜଣେ ପ୍ରଯୋଜକଙ୍କ ଏଭଳି କା-ଣ୍ଡ କାର-ଣାମା ସାରା ଓଡ଼ିଶାରେ ଚହଳ ପକାଇଥିଲା ପରେ ଏହି ଘଟ-ଣାରେ ନିଜେ ପ୍ରଯୋଜକ ମୁହଁ ଖୋଲି ନିଜ ସପକ୍ଷରେ ସଫେଇ ରଖି ବବି ମିଶ୍ରଙ୍କ ଉପରେ ଆଙ୍ଗୁଳି ଉଠାଇ ଥିଲେ ଆଉ କହିଥିଲେ କି ବବି ମିଶ୍ର କେତେ ଟଙ୍କା ସହଯୋଗ କରିଛନ୍ତି ।

ତେବେ ଏହି ସବୁ ଭିତରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୁନ୍ଦର ପଦର ଏକ ଯୁବକ ସେହି ପ୍ରଯୋଜକଙ୍କ ବିଷୟରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ତାଙ୍କ ସହ ପ୍ରଯୋଜକ ଭିଆଇ ଥିବା ସେହି କା-ଣ୍ଡ କାରଖାନାକୁ ସେ ଗଣମାଧ୍ୟମରେ ବଖାଣିବା ସହିତ ପ୍ରଯୋଜକ ନୁହନ୍ତି ସେ ଜଣେ ଠ-କ ବୋଲି କହିଥିଲେ । ମାତ୍ର କିଏ କହୁଛି ସତ ଆଉ କିଏ କହୁଛି ମିଛ ତାହା କେବଳ ସମୟ କହିବ ।

Leave a Reply

Your email address will not be published. Required fields are marked *