ପୁଅ ନୁହେଁ କି ଝିଅ ନୁହେଁ ! ବୋହୂ ଦେଲା ଶ୍ୱଶୁର ମୁହଁରେ ମୁଖାଗ୍ନି । ଦେଖିଲେ ଆପଣବି ହେବେ ଆଶ୍ଚର୍ଯ୍ୟ ।

ଆମ ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ଘରେ କାହାରି ମୃ-ତ୍ୟୁ ହେଲେ ଶ-ବ ସ-ତ୍କାର ନିମିତ୍ତ କେବଳ ପୁରୁଷ ଲୋକ ମାନେ ସ୍ମଶା-ନକୁ ଯିବାର ନିୟମ ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଘ-ଟଣା ଭାଇରଲ ହେଉଛି ତାହା ଦେଖିଲେ ଆପଣ କହିବେ ଯେ ଏମିତି ବୋହୂ ଦୁନିଆରେ ନାହିଁ । କାରଣ ଏଠାରେ ପୁଅ ନୁହେଁ କି ଝିଅ ନୁହେଁ କି ନାତି ନୁହେଁ , ବୋହୂ ନିଜ ଶ୍ୱଶୁରଙ୍କୁ ମୁ-ଖାଗ୍ନି ଦେଇଛନ୍ତି ।

ଏହି ବୋହୂ ଜଣକ ଜଣେ ପୁଅର କର୍ତ୍ତବ୍ୟ କରିଛନ୍ତି । ଘରର ପୁଅ ଯେଉଁ କର୍ମ କରିଥାନ୍ତେ ଆଜି ଜଣେ ବୋହୂ ସେହିସବୁ କର୍ତ୍ତବ୍ୟ କରିଛନ୍ତି । ବାପାଙ୍କୁ ପୁଅ ପର କରିଦେବା ପରେ ବୋହୂ ସବୁ ଦାୟିତ୍ବ ତୁଲାଇଛନ୍ତି । ଏଭଳି ଏକ ଘ-ଟଣା ଗଜପତି ଜିଲ୍ଲା କାଶୀନଗର ଏନଏସସି ୧୨ ନମ୍ବର ୱାର୍ଡରେ ଘଟି ଯାଇଛି ।

ଘ-ଟଣା ଅନୁଯାୟୀ ନିରଞ୍ଜନ ବେହେରା ଚିର ନିଦ୍ରାରେ ଶୋଇଯିବା ପରେ ପାଖରେ ନାତି ଏବଂ ବୋହୂ ଜୟନ୍ତୀ ବେହରା ବସି ରହିଛନ୍ତି । ବୋହୂ ଗୋଟିଏ ପରେ ଗୋଟିଏ କର୍ମ କରିବାରେ ଲାଗି ପଡ଼ିଛନ୍ତି । ବ୍ରାହ୍ମଣ ଯାହାସବୁ କହୁଛନ୍ତି ସେହି ସବୁ ସେ କରିବାରେ ଲାଗି ପଡ଼ିଛନ୍ତି । କାନ୍ଧରେ ମାଠିଆ ଥୋଇ ନଦୀରୁ ପାଣି ଆଣିଛନ୍ତି ।

ଶ୍ୱଶୁରଙ୍କ ମୁହଁରେ ମୁ-ଖାଗ୍ନି ଦେବା ପୂର୍ବରୁ ପୁରାପୁରି ଗାଧୋଇଛନ୍ତି । ଜୁଇ ଚାରି ପାଖରେ ମାଠିଆକୁ ଧରି ବୁଲିଛନ୍ତି । ଆଉ ତାପରେ ବ୍ରାହ୍ମଣଙ୍କ ମନ୍ତ୍ର ସହିତ ଶ୍ୱଶୁରଙ୍କ ମୁହଁରେ ମୁ-ଖାଗ୍ନି ଦେଇଛନ୍ତି । ବାପା ମାନେ ଚାହିଁଥାନ୍ତି ଯେ ତାଙ୍କ ମୃ-ତ୍ୟୁ ପରେ ତାଙ୍କ ପୁଅ ଆସି ତାଙ୍କ ମୁହଁରେ ମୁ-ଖାଗ୍ନି ଦେଉ ବୋଲି । କିନ୍ତୁ ଏହି ବ୍ୟକ୍ତିଙ୍କ ମୁହଁରେ ତାଙ୍କ ବୋହୂ ଆସି ମୁ-ଖାଗ୍ନି ଦେଇଛନ୍ତି ।

ବାପାର ମୃ-ତ୍ୟୁ ପରେବି ପୁଅ ବାପା ପାଖକୁ ଆସିନାହିଁ । କହିରଖିବୁ ଯେ ଏହି ସମୟରେ ନିରଞ୍ଜନଙ୍କ ନାତି ମଧ୍ୟ ତାଙ୍କ ମା’ଙ୍କ ସହିତ ଜେଜେବାପାଙ୍କ ଅନ୍ତି-ମ ସଂ-ସ୍କାର ସମୟରେ ଉପସ୍ଥିତ ଥିଲେ । ଖବର ଅନୁଯାୟୀ ନିରଞ୍ଜନଙ୍କ ପୁଅ ଶାନ୍ତନୁଙ୍କର ବିବାହ ହୋଇ ତାଙ୍କର ଏକ ପୁଅ ରହିଛି । କିନ୍ତୁ ଶାନ୍ତନୁ ଅନ୍ୟ ଜଣେ ଝିଅକୁ ପ୍ରେମ କରି ଘର ଛାଡ଼ି ଚାଲି ଯାଇଛନ୍ତି । ଏମିତିକି ସେ ଘରକୁ ମଧ୍ୟ ଆସୁ ନାହାଁନ୍ତି ।

ସେପଟେ ନିରଞ୍ଜନଙ୍କର ଦୁଇଟି ଝିଅ ଥିବାବେଳେ ସମସ୍ତେ ବାହା ହୋଇ ବାହାରେ ରହୁଛନ୍ତି । ଶ୍ୱଶୁର ନିରଞ୍ଜନଙ୍କ ପାଖରେ କେବଳ ବୋହୂ ଜୟନ୍ତୀ ଏବଂ ନାତି ରହନ୍ତି । ନିରଞ୍ଜନଙ୍କର ହଠାତ ମୃ-ତ୍ୟୁ ପରେ କେହିବି ଆସି ନଥିଲେ । ଆଉ ବୋହୂ ଜଣକ ଏକା ଏକା ଗାଁ ଲୋକଙ୍କ ସହିତ ମିଶି ଶ୍ୱଶୁରଙ୍କୁ ମୁ-ଖାଗ୍ନି ଦେଇଛନ୍ତି । ସେପଟେ ଜୟନ୍ତୀଙ୍କର ଏଭଳି ନିଷ୍ପତ୍ତି ପାଇଁ କାଶୀନଗରର ଜନସାଧାରଣ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *