ଦୀପିକାଙ୍କ ନାମରେ ଅଭି-ଯୋଗ ଆଣିଲେ ଦିନେଶଙ୍କ ମାଆ , ସେ ଗୋଡ ଭିଡ଼ିଲାରୁ ମୁଁ ତା ଉପରେ ପାଣି ଢାଳିଲି

ଦୀର୍ଘ ଦିନ ବିତି ଯାଇଥିବା ପରେ ମଧ୍ୟ ଗଞ୍ଜାମରେ ଘଟି ଯାଇଥିବା ଏହି କଥାର ସମାଧାନ ହୋଇ ପାରୁ ନାହିଁ । ଏବେ ବି ଧାରଣା ଦେଇ ବସିଛନ୍ତି ନିଜ ନ୍ୟା-ୟ ପାଇଁ ଲ-ଢ଼ୁଥିବା ଦୀପିକା । ଆପଣ ଶୁଣିଥିବେ ଯେ , ବର୍ଷକ ଧରି ନିଜ ପ୍ରେମିକଙ୍କ ଘର ଆଗରେ ବସି ରହିଛନ୍ତି ଦୀପିକା । ନିଜ ପୁଅକୁ ତାର ବାପାର ଅଧିକାର ମିଳୁ ବୋଲି ସେ ଚେଷ୍ଟା ଚଳାଇଛନ୍ତି । ଖରା , ବର୍ଷା , ଶୀତ କିଛି ବି ଖାତିର ନ କରି ସେ ନିଜ ସଂ-ଘର୍ଷ ଜାରି ରଖିଛନ୍ତି । ସେପଟେ କୋର୍ଟ ଆଉ ପୋ-ଲିସ ଷ୍ଟେସନ ଧାଇଁ ଧାଇଁ ତାଙ୍କ ଜୀବନ ଯାଉଛି ।

ଏତେ ଧାଇଁବା ପରେ ମଧ୍ୟ ତାଙ୍କୁ ସଠିକ୍ ନ୍ୟା-ୟ ମିଳି ପାରି ନାହିଁ । କିଛି ଦିନ ଆଗରୁ ଦିନେଶଙ୍କର ଆଉ ଦୀପିକାଙ୍କର ପୁଅର ଡିଏନଏ ମ୍ୟାଚ୍ କରା ଯାଇଥିଲା , ଯାହା ପରେ ଦିନେଶ ହିଁ ଦୀପିକାଙ୍କ ପୁଅର ବାପା ବୋଲି ଜଣା ପଡିଥିଲା । ଯାହା ପରେ ଦୀପିକା ନିଜ ଅଧିକାର ପାଇଁ ଲ-ଢିଥିଲେ । କିନ୍ତୁ ଫଳସ୍ୱରୁପ କିଛି ବି ହୋଇ ପାରି ନାହିଁ ।ଓଲଟା ତାଙ୍କ ନାଁରେ ଆସୁଅଛି ନାନାଦି ଅଭି-ଯୋଗ । ଦୀପିକାଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି ଦିନେଶଙ୍କ ମାଆ । ସେ ଏପରି କାର-ନାମା କରିବାରେ ଲାଗିଛନ୍ତି , ଯାହା ପରେ ତାଙ୍କ ମୁଣ୍ଡ ତଳକୁ ହୋଇ ଯାଉଅଛି ।

ନା ସେମାନେ ଶାନ୍ତିରେ ରହି ପାରୁଛନ୍ତି , ନା ଶାନ୍ତିରେ ବସି ପାରୁଛନ୍ତି ବାସ୍ ତାଙ୍କୁ କେବଳ ନିର୍ଯା-ତନା ସହିବାକୁ ପଡୁଛି ବୋଲି ସେ କହିଛନ୍ତି । ସେ ତାଙ୍କ ଦାଣ୍ଡ ଆଗରେ ବସି ରହୁଛନ୍ତି । କିଏ ଯଦି କବାଟ ଖୋଲିଲା ସାଙ୍ଗେ ସାଙ୍ଗେ ଘର ଭିତରକୁ ପଶି ଯାଉଛନ୍ତି ଆଉ କହୁଛନ୍ତି ଏଇଠି ହିଁ ରହିକରି ରୋଷେଇ କରିବି । କେବଳ ଏତିକି ନୁହେଁ , ଦିନେଶଙ୍କ ଜେଜେ ବାପା ଜେଜେ ମାଆଙ୍କୁ ମଧ୍ୟ ହଇ-ରାଣ କରିବାରେ ଲାଗିଛନ୍ତି । ସେମାନଙ୍କ ଗୋଡ ମଧ୍ୟ ଭିଡ଼ି ରଖୁଛନ୍ତି । ଯାହା ପରେ ସେଦିନ ବାଧ୍ୟ ହୋଇ ଦିନେଶଙ୍କ ମାଆ ତାଙ୍କ ଉପରେ ପାଣି ପକାଇ ଦେଇଥିଲେ ।

କେବଳ ଏତିକି ନୁହେଁ , ତାଙ୍କ ଘରର ଦୁଇ ଦୁଇଟି ଗାଡ଼ି ସେ ଭାଙ୍ଗି ସାରିଲେଣି ଆଉ ଯାହାକୁ ସୋସିଆଲ ମିଡିଆରେ ମଧ୍ୟ ଆପଣ ସମସ୍ତେ ଦେଖି ସାରିଥିବେ । ଏତେ ପରେ ଆଉ କିଏ ବା ସହିବ । ଶାନ୍ତି ଶୃଙ୍ଖଳା ର-କ୍ଷା କରି ସବୁ କାମ କରିହେବ କିନ୍ତୁ ଦୀପିକା ତାହାକୁ ଉଲ-ଙ୍ଘନ କରି ଯାଉଛନ୍ତି ଦୀପିକା । ଘରେ ରହୁଥିବା ବୁଢ଼ାବୁଢ଼ୀ କଥା ମଧ୍ୟ ସେ ଟିକିଏ ଭାବୁ ନାହାନ୍ତି । ଏପରିକି ପୋଲି-ସର ଆଦେଶ ମଧ୍ୟ ମାନିବାକୁ ସେ ନାରାଜ । ଯେଉଁଥି ପାଇଁ ବାଧ୍ୟ ହୋଇ ସେ ଆଜି ପୋ-ଲିସ ଥା-ନାରେ ଦୀପିକା ନାମରେ ଅଭି-ଯୋଗ କରିବା ପାଇଁ ହାଜର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *