ବାବୁଶାନଙ୍କ ସିକ୍ରେଟ ଖୋଲିଲେ ବାପା ଉତ୍ତମ ମହାନ୍ତି । ବାବୁଶାନ ଫିଲ୍ମ କଲେ ଗର୍ବିତ ହୁଅନ୍ତି ନାହଁ ବରଂ……

ଓଲିଉଡ ଇଣ୍ଡଷ୍ଟ୍ରିର ବଡ଼ ବଡ଼ କଳାକାରଙ୍କ ନାମ ଆସିଲେ ଅପରାଜିତା ମହାନ୍ତି ଏବଂ ଉତ୍ତମ ମହାନ୍ତିଙ୍କ ନାମ ପ୍ରଥମେ ଆସିଥାଏ । ଖୁବ କମ ବୟସରୁ ଓଲିଉଡରେ ପ୍ରବେଶ କରି ଏବେ ସୁଦ୍ଧା ନିଜର ଅଭିନୟ ପ୍ରଦର୍ଶନ କରୁଛନ୍ତି ଦୁହେଁ । ପୁଣି ଦୁହିଁଙ୍କ ପୁଅ ବାବୁଶାନ ମଧ୍ୟ ଜଣେ ଅଲିଉଡ଼ ସୁପରଷ୍ଟାର ଅଟନ୍ତି । ବାବୁଶାନଙ୍କୁ କେବଳ ଓଡ଼ିଶାରେ ନୁହେଁ ବରଂ ସାରା ଭାରତରେ ଲୋକେ ଜାଣିଛନ୍ତି । ବାବୁଶାନଙ୍କ ଫ୍ୟାନ ଫଲୋଇଂ ମଧ୍ୟ ବେଶ ଅଧିକ । ପ୍ରଶଂସକ କେବଳ ତାଙ୍କର ଅଭିନୟ ନୁହେଁ ବରଂ ତାଙ୍କ ଗୀତ ଏବଂ ଡାନ୍ସକୁ ମଧ୍ୟ ବେଶ ପସନ୍ଦ କରନ୍ତି ।

ତେବେ ଯେତେବେଳେ ବାବୁଶାନ ଜନ୍ମ ହୋଇଥିଲେ ସେତେବେଳେ ଉତ୍ତମ ମହାନ୍ତି ଏବଂ ଅପରାଜିତା ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ ଥିଲେ । ଯେଉଁ କାରଣରୁ ଅପରାଜିତାଙ୍କୁ ପିଲା ସମ୍ଭାଳିବା ସହିତ ଫିଲ୍ମରେ କାମ ଅକ ସାଥିରେ କରିବାରେ ସମସ୍ୟା ହେଉଥିଲା ।

ତେବେ କେହିବି ଭାବି ନଥିଲେ ଯେ ସେହି ବାବୁଶାନ ଦିନେ ଅଲିଉଡ଼ରେ ଏତେ ଆଗକୁ ଯିବେ ଏବଂ ନିଜର ପ୍ରତିଭା ଦେଖିଇବେ । ଗଣମାଧ୍ୟମରେ ଉତ୍ତମ ମହାନ୍ତି ନିଜ ପୁଅ ବାବୁଶାନଙ୍କୁ ନେଇ କିଛି କଥା କହିଛନ୍ତି ଯାହାକି ବର୍ତ୍ତମାନ ସମୟରେ ଭାଇରଲ ହେଉଛି । ଉତ୍ତମ ମହାନ୍ତି କହିଛନ୍ତି ଯେ , ତାଙ୍କ ପୁଅ ଲୋକପ୍ରିୟ ଅଭିନେତା ହୋଇଥିବାରୁ ତାଙ୍କୁ କେବେବି ଗର୍ବ ଅନୁଭବ ହୋଇ ନାହିଁ ।

ଉତ୍ତମ ମହାନ୍ତିଙ୍କ ଅନୁଯାୟୀ ସେମାନେ ଦୁହେଁ ନିଜ ପୁଅ ବାବୁଶାନଙ୍କୁ ଛୋଟ ବେଳୁ ଗୀତ ଶିଖାଉଥିଲେ ଏବଂ ଆଶା ରଖିଥିଲେ ଯେ ପୁଅ ନିଶ୍ଚୟ ଦିନେ ବଡ଼ ଗାୟକ ହେବ । କିନ୍ତୁ ବାବୁଶାନ ଅଭିନୟରେ ନିଜ କ୍ୟାରିଅର ଗଢ଼ିଲେ । ଅଭିନୟରେ ନିଜର ଦମଦାର ପ୍ରଦର୍ଶନ ସହିତ ବାବୁଶାନ ସିଙ୍ଗିଗ ଏବଂ ଡାନ୍ସରେ ମଧ୍ୟ ସମସ୍ତଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି ।

ଉତ୍ତମ ମହାନ୍ତି କହିଛନ୍ତି ଯେ ବାବୁଶାନ ଜଣେ ଭଲ ସିଙ୍ଗର ହୋଇ ଥିବାରୁ ସେ ଖୁବ ଗର୍ବିତ ଅନୁଭବ କରନ୍ତି । ଏମିତିରେବି ବାବୁଶାନ ନିଜକୁ ଏଭଳି ସ୍ଥାନକୁ ଆଣିବା ପାଇଁ ଖୁବ ପରିଶ୍ରମ କରିଛନ୍ତି ଏବଂ ଏବେବି ତାଙ୍କୁ ନେଇ ଚର୍ଚ୍ଚା ରହିଛି ।

ବାବୁଶାନଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ ନିକଟରେ ତାଙ୍କର ଏକ ଫିଲ୍ମ ” ଦମନ ” ବକ୍ସ ଅଫିସରେ ଖୁବ ହିଟ ହୋଇଥିଲା ଯାହାକି କେବଳ ଓଡ଼ିଶାରେ ନୁହେଁ ବରଂ ସାରା ଭାରତରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶନ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

ଦମନ ଫିଲ୍ମ କାରଣରୁ ବାବୁଶାନଙ୍କର ଏକ ଭିନ୍ନ ପରିଚୟ ମଧ୍ୟ ସୃଷ୍ଟି ହୋଇଛି । ତେବେ ପୁଅର ଏହି ଲୋକପ୍ରିୟତା କାରଣରୁ ବାପା ମା ଅର୍ଥାତ ଅଭିନେତା ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତା ମିହାନ୍ତି ଖୁବ ଖୁସି ଅଛନ୍ତି ଏବଂ ନିଜ ପୁଅର ଶୁଭକାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *