ଧନୀ ଝିଅ ମାନେ ଗର୍ଭବତୀ ହୁଅନ୍ତି: ସୁର ରାଉତରାୟ

ଆମ ସମୟରେ ଲୋକେ ଡରୁଥିଲେ ଲୁଚି ଲୁଚି କରୁଥିଲେ। ଏବେ ଲୋକେ ନା କାହାକୁ ଡରୁଛନ୍ତି ନା ଭୟ କରୁଛନ୍ତି। ଯିଏ ଯାହାକୁ ପାଇଲା ଯେଉଁଠି ପାଇଲା ଖୁଲମ୍ ଖୁଲା କଲା। ଯୁବତୀ ମାନେ ବି ନା ଲୋକ ଲଜ୍ୟାକୁ ଭୟ କରୁଛନ୍ତି ନା ହିଁ କାହାକୁ ଡରୁଛନ୍ତି। ଏମିତି ସମୟରେ ଆମେ ଆସି ପହଞ୍ଚିଛୁ ଯେ ଯିଏ ଯାହାକୁ ଯେତେବଳେ ପାଇଲା ନେଇ ପଳାଇଲା ଯିଏ ଯାହାକୁ ଯେଉଁଠି ପାଇଲା ନେଇ ରଖିଲା।

ସମୟର ଦୋଷ ନା ଲୋକଙ୍କର। ଏପରି ଭାବେ ଆଜି ମୁହଁ ଖୋଲିଛନ୍ତି ସୁର ରାଉତରାୟ। ସେ କହିଛନ୍ତି କି ଲୋକେ ଏବେ କାହାକୁ ଭୟ କରୁ ନାହାଁନ୍ତି। ଯାହା ଫଳରେ ସାମ୍ନାକୁ ଆସୁଛି ସାଙ୍ଘାତିକ ଘଟଣା କେତେବେଳେ ବିବାହ ନକରି ମଧ୍ୟ ଯୁବତୀ ଗର୍ଭବତୀ ହୋଇଯାଉଛନ୍ତି ତ ଆଉ କେତବେଳେ ସ୍ବାମୀ ଘର ଆଗରେ ସ୍ତ୍ରୀ ନ୍ୟାୟ ପାଇଁ ଧାରଣାରେ ବସୁଛି।

ସୁର ରାଉତରାୟ ଆହୁରି ମଧ୍ୟ କହିଛନ୍ତି କି ଯେଉଁ ସମୟରେ ଆମେ ଲୁଚେଇ ଛପେଇ କରୁଥିଲୁ ଏବେ ତାହା ସାହାଣ ମେଲା ହୋଇଯାଇଛି। ଲୋକଙ୍କର କାହାକୁ ଡର ଭୟ ନାହିଁ। ଯିଏ ଯାହାକୁ ଯେଉଁଠି ପାଇଲା ସେଇଠି ତାହା ଶହ ସମ୍ପର୍କ ରଖିଲା। ନା କାହାକୁ ଡରିଲା ନା କାହାକୁ ଭୟ କଲା। ଯିଏ ବିବାହ କରିଛି ସେ ତା ସ୍ୱାର୍ଥ ପୂରଣ ହେବା ପୂର୍ବରୁ କାଢି ଦେଉଛି ଯିଏ ବାହା ହେଇନି ସେ ବି ଯୁବତୀକୁ ନେଇ ପାଖରେ ରଖି ରାତି ରାତି ତାହା ସହ ସମ୍ପର୍କ ରଖିଛି ଆଉ ସମୟ ଆସିଲେ ତାକୁ କାଢି ଦେଉଛି। ଏହି ଅର୍ଡର ଯେଉଁ ହେଉଛି ତା ପାଇଁ ଏତେ ନାଟ ବୋଲି ସୁର ରାଉତରାୟ କହିଛନ୍ତି। ଏ ଭାରତ ଗଣତନ୍ତ୍ର ପ୍ରତି ଏ ବହୁତ୍ ଅପମାନ ବୋଲି ମଧ୍ୟ କହିଛନ୍ତି।

ମୁଁ ଯୁଡ଼ିଶିଆଲ କୁ ସମ୍ମାନ ଦେଉଛି । ମୁଁ ମଧ୍ୟ ନିୟମ କୁ ମାନିବି। ଯଦି କିଏ କେଉଁଠି ପ୍ରେଗେନେଣ୍ଟେ ହୋଇଥିବେ ମତେ କହିଲେ ତାଙ୍କୁ ଭଗେଇ ଦେବାରେ ମୁଁ ସାହାଯ୍ୟ କରିବି ମାତ୍ର ଏପରି ହେଲେ ଭାରତର ଗଣତନ୍ତ୍ର ପାଇଁ ଏହା କଳଙ୍କ। ଯେଉଁଠି ଦେଖ ଗୋଟିଏ ଖବର ପ୍ରେମ ପ୍ରତାରଣା ଓ ତା ପରେ ଶାରୀରିକ ସମ୍ପର୍କ।

ଯେଉଁଠି ଦେଖ ଯୁବତୀ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଦେଉଛି ଅଧା ରାସ୍ତାରେ ପ୍ରେମିକ ଆଉ ଯୁବତୀ ଜଣଙ୍କ ପ୍ରେମିକ ର ଘର ଆଗରେ ବସି ନ୍ୟାୟ ଭିକ୍ଷା କରୁଛି। କେଉଁଠି ଅବିବାହିତ ଯୁବତୀ କୋଳରେ ପିଲା ଧରି ନ୍ୟାୟ ଭିକ୍ଷା କରୁଛି ତ ଆଉ କେଉଁଠି ସ୍ତ୍ରୀର ଅଧିକାର ପାଇଁ ସ୍ବାମୀ ଶହ ଲଢେଇ କରୁଛି ସ୍ତ୍ରୀ। ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସିଲେ ମଧ୍ୟ କେହି ହେଲେ ଏଭଳି ଘଟଣାକୁ ନେଇ ଲଜ୍ୟା କରୁ ନାହାନ୍ତି ଯାହା ଫଳରେ ଭୟ ନାହିଁ।

ସୁର ରାଉତରାୟ କହିଛନ୍ତି କି ମୋ ଜୀବନରେ କେବେ ମୁଁ ଦେଖିନି କେଉଁଠି ଗରିବ ଘରର ଝିଅ ଟିଏ ଗର୍ଭବତୀ ହେବା। ସବୁବେଳେ ଆଗ ଧନୀ ଘରର ଝିଅ ଗର୍ଭବତୀ ହୋଇଥାନ୍ତି ।ଧନୀ ଜ୍ଞାନୀ ଲୋକ ମାନଙ୍କର ଝିଅ ଆଗ ପ୍ରେଗେନେଣ୍ଟ ହୋଇଯାଆନ୍ତି। ଆଉ ଯେତେବେଳେ ମୋ ପାଖକୁ ଆସନ୍ତି ମୁଁ ଡାକ୍ତର ଯୋଗାଡ କରିଦିଏ ତାପରେ ସେମାନେ ନିଜକୁ ସଫା କରି ହୋଇଯାଆନ୍ତି ସତୀ ସାବିତ୍ରୀ। ବାସ୍ତବରେ ଏଭଳି କାହିଁକି ବର୍ତ୍ତମାନ ଏତେ ଜୋରେ ବ୍ୟାପୁଛି ଯାହା ଏକ ସମାଜ ପାଇ ନିହାତି ଭାବେ କଳଙ୍କ।

ଆଗାମୀ ପିଢ଼ି କଣ ଶିଖିବେ ଏଥିରୁ ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ପ୍ରତି ଦିନ ଟିଭି ଖୋଲିଲେ ଗୋଟିଏ ଖବର ସାମ୍ନାକୁ ଆସୁଛି। କିଏ କାହାକୁ ଛାଡି ଦେଲାଣି କିଏ ପ୍ରେମରେ ଧୋକା ପାଇଲାଣି। ହେଲେ ଏହାର ନିରାକରଣ କଣ କିଛି ନାହି। ନା ସମାଜ ଏମିତି ଅବାଟରୁ ଆଉ କେବେ ବାଟକୁ ଆସିବ ନାହିଁ।

Leave a Reply

Your email address will not be published. Required fields are marked *