ଭାଙ୍ଗିଗଲା ହସ ଖୁସିର ସଂସାର, ଯେଉଁ ଘେରି ଦିନେ ଖାଇବାକୁ ଦେଉଥିଲା ସେଇ ଘେରି ନେଇଗଲା ଜୀବନ।

ଓଡ଼ିଆରେ ଗୋଟେ କଥା ଅଛି ବେଙ୍ଗ କହେ ବେଙ୍ଗୁଲିଲୋ ପୃଥିବୀ କ୍ଷଣ କ୍ଷଣକେ ଆଣ। ମଣିଷ ଜୀବନରେ କେତେବେଳେ ଯେ କଣ ଘଟି ଯାଏ ସେ କଥା କେହି ଜାଣିପାରନ୍ତିନି। ଯମ କେତେବେଳେ କାହାକୁ ଆସି ନେଇଯାଏ ତାର କିଛି ଖବର ନଥାଏ। ଘରୁ ଲୋକଟି କାମ କରିବାକୁ ବାହାରକୁ ଗଲାବେଳେ ସେ ଜାଣି ନଥାଏ ଯେ ସେ ଆଉ ନିଜ ପିଲାଙ୍କ ପାଖକୁ ଫେରିବ କି ନାହିଁ ତଥାବି ସେ ଭଗବାନଙ୍କ ଉପରେ ଭରସା କରି ଆଗକୁ ବଢ଼ି ଯାଏ। ଜଗତସିଂପୁର ଜିଲ୍ଲାରେ ଏମିତି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି।

ଜଗତସିଂପୁର ଜିଲ୍ଲା ବଳିକୁଦ ଥା-ନା ଅନ୍ତର୍ଗତ କୁସୁପୁର ପଞ୍ଚାୟତର ଦଣ୍ଡାବେଦୀ ପୁର ଗାଆଁ ର ୪୦ ବର୍ଷୀୟ ଦୀପକ ଜେନା ନିଜ ସ୍ତ୍ରୀ ଏବଂ ତିନି ପିଲାଙ୍କୁ ନେଇ ଖୁସିରେ ରହୁଥିଲେ। ଘେରିରେ କାମ କରି ଯେତିକି ଟଙ୍କା ରୋଜଗାର କରନ୍ତି ସେଥିରେ ସେ ତାଙ୍କ ଦୁଇ ଝିଅ ଏବଂ ପୁଅଙ୍କୁ ଭଲରେ ରଖନ୍ତି। କିନ୍ତୁ ସେ କେବେ ତାଙ୍କ ସ୍ବପ୍ନରେ ବି ଭାବି ନଥିବେ ଯେଉଁ ଘେରି ତାଙ୍କୁ ଖାଇବାକୁ ଦେଉଥିଲା ସେଇ ଘେରି ଦିନେ ଖାଇବା ଛଡେଇ ନେଇ ଜୀବନ ନେଇଯିବ।

ଦୀପକ ସବୁଦିନ ପରି ସେଦିନ ମଧ୍ୟ ସକାଳୁ ସକାଳୁ କାମ କରିବା ପାଇଁ ଘେରିକୁ ବାହାରିଗଲେ। କିଛି ସମୟ ଯିବାପରେ ତାଙ୍କ ସ୍ତ୍ରୀ ୯ ସମୟରେ ପଖାଳ ଧରି ସ୍ବାମୀଙ୍କ ପାଖରେ ପହଞ୍ଚିଲେ। ସ୍ଵାମୀ ଖାଇସାରିବା ପରେ ସେ ଘରକୁ ଫେରି ଆସିଲେ। ଖରାବେଳେ ସ୍ବାମୀ ଆଉ ଘରକୁ ଖାଇବାକୁ ଆସିଲେନି ସେଥିପାଇଁ ସ୍ତ୍ରୀ ବଡ଼ ଝିଅକୁ କହିଲେ ଯାଇ ବାପାଙ୍କୁ ଖାଇବା ପାଇଁ ଡ଼ାକି ଆସିବାକୁ। ୫ ବର୍ଷର ବଡ଼ଝିଅ ଘେରି ପାଖକୁ ଯାଇ ଦେଖିଲା ବାପା ପାଣିରେ ଭାସୁଛନ୍ତି। ସେଥିପାଇଁ ସେ ଦଉଡ଼ି ଆସି ମାଆଙ୍କୁ ସବୁ କଥା କହିଲା। ଦୀପକଙ୍କ ସ୍ତ୍ରୀ ଗାଆଁ ଲୋକଙ୍କୁ ଡ଼ାକି ଘେରି ପାଖରେ ପହଞ୍ଚିଲା ବେଳକୁ ଦୀପକ ଆଉ ଏ ଦୁନିଆରେ ନାଥିଲେ।

କିଛି ସମୟ ଭିତରେ ଦଣ୍ଡାବେଦୀ ପୋ-ଲିସ୍ ଘ-ଟଣା ସ୍ଥଳରେ ପହଞ୍ଚି ଦୀପକଙ୍କ ମୃ-ତ ଦେହ ଉ-ଦ୍ଧାର କରି ପୋ-ଷ୍ଟମା-ଟମ୍ ପାଇ ମେଡିକାଲ ପଠାଇଛି। ଦୀପକ ବଡ଼ ଭାଇ ନିଜ ସାନ ଭାଇଙ୍କ ମୃ-ତ ଖବର ଏବଂ ତାଙ୍କ ଛୋଟ ଛୋଟ ପିଲାଙ୍କ କଥା ଭାବି ବହୁତ୍ ଭାଙ୍ଗି ପଡିଛନ୍ତି। ସେ ଏବଂ ଅନ୍ୟ ଗ୍ରାମବାସୀ ମାନେ କେମିତି ଦୀପକଙ୍କ ପରିବାରକୁ ସରକାରୀ ସାହାଯ୍ୟ ମିଳିପାରିବ ସେ ବିଷୟରେ ଚିନ୍ତା କରୁଛନ୍ତି ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *