ହାତ ଗଣ୍ଠି ପଡୁ ପଡୁ ଯମ ନେଇଗଲା ବର କନ୍ୟାଙ୍କ ଜୀବନ।

କଣ ଏମିତି ବି ଆସି ପାରେ ମୃ-ତ୍ୟୁ । କଣ ଏଡେ ନିଷ୍ଠୁର ହୋଇ ପାରେ ଯମ । ବାହା ବେଦିରେ ହୋମ ନିଆଁ ଲିଭିବା ପୂର୍ବରୁ ଜଳି ପାରେ ବର କନ୍ୟାଙ୍କ ଯୁଇ । ଦୁଇ ପରିବାର ଭିତରେ ଖେଳି ଯାଉଥିଲା ଖୁସିର ଲହଡ଼ି । ବନ୍ଧୁ ବାନ୍ଧବ,ପରିବାର ସାହି ପଡିସା ସମସ୍ତଙ୍କ ମନରେ ଥିଲା ଆନନ୍ଦ । ହଁ ବିବାହ ଭଳି ପବିତ୍ର ଦିନରେ କାହା ପରିବାରରେ ଖୁସି ନଥାଏ ଯେ । ଦୁଇ ପରିବାରରେ ବନ୍ଧୁ ବାନ୍ଧବ ଙ୍କ ଭିଡ ମଧ୍ୟ ଲାଗି ରହିଥିଲା । ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବାରୁ ବର କନ୍ୟା ଦୁହିଁଙ୍କ ମଧ୍ୟରେ ଏକ ନୂଆ ଆଶା ନୂଆ ଉନ୍ମାଦ ଶୃଷ୍ଟି ହୋଇଥିଲା । ହେଲେ ସେହି ଖୁସି କିନ୍ତୁ ବେଶି ସମୟର ନଥିଲା । ଧଳା ଧଳା ଦେଖା ଯାଉଥିବା ଭାଗ୍ୟ ଆକାଶରେ ହଟାତ୍ ଖେଳି ଯାଇଥିଲା ଦୁଃ-ଖର କଳା ପାହାଡ ।

ବର୍ ବାଜା ବଜାଇ ବାଣ ଫୁ-ଟାଇ ଆସିବା ବେଳେ କନ୍ୟାର ଛାତିରେ ସୃଷ୍ଟି ହେଉଥିଲା ମୃଦ୍ ଭୂମିକମ୍ପ, ଠିକ୍ ସବୁ ଝିଅଙ୍କ ପରି। ବର ଆସିଲା ବ୍ରାହ୍ମଣ ମନ୍ତ୍ର ପାଠ ବି ପଢ଼ିଲେ । ବର ହାତରେ କନ୍ୟାର ହାତ ଗଣ୍ଠି ମଧ୍ୟ ପଡ଼ିଲା । କନ୍ୟା ମଥାରେ ସିନ୍ଦୂର ଦେଇ ଶେଷରେ ସବୁ ଦିନ ପାଇଁ ନିଜର କରି ନେଲା ବର। ହେଲେ ଏହା ପରେ ଦୁହେଁ ସବୁ ଦିନ ପାଇଁ ଶୋଇଗଲେ ଚିର ନିଦ୍ରାରେ । ହଁ ଆଜ୍ଞା ବର କନ୍ୟା ବିବାହ ସାରି ଫେରୁଥିବା ବେଳେ ଗାଡ଼ି ଦୁର୍ଘ-ଟଣାରେ ଚାଲିଗଲା ବରର କନ୍ୟାଙ୍କ ଜୀବନ । ହଟାତ୍ ନିମିଶକେ ମଧ୍ୟରେ ସବୁ କିଛି ହୋଇଗଲା ଏପଟ ସେପଟ । ଯେଉଁ ପରିବାରରେ ଖୁସିର ଲହରୀ ଖେଳି ଯାଉଥିଲା ସେହି ପରିବାରରେ ଖେଳି ଗଲା ଦୁଃ-ଖର କଳା ବାଦଲ । କା-ନ୍ଦ ବୋବାଳିରେ ଫାଟି ପଡ଼ିଲା ଦୁଇ ପରିବାର ।

ବନ୍ଧୁଗଣ ଏମିତି ଏକ ଦୁଃ-ଖଦ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ବିହାରର ନାଳନ୍ଦା ଜିଲ୍ଲାରେ । ସୂଚନା ଅନୁଯାୟୀ ବର କନ୍ୟା ବିବାହ ସାରି ଖୁସିରେ ଖୁସିରେ ଘରକୁ ଫେରୁଥିଲେ । ଦୁହିଁଙ୍କ ମନରେ ନୂଆ ଜୀବନକୁ ନେଇ ଥିଲା ଅନେକ ଆଶା । ହେଲେ ସବୁ ଆସା ମଝି ରାସ୍ତାରେ ମାଟିରେ ମିଶି ଯାଇଥିଲା । କେବଳ ଆସା ନୁହେଁ ବରଂ ଜୀବନ ମଧ୍ୟ ସେଇଠି ଶେଷ ହୋଇ ଯାଇଥିଲା । ଯେମିତି ଏପରି ଲାଗୁଥିଲା ସତେ ଯେମିତି ଦୁହେଁ ଭଗବାନଙ୍କ ନିକଟକୁ ଚାଲିଯିବେ ବୋଲି ଦୁହେଁ ଦୁହିଁଙ୍କ ହାତ ଧରିଥିଲେ । କାରଣ
ବାହାଘର ପରେ ବର ଓ ବଧୂ ହସଖୁସି‌ରେ ଘରକୁ ଫେରୁଥିବା ବେଳେ ତାଙ୍କ କାରକୁ ଏକ ଦ୍ରୁ-ତଗ-ତିରେ ଆସୁଥିବା ଟ୍ରାକ୍ଟର ଧ-କ୍କା ଦେଇଥିଲା। ଆଉ ସେଇଠି ଲିଭି ଯାଇଥିଲା ଦୁହିଁଙ୍କ ଜୀବନ ଦୀପ ।

ସୂଚନା ଅନୁସାରେ ଟ୍ରାକ୍ଟର ଟି କାରକୁ ଏତେ ଜୋରେ ଧ-କ୍କା ଦେଇଥିଲା ଯେ କାର ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଆଉ ଏହି ଦୁର୍ଘ-ଟଣାରେ ବର ଓ କନ୍ୟାଙ୍କ ମୃ-ତ୍ୟୁ ହୋଇଥିବା ବେଳେ ବରଙ୍କ ଭିଣୋଇ ବି ଗୁରୁ-ତର ଆ-ହତ ହୋଇଥିଲେ। ତେବେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବା ବେଳେ । ପୁ-ଲିସ ଏହି ଦୁର୍ଘ-ଟଣା ସମ୍ପ-ର୍କରେ ଖବର ପାଇ ଘଟ-ଣାସ୍ଥ-ଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛି। ଏଥିସହିତ ଟ୍ରାକ୍ଟର ଚାଳକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ପୁ-ଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *