” ଝିଅ ମାନେ କେବଳ ପାୱାରଫୁଲ ଲୋକଙ୍କ ପାଖକୁ ଯାଆନ୍ତି ” ସୋସିଆଲ ମିଡିଆରେ ଏମିତି କିଛି କହିଲେ ଅଭିନେତା ସୁଦର୍ଶନ ସାହୁ ।

ଝିଅ ଆମର ନୂଆ ବୋହୂର ସେଫ ଅର୍ଥାତ ସୁଦର୍ଶନ ସାହୁ ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କର ଅନେକ ଫ୍ୟାନ ଅଛନ୍ତି । ତେବେ ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରନ୍ତି । ବର୍ତ୍ତମାନ ସମୟରେ ସୁଦର୍ଶନଙ୍କର କିଛି ବୟାନକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ଯେଉଁଥିରେ ସେ ନିଜ ଜୀବନର ଲକ୍ଷ ଏବଂ ସବୁ ୟୁଥ ମାନଙ୍କୁ କିଭଳି ଜୀବନରେ ଲକ୍ଷ ହାସଲ କରିବା ଉଚିତ ସେ ସବୁ ବିଷୟରେ କହିଛନ୍ତି । କହିରଖିବୁ ଯେ ସୁଦର୍ଶନ ଖୁବ ସ୍ପଷ୍ଟଭାଷୀ । ସେ ଯାହା ଭାବନ୍ତି ତାହାହିଁ କହନ୍ତି । ଆଉ ଏହାକୁ ନେଇ ଅନେକ ସମୟରେ ତାଙ୍କର ବୟାନ ଭାଇରଲ ମଧ୍ୟ ହୋଇଥାଏ । ଆଉ ବର୍ତ୍ତମାନ ମଧ୍ୟ ତାଙ୍କର ଆଉ ଏକ ଉଣ୍ଟରଭିଉ ଭାଇରଲ ହେବାରେ ଲାଗିଛି ।

ସେ ସବୁବେଳେ ନିଜକୁ ଭଗବାନ ଶ୍ରୀଜଗନ୍ନାଥଙ୍କ ପୁଅ ବୋଲି କହି ଆସନ୍ତି । ଆଉ ଏମିତିରେ ତାଙ୍କ ପରିବାର ଲୋକେ ମଧ୍ୟ ଖୁବ ଈଶ୍ୱର ବିଶ୍ୱାସୀ । ତେଣୁ ପିଲାବେଳୁ ସେ ମଧ୍ୟ ମନ୍ତ୍ର ପାଠ , ଧ୍ୟାନ ପ୍ରତି ବେଶ ଆଗ୍ରହୀ । ଏହାବ୍ୟତୀତ ସେ ଅଭିନୟକୁ ଭଲ ପାଆନ୍ତି । ତାଙ୍କ ଜୀବନର ଲକ୍ଷ ହେଉଛି କୋଟିପତି ହେବା ।

ତାଙ୍କୁ ଯେତେବେଳେ ଏହି ବିଷୟରେ ପ୍ରଶ୍ନ କରାଯାଏ ସେତେବେଳେ ସେ କହନ୍ତି ଯେ ତାଙ୍କ ଜୀବନରେ ସେ ଯେଉଁ ସବୁ କାମ କରିବାକୁ ପସନ୍ଦ କରନ୍ତି , ସେହି ଜରିଆରେ ହିଁ ସେ ଟଙ୍କା ରୋଜଗାର କରିବେ ଏବଂ ଦିନେ କୋଟିପତି ମଧ୍ୟ ହେବେ । ଆଉ ଏଥିପାଇଁ ସେ କାହାର କେବେ କ୍ଷତି କରିବେ ନାହିଁ ।

ଏହାବ୍ୟତୀତ ସେ ନିଜ ରୋଜଗାରର ଏକ ଅଂଶ ଭଗବାନ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ଏବଂ ଗରିବ ଦୁଃଖୀଙ୍କ ନିମନ୍ତେ ଦାନ କରିବେ । ଯେଉଁ ବ୍ୟକ୍ତିତ୍ୱ ବାସ୍ତବରେ ଖୁବ ଆକର୍ଷକ ଅଟେ । ସେ ସମସ୍ତ ଯୁବ ପିଢ଼ିଙ୍କୁ ଏହି ଉପଦେଶ ଦେଇଛନ୍ତି ଯେ ପ୍ରେମରେ ପଡ଼ିବା ଆଗକୁ ନିଜକୁ ଆର୍ଥିକ କ୍ଷେତ୍ରରେ ମଜବୁତ କରିବା ଭଲ । ବିଶେଷ କରି ସେ ଯୁବକ ମାନଙ୍କୁ କହିଛନ୍ତି ଯେ ନିଜେ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ରହିଲେ ହିଁ ତାଙ୍କ ସହିତ କୌଣସି ଝିଅ ରହିବାକୁ ଆସିବ । କାରଣ ଝିଅ ମାନେ ପାୱାର ଥିବା ଲୋକ ମାନଙ୍କ ସହିତ ହିଁ ରହିବାକୁ ପସନ୍ଦ କରନ୍ତି । ତେଣୁ ପ୍ରଥମେ ନିଜକୁ ଆର୍ଥିକ କ୍ଷେତ୍ରରେ ସୁଦୃଡ଼ କରିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *