ପୁଅର ନିଶ୍ୱାସ ଯିବା ସମୟରେ ପୁଅ ଖୋଜୁଥିଲା ମାର ପଣତ କାନି।

ଦୁଃଖ କେତେବେଳେ ଆସିବ ତାହା କିଏ କହି ପାରିବ। ଆଉ ଦୁଃଖ ଯେତେବେଳେ ଆସିବ ମଣିଷ ବା କଣ କରି ପାରିବ। ସବୁ ତ ସେଇ ଉପର ବାଲାର ଖେଳ। ନା ଦୁଃଖ କହିକି ଆସେ ନା ଦୁଃଖ କିଛି ସଂକେତ ଦିଏ ହେଲେ ଅଦିନିଆ ଝଡ଼ ପରି ହଟାତ ଆସି ସବୁକିଛି ଭାଙ୍ଗି ରୁଜି ଚୁରମାର କରିଦେଇ ଯାଏ। ଏଇତ ଦେଖୁ ନାହାଁନ୍ତି ପାଞ୍ଚ ବର୍ଷ ପୂର୍ବରୁ ମା ତାର ସ୍ୱାମୀକୁ ହରାଇ ବାୟାଣୀ ହୋଇଯାଇଥିଲା ଆଉ ଏବେ ମା ତାର ଜୀବନ ଧନ ମାନେ ଯାହାକୁ ଅନାଇ ମା ତା ବାକି ସମୟ କାଟି ଦେଇଥାନ୍ତା ବୋଲି ଭାବୁଥିଲା ସେ ବି ଚାଲିଗଲା।

କେବଳ ଯେ ପୁଅ ମାକୁ ଛାଡି ଆର ପାରିକୁ ଚାଲିଗଲା ସେ କଥା ନୁହେଁ ଯିବା ବେଳେ ପୁଅର ମା କଥା ବହୁତ ମନେ ପଡୁଥିଲା। ପୁଅ ମାକୁ ଝୁରି ହେଉଥିଲା। ମାକୁ ଝୁରି ହେଇ ହେଇ ପୁଅ ମନେ ମନେ କହୁଥିଲା ମା ଲୋ ଭୁଲ ବୁଝିବୁନି ମୁଁ ଟିକେ ତତେ ମୋ ଶେଷ ସମୟରେ ଦେଖିବାକୁ ଚାହିଁଥିଲି ହେଲେ ବିଧାତା ବୋଧେ ହୁଏ ଚାହୁଁନି ତୁ ମୋର ଏ ଶେଷ ସମୟରେ ମତେ ଦେଖା କରେ ବୋଲି। ତୁ ଧର୍ଯ୍ୟ ଧରି ପାରିବୁନି କି ମୋର ମରଣ ଦେଖି ପାରିବୁନି ହେଲେ ମୁଁ ଯାଉଛି ମା।

ବନ୍ଧୁଗଣ ବେଳେ ବେଳେ ମଣିଷ ସହ ଏପରି କିଛି ଘଟିଯାଏ ଯାହା ମଣିଷ କେବେ କଳ୍ପନା କରି ପାରି ନଥାଏ। ଏଇ ମାତ୍ର କିଛି ବର୍ଷ ପୂର୍ବରୁ ଏହି ମାର ଘର ହସ ଖୁସିରେ ଫାଟି ପଡୁଥିଲା। ମା ତା ପୁଅ ଆଉ ସ୍ୱାମୀ ସହ ବେଶ ଖୁସିରେ ଜୀବନ ଅତି ବାହିତ କରୁଥିଲା। ହେଲେ କିଏ ଜାଣିଥିଲା ଅଦିନିଆ ଝଡ଼ କଳାହାଣ୍ଡି କରି ଆସି ତାଙ୍କ ପରିବାର ଉପରେ ବର୍ଷିକି ଚାଲିଯିବ ବୋଲି। ସୁଖର ସଂସାରକୁ ଆଖି ପିଛୁଳାକେ ଏପଟ ସେପଟ କରିଦେବ ବୋଲି।

ଗୋଟିଏ ବୋଲି ଭେଣ୍ଡିଆ ପୁଅକୁ ନେଇ ଚାଲିଯିବ ବୋଲି। ବିଧବା ମାର କୋଳ ଶୂନ୍ୟ ହୋଇଯାଇଛି। ସକାଳୁ ସକାଳୁ ପୁଅ ଜଳଖିଆ ଆଣିବାକୁ ଯାଇଥିଲା। ହେଲେ ଜଳ ଖିଆ ଆଣି ଆସିବା ବେଳେ ପୁଅକୁ ଜଣା ନଥିଲା ତାକୁ ଅଧା ରାସ୍ତାରେ ଜଗି ବସିଛି କାଳ ରୂପୀ ବସ। ପୁଅ ଜାଣି ନଥିଲା ସେ ଆଉ ଜଳ ଖିଆ ନେଇ ଘର ପର୍ଯ୍ୟନ୍ତ ପହଞ୍ଚି ପାରିବ ନାହିଁ ବୋଲି।

ସକାଳୁ ସକାଳୁ ପୁଅ ଜଳଖିଆ ଧରି ବିଧବା ମା ପାଖକୁ ଫେରୁଥିବା ବେଳେ ପଛ ପଟୁ ଏକ ବସ ଆସି ପୁଅକୁ ଧକ୍କା ଦେଇଥିଲା ଆଉ ସେହିଠାରେ ହିଁ ପୁଅର ପ୍ରାଣବାୟୁ ଉଡି ଯାଇଥିଲା। ଏ ଖବର ବିଧବା ମା ଜାଣିବା ପରେ ସତେ ଯେପରି ମାର ଛାତିରୁ ହୃଦୟଟା ଗଳି ପଡିଥିଲା। ପାଦ ତଳୁ ମାଟି ଖସି ପଡ଼ିଥିଲା ମା ଝୁରି ହେଉଥିଲା ତା ପୁଅକୁ। ମା ଛାତି ଫଟାଇ କାନ୍ଦୁଥିଲା। ଆଉ ମା କହୁଥିଲା ଧନରେ ତୁ ଉଠିଯା ଲୋ ତୁ ଉଠେ ଆଉ ଦେଖେ ତୋ ମା ଆସିଛି ତୋ ପାଖକୁ ତୋର କିଛି ହେବନି। ହେଲେ ପୁଅ କିନ୍ତୁ ଆଉ ତା ମାର ଡାକ ଶୁଣି ନଥିଲା। କେବଳ ମା ପୁଅର ଶବ ପାଖରେ ମୁଣ୍ଡ ପିଟି ପିଟି କାନ୍ଦୁଥିବା ବେଳେ ପୁଅ ଆଉ ମାର କାନ୍ଦ ଶୁଣିବାକୁ ନଥିଲା।

ଏଭଳି ଘଟଣା ସାମ୍ନାକୁ ଆସିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ରୁ। ଏକ ଯାତ୍ରୀବାହୀ ଘରୋଇ ବସ ସକାଳୁ ସକାଳୁ ଆସୁଥିବା ବେଳେ ଯୁବକ ଜଣଙ୍କ ବଜାରରୁ ଜଳଖିଆ ଆଣି ଘରକୁ ଫେରୁଥିଲେ। ଆଉ ସେହି ସମୟରେ ସେ ବ୍ରିଜେଶ କୁ ଧକ୍କା ଦେଇଥିଲେ। ତେବେ ଘଟଣା ସ୍ଥଳରେ ଯୁବକ ଜଣଙ୍କ ଆଖି ବୁଝିଥିବା ବେଳେ ସ୍ଥାନୀୟ ଲୋକେ ଧାଇଁ ଆସି ଯୁବକଙ୍କ ପରିବାର ଲୋକଙ୍କ ଖବର ଡେଇଥିଲେ। ହେଲେ ପରିବାର ଲୋକେ ସିନା ଆସିଲେ କିନ୍ତୁ ଯୁବକ ଜଣଙ୍କ ଆଉ ନଥିଲେ। ଏବେ ମା କହୁଛି ଭଗବାନ ମୋ ସ୍ୱାମୀକୁ ନେଲ ଆଉ ମୋ ଶେଷ ସନ୍ତକ ମୋ ଜୀଵନ ଧନକୁ ବି ନେଇ ଚାଲିଗଲା।

Leave a Reply

Your email address will not be published. Required fields are marked *