ଏହି କାରଣରୁ ନିଜ ଝିଅକୁ ନେଇ ଆ-ତ୍ମହ-ତ୍ୟା କଲେ ଚନ୍ଦନ । ଚନ୍ଦନଙ୍କ ମା’ କହିଲେ ସବୁ ସତ କଥା ।

ଗତ ସେପ୍ଟେମ୍ବର ୨୭ ତାରିଖ ଦିନ ଯେଉଁ ଭଳି ଏକ ଦୁଃ-ଖଦ ଘ-ଟଣା ଘଟି ଯାଇଥିଲା ତାହାକୁ କେହିବି ଭୁଲି ପାରୁ ନାହାଁନ୍ତି । କାରଣ ଏଭଳି ଘ-ଟଣା ପୂର୍ବରୁ କେବେବି ଘଟିନାହିଁ । ଜୀବନ ଯୁ-ଦ୍ଧରେ ହାର ମାନି ନେଇ ଜଣେ ବାପା ନିଜର ଅଢେ଼ଇ ବର୍ଷର ଝିଅକୁ ନେଇ ନଦୀକୁ ଡେଇଁ ଜୀବନ ହାରି ଦେଇଛି ।

ଆଉ ଯେଉଁଠି ଦୀର୍ଘ ଦୁଇ ଦିନ ଖୋଜାଖୋଜି ପରେ ବାପାର ମୃ-ତ ଦେହ ମିଳିଥିବା ବେଳେ କୁନି ଝିଅର କୌଣସି ସ-ନ୍ଧାନ ମିଳିନାହିଁ । ପୁଅର ମୃ-ତ୍ୟୁକୁ ନେଇ ବର୍ତ୍ତମାନ ପରିବାର ଲୋକେ ଅସହାୟ ହୋଇ ଯାଇଛନ୍ତି । ଆଉ ବର୍ତ୍ତମାନ ଚନ୍ଦନଙ୍କ ମା’ ଚନ୍ଦନଙ୍କ ଆ-ତ୍ମହ-ତ୍ୟା ପଛରେ କାରଣ କହିଛନ୍ତି ।

ଚନ୍ଦନଙ୍କ ମା’ଙ୍କ କହିବା କଥା ଯେ ଚନ୍ଦନ ପାଖ ଗାଁର ଲକ୍ଷ୍ମୀପ୍ରିୟାଙ୍କୁ ଭଲ ପାଇ ପ୍ରେମ ବିବାହ କରିଥିଲେ ଏବଂ ସୁରଟରେ କାମ କରିଥିବାରୁ ନିଜ ସ୍ତ୍ରୀକୁ ମଧ୍ୟ ନେଇ ଯାଇଥିଲେ ସୁରଟକୁ ଉଭୟଙ୍କର ଏକ ଝିଅ ମଧ୍ୟ ଜନ୍ମ ହୋଇଥିଲେ । କିଛି ଦିନ ଭଲରେ କ-ଟିବା ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝ-ଗଡ଼ା ଏବଂ ମତାନ୍ତର ହୋଇଥିଲା ।

ଯାହାକୁ ନେଇ ଘରେ ସବୁବେଳେ ପାଟି ତୁ-ଣ୍ଡ ହେଉଥିଲା । ଏହି କାରଣରୁ ଲକ୍ଷ୍ମୀପ୍ରିୟା ଗତ ଦୁଇ ମାସ ତଳେ ଆ-ତ୍ମହ-ତ୍ୟା କରିଥିଲେ । ସ୍ତ୍ରୀର ଆ-ତ୍ମହ-ତ୍ୟା ପରେ ସ୍ବାମୀ ମାନସିକ ଚିନ୍ତାରେ ଥିଲେ । ଏପଟେ ଅଢେ଼ଇ ବର୍ଷର ଝିଅ ତୃପ୍ତିର ଦେଖାଶୁଣା ମଧ୍ୟ କରିବାର ଥିଲା ।

କିନ୍ତୁ ସେପଟେ ଶ୍ୱଶୁର ଘର ଲୋକେ ତାଙ୍କ ଉପରେ ମାନସିକ ଚାପ ଦେଉଥିଲେ ଏବଂ କହୁଥିଲେ ଯେ ଚନ୍ଦନ ଦ୍ୱିତୀୟ ବିବାହ କରିବା ପୂର୍ବରୁ ଲକ୍ଷ୍ମୀପ୍ରିୟାଙ୍କ ନାମରେ ୨ ଲକ୍ଷ ଟଙ୍କା ଡିପୋଜିଟ କରିବା ପରେ ଯାଇ ଯାହା କରିବେ । ଏହାକୁ ନେଇ ଚନ୍ଦନ ସବୁବେଳେ ଚିନ୍ତାରେ ରହୁଥିଲେ । ଆଉ ଶେଷରେ ନିଜ ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ଆ-ତ୍ମହ-ତ୍ୟା କରିବାକୁ ଭାବି ନେଇଥିଲେ ।

ଆଉ ଶେଷରେ ଘରୁ ବାହାରି ଯାଇଥିଲେ ଏବଂ ବୈତରଣୀ ନଦୀ ପୋଲ ପାଖରେ ପହଞ୍ଚି ନିଜ ବଡ଼ ଭଉଣୀଙ୍କୁ କୋଲ କରି କହିଥିଲେ । ବଡ଼ ଭଉଣୀ ଯେତେ ରାଣ ନିୟମ ପକାଇଲେବି ସୁଦ୍ଧା ସେ ଶୁଣି ନଥିଲେ ଏବଂ ନିଜର ଅଢେ଼ଇ ବର୍ଷର ଝିଅକୁ ପେଟରେ ଗାମୁଛାରେ ବାନ୍ଧି ନଦୀକୁ ଡେଇଁ ପ୍ରା-ଣ ହାରିଥିଲେ । ଏବେ ସୁଦ୍ଧା ଚନ୍ଦନଙ୍କ ମୃ-ତ ଦେହ ମିଳିଥିଲେ ହେଁ ଝିଅ ତୃପ୍ତିର କୌଣସି ଖୋଜ ଖବର ମିଳିନାହିଁ ।

Leave a Reply

Your email address will not be published. Required fields are marked *