ମୃ-ତ୍ୟୁରୁ ୭ ଦିନ ବିତିବା ପରେବି ଶୁଭୁଛି ଶୁଭଲକ୍ଷ୍ମୀଙ୍କ କରୁଣ କାନ୍ଦ । ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ଏହି କିଛି ଦିନ ତଳେ ଅର୍ଥାତ ପ୍ରାୟ ୭ ଦିନ ପୂର୍ବରୁ ଅନୁଗୁଳ ଜିଲ୍ଲା ପୌରପାଳ ଥା-ନା ଅନ୍ତର୍ଗତ ମଙ୍ଗଳବାର ହାଟ ନିକଟରେ ଏକ ଟ୍ରଲର ଧ-କ୍କାରେ ବନ୍ଧା ଗ୍ରାମର ଜିତେନ୍ଦ୍ର ସାହୁଙ୍କ ଝିଅ ଶୁଭଲକ୍ଷ୍ମୀ ସାହୁର ମୃ-ତ୍ୟୁ ଘଟିଥିଲା । ଆଉ ଯେଉଁ ମୃ-ତ୍ୟୁକୁ କେହିବି ହଠାତ ବିଶ୍ୱାସ କରି ପାରି ନଥିଲେ ।

କୁନି ଝିଅଟି ଅନ୍ୟ ପିଲାଙ୍କ ଭଳି ବର୍ଷା ଦିନ ହୋଇ ଥିବାରୁ ରେନକୋଟ ପିନ୍ଧି ସାଇକେଲ ନେଇ ବେଶ ଘରକୁ ଫେରୁଥିଲା ସ୍କୁଲରୁ । ସ୍କୁଲରୁ କେମିତି ଜଲଦି ଆସି ଘରେ ମା’ ର ହାତ ରନ୍ଧା ଖାଇ ଖେଳିଥାନ୍ତା । କିନ୍ତୁ ସେହି ସବୁ ଭାବନା ଆଶାରେ ହିଁ ରହିଗଲା । ଆଉ ମା’ ମଧ୍ୟ ଝିଅର ଆସିବା ବାଟକୁ ଚାହିଁ ବସିଥିଲା ।

ଝିଅ ଆସିବା କ୍ଷଣିହିଁ ତାକୁ ଖାଇବା ପରଶିବ ବୋଲି । କିନ୍ତୁ ଏଭଳି କାଣ୍ଡ ଘଟିଯିବ କେହିବି ଭାବି ନଥିଲେ । ସାଇକେଲରେ ଶୁଭଲକ୍ଷ୍ମୀ ଆସୁଥିବା ସମୟରେ ଭାରସାମ୍ୟ ହରାଇ ବସିଥିଲେ ଏବଂ ହଠାତ ଏକ ଟ୍ରଲି ଚକା ତଳେ ସମ୍ପୂର୍ଣ୍ଣ ଚାପି ହୋଇ ଯାଇଥିଲେ । ମା’ ସେମିତି ହିଁ ଝିଅର ଆସିବା ବାଟକୁ ଅନାଇ ବସିଥାଏ । କିନ୍ତୁ ଝିଅ ସ୍କୁଲକୁ ଗଲା ସତ କିନ୍ତୁ ଆଉ ଫେରିଲାନି । କହିବାକୁ ଗଲେ ସେହି ଅଞ୍ଚଳର ରାସ୍ତା ମଧ୍ୟ ଖୁବ ଖରାପ । ପ୍ରାୟ ଦିନ ଏମିତି ଅନେକ ଘ-ଟଣା ଘଟି ଆସିଲାଣି । କିନ୍ତୁ ତଥାପି ଏବେ ଯାଏ ସରକାର ରାସ୍ତା ଠିକ କରିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି ।

ଆଉ ଖାସ ଏହି କାରଣରୁ ହିଁ ଆଜି କୁନି ଝିଅଟର ଜୀବନ ଚାଲିଯାଇଛି । ଶୁଭଲକ୍ଷ୍ମୀର ଏଭଳି ମୃ-ତ୍ୟୁରେ ସମ୍ପୂର୍ଣ୍ଣ ଗ୍ରାମବାସୀ ମର୍ମାହତ ହୋଇ ପଡ଼ିଛନ୍ତି ଏବଂ ପୁରା ପରିବାର ମଧ୍ୟ ଶୁଭଲକ୍ଷ୍ମୀଙ୍କୁ ଝୁରୁଛନ୍ତି । ଖାଲି ସେତିକି ନୁହେଁ ଶୁଭଲକ୍ଷ୍ମୀଙ୍କ ମୃ-ତ୍ୟୁକୁ ୭ ଦିନ ବିତି ଯାଇଥିଲେ ହେଁ ସେହି ରାସ୍ତାରେ କୁଆଡ଼େ ଆଜିବି ଶୁଭଲକ୍ଷ୍ମୀଙ୍କ କାନ୍ଦ ଶୁଭୁଛି । ଏପଟେ ଘରେ ମା’ଟି ଆଖିରୁ ଲୁହ ଶୁଖୁନାହିଁ । ଶୁଭଲକ୍ଷ୍ମୀଙ୍କର ଏଭଳି ମୃ-ତ୍ୟୁ ପରେ ସ୍କୁଲ ପିଲା ମାନେ ମଧ୍ୟ ଧାରଣାରେ ବସିଥିବା ଶୁଣିବାକୁ ମିଳିଥିଲା । କାରଣ ପିଲାମାନେ ଦାବି କରିଛନ୍ତି ଯେ ଯେମିତି ଏହି ଖରାପ ରାସ୍ତା କାରଣରୁ ଆଉ କେଉଁ ମଣିଷର ଅମୂଲ୍ୟ ଜୀବନ ନଯାଉ ।

Leave a Reply

Your email address will not be published. Required fields are marked *