ରିଫାଇନ ତେଲରେ ତିଆରି କରୁଛନ୍ତି ନକଲି କ୍ଷୀର, ଗାଈବି ଏତେ ଜଲଦି କ୍ଷୀର ଦବନି।

ଆଜିକାଲି ଆମ ଦେଶର ଯେଉଁ ଜାଗାରେ ଦେଖ ସବୁ ଆଡେ କେବଳ ନକଲି ଜିନିଷ ବ୍ୟବହାର ହେଉଛି। ଆଗପରି ଆଉ କିଛି ଭଲ ଜିନିଷ ମିଳୁନି। ଆଜିର ଦଲାଲମାନେ ଟଙ୍କା କମାଇବା ପାଇଁ ତେଲ ସାବୁନ୍ ଠାରୁ ଆରମ୍ଭ କରି ଖାଇବା ଜିନିଷରେ ମଧ୍ୟ ଭେଜାଲ ମିଶାଉଛନ୍ତି। ଏମିତି ଏକ ନକଲି କ୍ଷୀର ଦ-ଲାଲ ମାନଙ୍କୁ ଆଗ୍ରା ପୋ-ଲିସ୍ ଗି-ରଫ କରିଛି।

ଆଗ୍ରାର ଏକମାର୍ଗପୁର ରେ ଦଲାଲମାନେ ରିଫାଇନ ତେଲ, ଲୁଗାସଫା ଡିଟର୍ଜେଣ୍ଟ ସର୍ପ ଏବଂ ସିନ୍ଥେଟିକ ମିଶାଇ ଏତେ ଜଲଦି ଏମିତି କ୍ଷୀର ତିଆରି କରୁଛନ୍ତି ଗାଈବି ଏତେ ଜଲଦି କ୍ଷୀର ଦେଇ ପାରିବନି। ଦଲାଲମାନେ ନକଲି କ୍ଷୀର ତିଆରି କରି ସାରିବା ପରେ କ୍ଷୀରକୁ ପାଖ ବଜାର ରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ।

କିନ୍ତୁ ପାଖ ଅଞ୍ଚଳର ଲୋକମାନେ ଏଫ୍ଏସଡିଏ ଟିମ୍ ପାଖରେ ଅଭି-ଯୋଗ କଲା ପରେ ବୁଧବାର ଦିନ ଏଫ୍ଏସଡିଏ ଟିମ୍ କାହାକୁ କିଛି ନ ଜଣାଇ ବିହାରିପୁରର ରାଜେନ୍ଦ୍ର ସିଂଙ୍କ ଡାୟରି ଫାର୍ମ ହାଉସ ରେ ପଶିଲେ। ଡାୟରି ଫାର୍ମ ହାଉସ୍ ରୁ ସେମାନେ କ୍ଷୀରର ନମୁନା ସଂଗ୍ରହ କରିବା ସହିତ ଫାର୍ମ ହାଉସ୍ ଭିତରୁ ୨ ଲିଟର ରିଫାଇନ ତେଲ, ଲୁଗାସଫା ଦିଟର୍ଜେଣ୍ଟ ସର୍ପ ଏବଂ ଅନେକ ରାସାୟନିକ ପଦାର୍ଥ ସଂଗ୍ରହ କରିଛି। ଡ୍ରମ ରେ ଥୁଆ ହେଇଥିବା କ୍ଷୀରରେ ପୋକ ପଡ଼ିଥିବାରୁ ଏଫ୍ଏସଡିଏ ଟିମ୍ ୬୫୦ ଲିଟରର କ୍ଷୀରକୁ ତଳେ ଢାଳି ଦେଇଛି।

Leave a Reply

Your email address will not be published. Required fields are marked *