କମ୍ ଭଡାରେ ଯାତ୍ରା ପାଇଁ ଆରମ୍ଭ ହେଲା ଭାରତୀୟ ରେଳ ବିଭାଗର ସ୍ୱତନ୍ତ୍ର ସେବା ।

ହୋଲି ପୂର୍ବରୁ ଭାରତୀୟ ରେଳ ବିଭାଗର ସ୍ୱତନ୍ତ୍ର ସେବା ଆରମ୍ଭ ହେବାକୁ ଯାଉଛି । ଏହି ସେବା ଆରମ୍ଭ ହେବା ପରେ ଆପଣ ପୂର୍ବ ଅପେକ୍ଷା କମ୍ ଭଡା ଦେଇ ଯାତ୍ରା କରିପାରିବେ । ଦେଶରେ କରୋନା ମାମଲା ହ୍ରାସ ପାଉଥିବାରୁ ଭାରତୀୟ ରେଳ ବିଭାଗ ଦ୍ୱାରା ବିନା ରିଜର୍ଭ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ବର୍ତ୍ତମାନ ଯାତ୍ରୀମାନେ ୱିଣ୍ଡୋ ଟିକେଟ୍ ନେଇ ଯାତ୍ରା କରିପାରିବେ ।

ଦେଶରେ କରୋନା ମାମଲା ସାମ୍ନା କୁ ଆସିବା ପରେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 2020 ମାର୍ଚ୍ଚରେ ବିନା ରିଜର୍ଭ ଟ୍ରେନଗୁଡିକୁ ବନ୍ଦ୍ କରିଦିଆଯାଇଥିଲା । ବର୍ତ୍ତମାନ କରୋନା ମାମଲା ହ୍ରାସ ପାଇବା ପରେ ସେଗୁଡିକ ପୁଣିଥରେ ଚାଲିବା ଆରମ୍ଭ ହୋଇଛି । ଏହାପୂର୍ବରୁ ଡିଜିସିଏ ମାର୍ଚ୍ଚ 27 ରୁ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଛି ।

କରୋନା ମହାମାରୀ ସମୟରେ ସରକାରଙ୍କ ଦ୍ଵାରା ଲଗାଯାଇଥିବା ପ୍ରତିବନ୍ଧକକୁ ଧୀରେ ଧୀରେ ହଟାଯାଉଛି । ବିନା ରିଜର୍ଭ ଟ୍ରେନଗୁଡ଼ିକ ବନ୍ଦ୍ ହେବା ପରେ ଟ୍ରେନରେ ଯାତ୍ରାକରିବା ପାଇଁ ପ୍ରଥମେ ଟିକେଟ୍ ବୁକ୍ କରିବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ଏଥିରୁ ମୁକ୍ତି ମିଳିବ ।

ଏହି ପରିବର୍ତ୍ତନ ପରେ ଯାତ୍ରୀମାନେ ଷ୍ଟେସନକୁ ଯାଇ ସିଧାସଳଖ ୱିଣ୍ଡୋରୁ ଟିକେଟ୍ ନେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ । ମନେ କରାଯାଉଛି କି ଏହି ସୁବିଧା ଆରମ୍ଭ ହେବା ପରେ ପୂର୍ବ ପରି ବରିଷ୍ଠ ନାଗରିକମାନଙ୍କୁ ରିହାତି ଦିଆଯାଇପାରେ । ଆହୁରି ମଧ୍ୟ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ଯାତ୍ରୀ ଯାତ୍ରା କରିବାକୁ ସକ୍ଷମ ହେବେ ।

Leave a Reply

Your email address will not be published. Required fields are marked *