୧୯୪୧ ଅଗଷ୍ଟ ୧୯ ରେ ଉତ୍ତରାଖଣ୍ଡର ପୌଡ଼ ଜିଲ୍ଲାର ଏକ ଛୋଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଯଶୱନ୍ତ ସିଂ । ସେ ସେନାରେ ଯୋଗ ଦେବା ସମୟରେ ତାଙ୍କର ବୟସ ୧୭ ବର୍ଷ ଥିଲା । ତେଣୁ ସେନାରେ ତାଙ୍କ ନାମ ଲେଖିବାକୁ ମନା କରି ଦେଇଥିଲେ । ପରେ ତାଙ୍କର ଉପଯୁକ୍ତ ବୟସ ହେବା ପରେ ତାଙ୍କୁ ସେନାରେ ଭର୍ତ୍ତି କରାଗଲା । ଆଉ ସେ ଏକ ବଡ଼ ଯୁଦ୍ଧର ନେତୃତ୍ୱ ମଧ୍ୟ ନେଇଥିଲେ । ଯାହାକି ୧୯୬୨ ମସିହା ନଭେମ୍ବର ୧୭ ରେ ହୋଇଥିଲା । ସେତେବେଳେ ଚୀନ ଅରୁଣାଚଳପ୍ରଦେଶକୁ କବଜାକୁ ନେବାକୁ ଚେଷ୍ଟା ଆରମ୍ଭ କରି ଦେଇଥିଲା । ମାତ୍ର ସେତେବେଳେ ଭାରତୀୟ ସେନା ଅରୁଣାଚଳ ପ୍ରଦେଶରେ ସ୍ଥାପିତ ହୋଇ ନଥିଲା ।
ଚୀନ ମଧ୍ୟ ତାହାର ଫାଇଦା ଉଠାଇବାକୁ ଚାହିଁ ବସିଥିଲା । ଅରୁଣାଚଳ ପ୍ରଦେଶରେ ଚୀନର ଧ୍ୱଂ-ସ ଦେଖି ରାଇଫଲ ସେନାଙ୍କୁ ଭାରତ ସେହି ସ୍ଥାନକୁ ପଠାଇଥିଲା । ମାତ୍ର ଅଧିକ ଅ-ସ୍ତ୍ର ଏବଂ କ୍ଷମତା ନଥିବାରୁ ସେନା ପ୍ର-ତ୍ୟାହା-ର କରିବାକୁ ସରକାର ନିର୍ଦେଶ ଦେଇଥିବା ସତ୍ତ୍ୱେବି ତିନି ଜଣ ସେନା ଫେରିବାକୁ ସିଧା ସିଧା ମନା କରି ଦେଇଥିଲେ । ସେମାନେ ଥିଲେ ଜସୱନ୍ତ ସିଂ ନାୟକ , ତିଳକ ସିଂ ନାଗି ଏବଂ ରାଇଫଲ ମ୍ୟାନ ଗୋପାଳ ସିଂ ଗୁଜାଇ । ଯଶୱନ୍ତ ସିଂ ନିଜର ଦୁଇ ସାଙ୍ଗଙ୍କୁ ପଠାଇ ନିଜେ ଏକୁଟିଆ ସୀମାରେ ରହି ତିନି ଦିନ ପର୍ଯ୍ୟନ୍ତ ଚୀନ ସେନା ସହିତ ଲ-ଢ଼େଇ ଜାରି ରଖିଥିଲେ ଏବଂ ତିନି ଦିନରେ ତିନିଶହ ସେନାଙ୍କୁ ହ-ତ୍ୟା କରିବା ସହିତ ଚିନି ସେନାଙ୍କୁ ଆଗକୁ ଆସିବାକୁ ଦେଇ ନଥିଲେ ।
ଏହି ସମୟରେ ଦୁଇ ଝିଅ ଶିଲା ଏବଂ ନୋରା ତାଙ୍କୁ ସହଯୋଗ କରିଥିଲେ । କିନ୍ତୁ ତିନି ଦିନ ପରେ ନୋରାଙ୍କୁ ଚିନି ସୈନିକ କାବୁ କରି ନେଇଥିଲେ । ଏହାବ୍ୟତୀତ ଶିଲାଙ୍କ ଉପରକୁ ଗ୍ରାନାଇଟ ଫିଙ୍ଗି ମା-ରି ଦିଆଯାଇଥିଲା । ସେମାନଙ୍କ ନାମରେ ସେଠାରେ ଦୁଇଟି ପାହାଡ଼ର ନାମ ଶିଲା ଏବଂ ନୋରା କରାଗଲା । କେବଳ ଭାରତ ନୁହେଁ ବରଂ ଚୀନ ମଧ୍ୟ ଏହି ଦୁଇ ଭଉଣୀଙ୍କ ସାହାସିକତା ଆଗରେ ମୁଣ୍ଡ ନୁଆଁଇ ଥିଲା । ପରେ ଯଶୱନ୍ତ ସିଂହ ଏକୁଟିଆ ହେବା ସହିତ ଖାଦ୍ୟ ମଧ୍ୟ ପାଇ ନଥିଲେ ଏବଂ ନିଜେ ନିଜ ଉପରକୁ ଗୁ-ଳି ଚାଳନା କରିଥିଲେ । ଏ ବିଷୟରେ ଚୀନ ସେନା ଜାଣିବା ପରେ ଯେ ଜଣେ ଭାରତୀୟ ସେନା ଏତେ ସଂଖ୍ୟକ ସେନାଙ୍କୁ ପରାସ୍ତ କରିଛି ତେଣୁ ଚୀନ କମାଣ୍ଡର କ୍ରୋ-ଧିତ ହୋଇ ଯଶୱନ୍ତଙ୍କ ମୁଣ୍ଡ କା-ଟି ଚୀନକୁ ନେଇ ଯାଇଥିଲେ ।
ଅସ୍ତ୍ର ବିରତି ଉଲଂ-ଘନ ପରେ ଯଶୱନ୍ତଙ୍କୁ ଚୀନ ସେନା ସମ୍ମାନିତ କରିଥିଲେ ଏବଂ ମୁଣ୍ଡ ଫେରାଇବା ସହିତ ଏକ କଂସାରେ ତିଆରି ପ୍ରତିମୂର୍ତ୍ତି ମଧ୍ୟ ଉପସ୍ଥାପନା କରିଥିଲା । ତାଙ୍କ ମୃ-ତ୍ୟୁ ହୋଇଥିବା ସ୍ଥାନରେ ଏକ ମନ୍ଦିର ନିର୍ମାଣ କରାଯାଇ ଚୀନ ଦେଇଥିବା ପ୍ରତିମୂର୍ତ୍ତିକୁ ସେଠାରେ ଉପସ୍ଥାପିତ କରାଯାଇଛି । ଆଜିବି ସେ ଦୀର୍ଘ ୬୦ ବର୍ଷ ପରେ ସେ ଦେଶର ର-କ୍ଷା କରୁଛନ୍ତି ବୋଲି କୁହାଯାଉଛି । ଆଜିବି ସେନା ମାନେ ଯୁ-ଦ୍ଧ ପୂର୍ବରୁ ତାଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ମୁଣ୍ଡ ନୁଆଇଁଥାନ୍ତି ।