ଆମିଷ ଖାଇଥିବାରୁ ମନ୍ଦିର ଯିବାକୁ ବାରଣ କରିଥିଲା ଶାଶୁ । କିନ୍ତୁ ବୋହୂ ନମାନିବାରୁ ସ୍ୱାମୀ ଏବଂ ଶାଶୁ କଲେ କିଛି ଏଭଳି କାମ ଯାହା ..…….

ବର୍ତ୍ତମାନ ସମୟରେ କଣ୍ଠଶିଳ୍ପୀ ପ୍ରଶାନ୍ତ ନାୟକଙ୍କ ପାରିବାରିକ ମାମ-ଲା ବେଶ ଚର୍ଚ୍ଚାରେ ରହିଛି । ପର ମହିଳା ସହିତ ସ-ମ୍ପର୍କ ରଖିଥିବା ନେଇ ତାଙ୍କ ସ୍ତ୍ରୀ ଅଭି-ଯୋଗ ଆଣିଛନ୍ତି । ତେବେ ସୂଚନା ଅନୁଯାୟୀ କଣ୍ଠଶିଳ୍ପୀ ପ୍ରଶାନ୍ତ ନାୟକ ବିଷ୍ଣୁପ୍ରିୟାଙ୍କୁ ବିବାହ କରିଥିଲେ ଏବଂ ପରିବାର ମଧ୍ୟ ବେଶ ଭଲରେ ଚାଲିଥିଲା । କିନ୍ତୁ କିଛି ଦିନ ହେବ ଅନ୍ୟ ମହିଳା ପାଇଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଘ-ଟଣା ଶୁଣିବାକୁ ମିଳୁଛି ।

ପୁଣି ପ୍ରଶାନ୍ତ ନାୟକଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ଜିଲ୍ଲା ସଂସ୍କୃତି ଅଧିକାରିଣୀ ସସ୍ମିତା ବାଉରୀଙ୍କ ନାମରେ ସଙ୍ଗିନ ଅଭି-ଯୋଗ ଆଣିଛନ୍ତି । ବିଷ୍ଣୁପ୍ରିୟା କହିଛନ୍ତି ଯେ ପ୍ରଶାନ୍ତ ନାୟକ ଏବଂ ସସ୍ମିତା ବାଉରୀ ଉଭୟେ ଉଭୟଙ୍କୁ ଭଲ ପାଉଛନ୍ତି । ସ୍ତ୍ରୀ ବିଷ୍ଣୁପ୍ରିୟା ସ୍ୱାମୀ ପ୍ରଶାନ୍ତ ନାୟକଙ୍କୁ ଯେତେ ବୁଝାସୁଝା କରିଥିଲେ ମଧ୍ୟ ସେ କୁଆଡ଼େ କିଛିବି ବୁଝି ନଥିଲେ ।

ତେବେ ବିଷ୍ଣୁପ୍ରିୟା କହିଛନ୍ତି ଯେ ଗତକାଲି ସେ ଶିବ ମନ୍ଦିରକୁ ଜଳ ଢ଼ାଳିବା ପାଇଁ ଯାଇଥିଲେ । ମାତ୍ର ଘରକୁ ଫେରି ଦେଖନ୍ତି ତ ସ୍ୱାମୀ ଏବଂ ଶାଶୁ ଗେଟରେ ତାଲା ପକାଇ ଦେଇଥିଲେ ଏବଂ ତାଙ୍କୁ ଘରକୁ ପଶିବାକୁ ଦେଉ ନଥିଲେ । ପୁଣି ପ୍ରଶାନ୍ତଙ୍କ ମା ଖୋଦ ତାଙ୍କ ପୁଅ ଅନ୍ୟ ମହିଳା ସହିତ ବୁଲାବୁଲି କରୁଥିବା ଏବଂ ସ-ମ୍ପର୍କ ରଖିଥିବା କଥା ସ୍ଵୀକାର କରିଛନ୍ତି । ଏମିତିକି ସେ ମଧ୍ୟ ନିଜ ପୁଅକୁ ଏ ବିଷୟରେ ବୁଝାସୁଝା କରିଥିଲେ । ଆଉ ବର୍ତ୍ତମାନ ତାଙ୍କୁ ତାଙ୍କ ସ୍ୱାମୀ ଘରକୁ ଆସିବାକୁ ଦେଉ ନାହାଁନ୍ତି । ସୂଚନା ଅନୁଯାୟୀ ଏଭଳି ଘଟଣା ରାୟଗଡ଼ା ଜିଲ୍ଲାର ସାଇପ୍ରୟା ନଗର ଠାରେ ଦେଖିବାକୁ ମିଳିଛି ।

ତେବେ ପ୍ରଶାନ୍ତଙ୍କ ମା’ ଏପଟେ କହିଛନ୍ତି ଯେ ବିଷ୍ଣୁପ୍ରିୟାଙ୍କୁ ସେ ମନ୍ଦିର ଯିବାକୁ ମନା କରିଥିଲେ ଏବଂ ମହାଦେବଙ୍କୁ ଜଳ ଚଢ଼ାଇବାକୁ ମଧ୍ୟ ମନା କରିଥିଲେ । କାରଣ ବିଷ୍ଣୁପ୍ରିୟା ଶ୍ରାବଣ ମାସରେ ଆମିଷ ଖାଇ ଥିବାରୁ ତାଙ୍କ ଶାଶୁ ବାରଣ କରିଥିଲେ । କିନ୍ତୁ ସେ ଜୋର ଜବ-ରଦସ୍ତ ମନ୍ଦିର ଯାଇଥିବାରୁ ତାଙ୍କୁ ଶାଶୁ ଏବଂ ସ୍ୱାମୀ ଘରକୁ ପଶିବାକୁ ଦେଉ ନଥିଲେ । ଏପଟେ ପ୍ରଶାନ୍ତ ନାୟକ କହିଛନ୍ତି ଯେ ତାଙ୍କର କାହାରି ସହିତ ବି ଅନୈ-ତିକ ସ-ମ୍ପର୍କ ନାହିଁ ଏବଂ ସସ୍ମିତା କୁଆଡ଼େ ତାଙ୍କ ବନ୍ଧୁ ବୋଲି କହିଛନ୍ତି । ନ୍ୟା-ୟ ପାଇଁ ବିଷ୍ଣୁପ୍ରିୟା ସମାଜସେବୀ ରୀନାଙ୍କ ସହିତ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଏବଂ ନ୍ୟା-ୟ ଗୁହାରି କରିଛନ୍ତି ।

Leave a Reply

Your email address will not be published. Required fields are marked *