ଯବାନ ଜଣଙ୍କ ଛୁଟିରେ ଘରକୁ ଫେରି ଦେଖିଲେ ତା ସ୍ତ୍ରୀ ଗର୍ଭବତୀ ହୋଇଛନ୍ତି, ରାଗରେ ଯବାନ ଜଣକ କଲେ ଏମିତି କାମ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି…

ଯବାନ ମନେ ନିଜ ଜୀବନକୁ ଉତ୍ସର୍ଗ କରିଦେଇ ମାତୃଭୂମି ର ସେବାରେ ଲାଗି ପଡନ୍ତି। ତେବେ ସେମାନଙ୍କ ମନରେ ପରିବାର କୁ ନେଇ କୌଣସି ଭୟ ନଥାଏ। ସେମାନଙ୍କ ସଂସାର ପ୍ରତି କୌଣସି ଲୋଭ ନଥାଏ। ଦେଶର ସେବା କରିବା ଏବଂ ସୁରକ୍ଷା ଦେବା ତାଙ୍କର ମୂଳ ଲକ୍ଷ୍ୟ ରହିଥାଏ। ସେଥିପାଇଁ ଜୀବନ ଦେବାକୁ ପଡିଲେ ମଧ୍ୟ ଯବାନ ମାନେ ପଛଘୁଞ୍ଚା ଦିଅନ୍ତି ନାହିଁ। କାର୍ଯ୍ୟରୁ ଛୁଟି ମିଳିଲେ ପରିବାର ଲୋକଙ୍କ ସହ ସମୟ ଅତି ବାହିତ କରିବା ପାଇଁ ଚାଲି ଆସନ୍ତି। କିନ୍ତୁ ନିଜର ପରିବାର ମୃତ୍ୟୁର କାରଣ ସାଜିବ ତାହା ଜାଣି ପାରିଲେ ନାହିଁ ଯବାନ।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ବର୍ତ୍ତମାନ ସମୟରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଅନୈତିକ ଛାପ ରହୁଛି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋକା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବିଷ ଦେଇ ବିଶ୍ୱାସ ଘାତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ତ୍ରୀ ଶେଷରେ ସ୍ୱାମୀର ବିଶ୍ୱାସ ରେ ବିଶ୍ୱାସଘାତକ କରିବ ତାହା ଜାଣି ନଥିଲେ ଯବାନ ସ୍ୱାମୀ। ତେବେ ଏଭଳି ଏକ ଘଟଣା ଜାଜଗିର ପାମଗଡ଼ ଥାନା ଅଞ୍ଚଳରେ ଘଟିଛି।

ଖବର ଅନୁସାରେ, ଚଣ୍ଡେଲ ଜଣେ ଆର୍ମି ଅଫିସର। ସେ ପ୍ରାୟ ଏକ ବର୍ଷ ତଳେ ନିକିତା ନାମକ ଏକ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ବିବାହ କରିବାର ଏକ ମାସ ପରେ ଚଣ୍ଡେଲ ଡିୟୁଟିରେ ଫେରି ଯାଇଥିଲେ। ତେବେ ୭ ମାସ ପରେ ଯେତେବେଳେ ଘରକୁ ଫେରିଲେ ସେତେବେଳେ ସ୍ତ୍ରୀ ୨ ମାସ ଗର୍ଭବତୀ ଥିବା ଜାଣିବାକୁ ପାଇଲେ। ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତାଙ୍କ ପତ୍ନୀ ଙ୍କ ଚରିତ୍ର ଉପରେ ସନ୍ଦେହ ଆସିଥିଲା।

ସ୍ତ୍ରୀ ଗର୍ଭବତୀ ହେବାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ଯବାନ ଜଣକ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏକ ଟେଲିଫୋନ ତାର ରେ ସେ ନିଜ ପତ୍ନୀଙ୍କ ବେକ ଚିପି ହତ୍ୟା କରିଥିଲେ। ଏହା ପରେ ନିଜେ ଟ୍ରେନ ଆଗ ରେ ଡେଇଁ ଆତ୍ମହତ୍ୟା କରିଥିଲେ। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ସୁଇସାଇଡ଼ ନୋଟ ଛାଡି ଯାଇଛନ୍ତି।

ତେବେ ସେହି ନୋଟରେ ଲେଖି ଦେଇଛନ୍ତି ଯେ ସେ ପ୍ରଥମେ ତାଙ୍କ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ପାଇଁ ମନସ୍ତ କରିଥିଲେ। ତେବେ ଏଥିରେ କାହାର ହାତ ନାହିଁ ବୋଲି ସମ୍ପୂର୍ଣ୍ଣ ଭାବେ ଖୋଲି କରି ଲେଖିଛନ୍ତି।

Leave a Reply

Your email address will not be published. Required fields are marked *