ମାଆ ଆମକୁ ଦଶ ମାସ ଦଶ ଦିନ ନିଜ ଗ-ର୍ଭରେ ଧରି ଦୁଃ-ଖ କଷ୍ଟ ସହି ଜନ୍ମ କରେ। ଆମେ ବଡ଼ ହେଇ ଭଲ ମଣିଷ ହେବା ପର୍ଯ୍ୟନ୍ତ ବାପା ନିଜ ଦୁଃ-ଖ କଷ୍ଟ ଭୁଲି ଆମ ପାଇଁ କାମ କରି ଟଙ୍କା ରୋଜଗାର କରନ୍ତି।ସେମାନେ ଚାହାଁନ୍ତି ଆମେ କେମିତି ବଡ଼ ହେଇଗଲେ ସେମାନଙ୍କ ଯତ୍ନ ନେବା କିନ୍ତୁ ଆଜିକାଲି ଯୁବ ପିଢ଼ି କେବଳ ନିଜ ସୁଖ ପାଇଁ ବ୍ୟସ୍ତ। ସେମାନେ ନିଜ ନିଜ ଜୀବନ ସାଥି ବାଛି ଖୁସିରେ ରହିବାକୁ ଚାହୁଁଛନ୍ତି। ଭାଇ ଭାଉଜଙ୍କ କଥା ଦୂରରେ ଥାଉ ସେମାନେ ନିଜ ବାପାମାଆଙ୍କୁ ମଧ୍ୟ ଚାହୁଁ ନାହାଁନ୍ତି।
ଡ଼ମଣା ରେ ରହୁଥିବା ୭୫ ବର୍ଷୀୟ ସୁଧାକର ଦାସ ଜୀବନର ଶେଷ ସମୟରେ ପୁଅ ବୋହୂଙ୍କୁ ଛାଡି ନିଜ ସ୍ତ୍ରୀ ସହ ଘର ଛାଡ଼ି ଏକା ଆସି ଭଡ଼ା ଘରେ ରହୁଛନ୍ତି। ତାଙ୍କର ତିନୋଟି ପୁଅ ବଡ଼ ଏବଂ ସାନ ବାହା ହୋଇଯାଇଛନ୍ତି ମଝିଆ ପୁଅ ବାହା ନ ହେଇ କାମ କରୁଛନ୍ତି। ୧୯୮୨ ମସିହାରେ ସେ ବହୁତ୍ ଜମି ବାଡ଼ି କିଣିଥିଲେ। ପିଲା ସେତେବେଳେ ଛୋଟ ଛୋଟ ଥିଲେ ସେଥିପାଇଁ ସେ ୨୦୦୨ ରେ ଲୋନ୍ ଆଣି ଘର ତିଆରି କଲେ। ଭାବିଥିଲେ ପୁଅ ବଡ଼ ହେଲେ ମିଶିକି ସବୁ ଟଙ୍କା ସୁଜି ଦେବେ କିନ୍ତୁ ପୁଅ ବଡ଼ ହେଇ ବାହା ହେବା ପରେ କହିଲେ ତମେ ଆମକୁ ପଚାରି ଘର କରିଥିଲ କି ଆମେ ତମକୁ ଟଙ୍କା ଦେବୁ।
ସୁଧାକରଙ୍କ କହିବା ଅନୁସାରେ ଘରକୁ ବୋହୂ ଆସିବା ପରେ ଏମିତି ସବୁ କାଲି ଝଗ-ଡା ଆରମ୍ଭ ହେଇଛି। ପ୍ରଥମେ ସାନ ପୁଅ ବାହା ହେଲା ତାପରେ ବଡ଼ ପୁଅ। ବଡ଼ ବୋହୂ ଘରକୁ ଆସିବା ପରେ ଦୁଇ ପୁଅ ବୋହୁ ମିଶି କେବଳ ଜମି ବାଡ଼ିରୁ ଭାଗ ମାଗିଲେ ଏବଂ ମୋ ସ୍ତ୍ରୀଙ୍କୁ ବହୁତ୍ ବାଡିଆ ବାଡ଼ି କଲେ ସେଥିପାଇଁ ମୁଁ ଟଙ୍କା ପଇସା ଏବଂ ଭାଗ ଦେବାପାଇଁ ମନା କରିବାରୁ ଆମକୁ ଘରୁ ବାହାର କରି ତାଲା ପକେଇ ପାଇଖାନା ଏବଂ ଗୁହାଳ ଘରେ ରହିବାକୁ କହିଲେ।
ମୁଁ ଆଜି ପର୍ଯ୍ୟନ୍ତ ମୋ ବଡ଼ ନାତିକୁ ପାଠ ପଢ଼ାଉଛି। ମୋ ସ୍ତ୍ରୀର ହାର୍ଟ ପ୍ରୋବଲେମ ଅଛି ପାଇଖାନା ଭଳି ଛୋଟ ଘରେ ରୋଷେଇ କରୁ କରୁ ତାର ଯଦି କିଛି ହେଇଯିବ ତେବେ ମୁଁ କଣ କରିବି। ଦି ପୁଅ ଏବଂ ବୋହୂ ମିଶି ମତେ ଯେତେ ଅଭାଷା ଗା-ଳି ଦେଇଛନ୍ତି ଭାବିଲେ କା-ନ୍ଦ ମା-ଡୁଛି ସେଥିପାଇଁ ମୁଁ ଆଉ ତାଙ୍କ ସହ ରହିବାକୁ ଚାହୁଁନି କି ତାଙ୍କୁ କିଛି ଭାଗ ଦେବାକୁ ଚାହୁଁନି। ମୁଁ ଚାହୁଁଛି ସେମାନେ ମୋ ଘରୁ ପଳାନ୍ତୁ।