ଅର୍ଚ୍ଚନାକୁ ମେଞ୍ଚା ମେଞ୍ଚା ଟଙ୍କା ଦେଇଥିବା ବାବୁ ମାନିଲେ ସତ।

ଆଉ ଏବେ କାହାକୁ ମିଳିବ ନାହିଁ ନିସ୍ତାର। ଗୋଟି ଗୋଟି କରି ସମସ୍ତଙ୍କୁ ଘାଣ୍ଟିବ ଇଡି। ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ ବି କେହି ହେଲେ ସୁଦ୍ଧା ବଞ୍ଚାଇ ପାରିବ ନାହିଁ। ବନ୍ଧୁଗଣ ବର୍ତ୍ତମାନ ଯେତେ ଜଣ ଇଡିର ସ୍କାନରରେ ଥିଲେ ସମସ୍ତଙ୍କୁ ଗୋଟି ଗୋଟି ଇଡି ତା କାର୍ଯ୍ୟାଳୟକୁ ଡାକି ପଚରାଉଚରା କରୁଥିବା ବେଳେ ଇଡି ଏବେ ଛାନଭିନ କରୁଛି।

ଆଉ ଏହା ଭିତରେ ଆପଣ ମାନେ ସମସ୍ତେ ଜାଣିଥିବେ କି ଅର୍ଚ୍ଚନାର ଜଣେ ବ୍ୟବସାୟୀଙ୍କ ସହ ଫେସବୁକ ରୁ ସମ୍ପର୍କ ହୋଇଥିଲା ଯାହାଙ୍କ ନାମ ହେଉଛି ଅମୀୟ। ଆଉ ଅମୀୟ ବାବୁ ଅର୍ଚ୍ଚନାଙ୍କୁ 7 ଲକ୍ଷ ଟଂକା ଦେଇଥିବା ଇଡି ସମ୍ମୁଖରେ ମାନି ଥିବା ବେଳେ କାଲି ଗଣମାଧ୍ୟମ ଝାଳରେ ରାଗି କି ଉତ୍ତର ରଖିଥିଲେ କି ମୁଁ ଅର୍ଚ୍ଚନା ଙ୍କୁ 10 ଲକ୍ଷ ଟଙ୍କା ନୁହେଁ କରନା ସମୟରେ 7 ଲକ୍ଷ ଟଙ୍କା ଦେଇଛି।

ଏବେ ଇଡି ସବୁ ବଡ଼ ବଡ଼ ମୁଣ୍ଡକୁ ଟାର୍ଗେଟ କରିଥିବା ବେଳେ କୁହାଯାଉଛି କି ଇଡିର ସ୍କାନରରେ କୁଆଡେ ଆହୁରି 15 ଜଣ ଅଛନ୍ତି। ଆଉ ସେହି 15 ଜଣଙ୍କୁ ଇଡି ପୁଣି ଥରେ ଡାକି ଜେରା କରିବା ମଧ୍ୟ କୁହାଯାଉଛି । ତେବେ ଇଡି ଏହି ଘଟଣାର ତଦନ୍ତ ଜୋର ସୋର କରୁଥିବା ବେଳେ ଏବେ ଇଡିର ସ୍କାନରରେ ଥିବା ଅର୍ଚ୍ଚନାର ସହଯୋଗୀ ମାନେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ନୋଟିସ କରିଥିବା ବେଳେ କୁଆଡେ ଶ୍ରଦ୍ଧାଞ୍ଜଳି ଆଗୁଆ ହାଇକୋର୍ଟର ଦ୍ୱାରସ୍ଥ ହୋଇ ଜାମିନ ଆବେଦନ ମଧ୍ୟ କରିଛି।

ସେପଟେ ଖଗା ମାନେ ଖଗେଶ୍ୱର ଗିରଫ ହେବା ପରେ ବିରି ମାଡ଼ ଦେଖି କୋଲଥ ଚେପା ହେବା ଭଳି ଏବେ ଆଉ ନିସ୍ତାର ନାହିଁ ବୋଲି ଲୋକେ ଚର୍ଚ୍ଚା ଆଉ ଆଲୋଚନା କରୁଛନ୍ତି। ସେପଟେ ଅର୍ଚ୍ଚନା ମଧ୍ୟ ଅନେକ ଦିନ ହେଲାଣି ଜେଲରେ ଥିବା ବେଳେ ଅର୍ଚ୍ଚନା ର ମନରେ ଯେଉଁ ଆଶା ଟିକକ ଥିଲା କି ଜାମିନ ପାଇ ଅର୍ଚ୍ଚନା ବାହାରକୁ ଆସିବ ତାହା ମଧ୍ୟ ଧୀରେ ଧୀରେ ମଉଳି ଯିବାକୁ ବସିଛି।

ଯେତେବେଳେ ସହଯୋଗୀ ଖଗା ଆଉ ସହଯୋଗୀ ଶ୍ରଦ୍ଧାଞ୍ଜଳି ଆଉ ବଡ଼ ବଡ଼ ବ୍ୟବସାୟୀ ନେତା ମନ୍ତ୍ରୀ ମାନେ ଇଡିର ସ୍କାନରରେ ପଡିଛନ୍ତି ସେତେବେଳେ ଯାହା କିଛି ସତ ଅର୍ଚ୍ଚନା ଇଡି ପାଖରୁ ଲୁଚାଇ ରଖିଥିଲା ତାହା ସାମ୍ନାକୁ ଆସିଯିବା ଭୟ ଏବେ ଅର୍ଚ୍ଚନାକୁ ଘାରିଛି। ତେବେ କେବଳ ଯେ ଅର୍ଚ୍ଚନା କି ଜଗବନ୍ଧୁ ଏବେ ଭୟ କରୁଛନ୍ତି ତାହା ନୁହେଁ ଅର୍ଚ୍ଚନା ସହ ସମ୍ପର୍କରେ ଥିବା ଅର୍ଚ୍ଚନାର ଶରୀରର ସୁଖ ନେଉଥିବା ଆଉ ଅର୍ଚ୍ଚନା ସହ ରାତି ରାତି ବିତାଉ ଥିବା ବଡ଼ ବଡ଼ ବାବୁ ମାନେ ନେତା ମନ୍ତ୍ରୀଙ୍କର ମଧ୍ୟ ନିଦ ହଜି ଗଲାଣି। ସମସ୍ତଙ୍କ ମନରେ ସେହି ଗୋଟିଏ ଭୟ କି କେତେବେଳେ ଇଡିର ଲିଷ୍ଟିରେ ସେମାନଙ୍କ ନାମ ଆସିଯିବ ଆଉ ସବୁକିଛି ଏପଟ ସେପଟ ହୋଇଯିବ। କିଛି ଦିନ ର ମଜା ପାଇଁ କିଏ ଜାଣିଥିଲା ଏତେ ବଡ଼ ସଜା ଭୋଗିବାକୁ ପଡ଼ିବ। ତେବେ ସେ ଯାହା ବି କିଛି ହେଉ।

ଗତକାଲି ଇଡି ବ୍ୟବସାୟୀ ଅମୀୟଙ୍କୁ ନୋଟିସ କରିଥିବା ବେଳେ। ଅମୀୟ ଇଡିରେ ହଜାର ହୋଇଥିଲେ। ଆଉ ଇଡି ଏହି ବାବୁଙ୍କୁ ଅନେକ ପ୍ରଶ୍ନ କରିଥିବା ବେଳେ ସାଧାରଣରେ ବହୁତ ଚର୍ଚ୍ଚା ହେଉଛି କି ଅମୀୟ ମଧ୍ୟ କୁଆଡେ ସବୁ ସତ କୁଆଡେ ଓଗାଳି ଦେଇଛି। ଆଉ କୁହାଯାଉଛି କି ଏଥର ଆହୁରି ଅନେକ ଜଣଙ୍କୁ ଇଡି ତା କାର୍ଯ୍ୟଳୟକୁ ଡାକି ଆରମ୍ଭ କରିବ ତନାଘନା।

ଆହୁରି ଅନେକ ସତ ଲୁଚିଥିବା ବେଳେ ଇଡି ତାହା ମଧ୍ୟ ସାମ୍ନାକୁ ଆଣିବ। ତେବେ ଦେଖିବାକୁ ବାକି ରହିଲା। ଇଡି କେବେ ଆଉ କାହାକୁ କାହାକୁ ନୋଟିସ କରୁଛି। ଇଡି ଆଉ କାହାର କାହାର ନାମ ତା ଲିଷ୍ଟିରେ ଆଣୁଛି। ଆଉ ଇଡି କାହାକୁ କାହାକୁ କାର୍ଯ୍ୟାଳୟକୁ ଡାକି ତାଙ୍କର ଜେରା କରୁଛି। ତେବେ ଏହା ଉପରେ ରହିଛି ସାରା ଓଡିଶା ବାସୀଙ୍କ ନଜର।

Leave a Reply

Your email address will not be published. Required fields are marked *