ବାପା ହେବାକୁ ଈଛା କରୁଛନ୍ତି ଦୂତି ଚାନ୍ଦ , ସୋସିଆଲ ମିଡିଆରେ ଜଣାଇଲେ ମନର କଥା

ସାରା ରାଜ୍ୟ ତଥା ଦେଶରେ ନିଜର ନାମ କମାଇ ସାରିଥିବା ଜଣେ ମହିଳା ହେଉଛନ୍ତି ଦୂତି ଚାନ୍ଦ । ତାଙ୍କୁ ଦୌଡର ରାଣୀ ଭାବରେ ମଧ୍ୟ ବିବେଚନା କରାଯାଏ । ଅନେକ ଲୋକ ତାଙ୍କୁ ଭଲ ପାଉଥିବା ବେଳେ ଅନେକ ଲୋକ ଗା-ଳି ମଧ୍ୟ କରିଥାନ୍ତି । ତେବେ କେବଳ ଓଡ଼ିଶାରେ ନୁହେଁ , ସାରା ଭାରତର ଲୋକଙ୍କ ପସନ୍ଦ ପାଲଟି ଯାଇଛନ୍ତି ଦୂତି ଚାନ୍ଦ। ନିଜ ଦୌଡ ବଳରେ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି । ସେଥିପାଇଁ ଅନେକ ସମୟରେ ତାଙ୍କୁ ବହୁତ ପୁରସ୍କାର ମଧ୍ୟ ମିଳି ସାରିଛି ।

କେତେକ କ୍ଷେତ୍ରରେ ମଧ୍ୟ ସେ ଚମ୍ପିୟାନ ହୋଇ ଆମ ଓଡ଼ିଶାର ନାମ ଉଜ୍ଜଳ କରିଛନ୍ତି। ତେବେ କହିରଖୁଛୁ ଯେ , ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ନିଜର ଖେଳକୁ ନେଇ ତ ଆଉ କେତେବେଳେ ନିଜ ପ୍ରେମକୁ ନେଇ । ତେବେ ଆପଣ ସମସ୍ତେ ଜାଣି ସାରିଥିବେ କି , ଦୂତି ଚାନ୍ଦ ସମ-ଲିଙ୍ଗି ସ-ମ୍ପର୍କ ରଖିଛନ୍ତି । ନିଜ ପ୍ରେମିକା ମୋନାଲିସାଙ୍କୁ ନେଇ ସେ ସୋସିଆଲ ମିଡିଆରେ ଅନେକ ଫୋଟ ମଧ୍ୟ ପୋଷ୍ଟ କରିଥାନ୍ତି । ଆଉ ସେହି ପୋଷ୍ଟ ମାଧ୍ୟମରେ ସେ ନିଜ ମନର ଭଲ ପାଇବା ଆଉ ଅନୁଭବକୁ ବଖାଣି ଥାଆନ୍ତି ।

ତେବେ ନିକଟରେ ଦୂତି ଆଉ ମୋନାଲିସାଙ୍କୁ ନେଇ ଏକ କଭର ପେଜ ସୁଟ ହୋଇଥିଲା । ଯାହା ବିଷୟରେ ଦୂତି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି । କେବଳ ଏତିକି ନୁହେଁ , ସେ ଆହୁରି ଏକ କଥା ଖୋଲି କରି କହିଛନ୍ତି । ସେ ବାପା ହେବା ପାଇଁ ଇଚ୍ଛା ରଖିଛନ୍ତି । ସେ କହିଛନ୍ତି କି , କେବଳ ଶାରୀ-ରିକ ସ-ମ୍ପର୍କ ରଖିଲେ ପିଲା ହୋଇପାରିବ ସେ କଥା ନୁହେଁ । ଆଜିକାଲିର ଦୁନିଆଁରେ ଏପରି ଅନେକ କୌଶଳ ବାହାରି ଗଲାଣି , ଯାହା ମଧ୍ୟରେ ସମସ୍ତେ ମାଆ ହୋଇ ପାରୁଛନ୍ତି ।

ତେଣୁ ସେମାନେ ମଧ୍ୟ ସେପରି କିଛି ଉପାୟ ଆପଣାଇ ନିଜ ପିଲାକୁ ଏ ଦୁନିଆଁକୁ ଆଣିବା ପାଇଁ ଇଚ୍ଛା ରଖିଛନ୍ତି । ଯେଉଁ ପିଲା ଆସିଲେ , ତାଙ୍କୁ ବାପା ଆଉ ମୋନାଲିସାଙ୍କୁ ମାଆ ଡାକିବ ବୋଲି ସେ କହିଛନ୍ତି । ତେବେ ଅନ୍ୟ ପକ୍ଷରେ କହି ରଖୁଛୁ ଯେ , ସମ-ଲିଙ୍ଗି ସମ୍ପ-ର୍କ ନେଇ ହାଇକୋର୍ଟରେ ବି-ଚାର ଚାଲୁଥିବା ସମୟରେ ଦୂତି କହିଛନ୍ତି କି , ସେ ମୋନାଲିସାଙ୍କୁ ୨୦୧୮ ମସିହାରୁ ଭଲ ପାଇ ଆସୁଛନ୍ତି ଆଉ ତାଙ୍କୁ ବିବାହ ମଧ୍ୟ କରିଛନ୍ତି। ତେଣୁ ତାଙ୍କ ମନରେ ଆଉ କେହି ନାହିଁ। ବାସ୍ ସାରା ଜୀବନ ତାଙ୍କ ସହିତ ଏକାଠି ରହିବେ ବୋଲି ସେ ସ୍ଥିର କରି ନେଇଛନ୍ତି ।

Leave a Reply

Your email address will not be published. Required fields are marked *