ଅନ୍ୟ ଝିଆକୁ ଧରି ମାର୍କେଟରେ ବୁଲୁଥିଲା ଜ୍ୱାଇଁ , ଏତେ ଲୋକଙ୍କ ଭିତରେ ମାଡି ବସିଲେ ଶାଶୂ।

ସ୍ଵାମୀ ସ୍ତ୍ରୀଙ୍କ ବନ୍ଧନ ଏକ ପବିତ୍ର ବନ୍ଧନ। କିନ୍ତୁ ଏବେ ସେ ବନ୍ଧନର ଅର୍ଥ ବଦଳି ଗଲାଣି। ଯେତେବେଳେ ସ୍ବାମୀ ଏବଂ ସ୍ତ୍ରୀ ଗୋଟେ ବନ୍ଧନରେ ବାନ୍ଧି ହୁଅନ୍ତି ସେତେବେଳେ ସେମାନେ ସାତ ଜନ୍ମ ପାଇଁ ସାଥିରେ ରାହିବେ ବୋଲି କଥା ଦିଅନ୍ତି କିନ୍ତୁ ସାତ ଜନ୍ମ ତ ଦୂରର କଥା ଏବେ କହି କାହା ପାଖରେ ୭ ବର୍ଷ ମଧ୍ୟ ସ୍ଥିର ହେଇ ରହିପାରୁ ନାହାଁନ୍ତି। କେବଳ ସ୍ତ୍ରୀ ନୁହେଁ ସ୍ଵାମୀ ମଧ୍ୟ ସ୍ତ୍ରୀ କୁ ଛାଡ଼ି ଅନ୍ୟ ମହିଳାଙ୍କ ସହ ସ-ମ୍ପର୍କ ରଖୁଛନ୍ତି ଏବଂ ଧରା ପଡିଗଲା ପରେ ମିଛସତ କହି ଖସି ଯାଉଛନ୍ତି। ଏମିତି ଏକ ଅଭା-ବନୀୟ ଘ-ଟଣା ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି।

ମୟୂରଭଞ୍ଜ ଜିଲ୍ଲା ଉଦଳା ଥା-ନା ଅନ୍ତର୍ଗତ ଖଲାଦି ଗ୍ରାମପଞ୍ଚାୟତର ଦୁତିକାଦେଇ ପୁର ଗାଆଁର ହରେକୃଷ୍ଣ ହେମରାହଙ୍କ ଝିଅ ଉଦିଆ ହେମାରହ ଙ୍କ ପୁଅଙ୍କୁ ୭ ବର୍ଷ ପୂର୍ବେ ବାହା ହେଇଥିଲେ। ତାଙ୍କ ବାହା ଘର ୭-୮ ବର୍ଷ ବିତିଗଲାଣି। ୪-୫ ବର୍ଷର ଗୋଟେ ଶିଶୁ କନ୍ୟା ମଧ୍ୟ ଅଛି। ଏତେ ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା କିନ୍ତୁ ଏବେ ସ୍ତ୍ରୀ ଜାଣିବାକୁ ପାଇଛନ୍ତି ଯେ ସ୍ବାମୀ ଆଉ ଜଣେ ମହିଳାଙ୍କ ସହ ସ-ମ୍ପର୍କ ରଖୁଛନ୍ତି।

ଶାଶୂ ଲକ୍ଷ୍ମୀ ହେମରାହଙ୍କ ଦେହ ଭଲ ନଥିବାରୁ ସେ ଜ୍ୱାଇଁଙ୍କୁ କହିଲେ ତମେ ଝିଅ ଏବଂ ନାତୁଣୀକୁ ଧରି ମୋ ପାଖକୁ ଚାଲି ଆସ। ମୋ ଦେହ ଭଲ ହେବା ପର୍ଯ୍ୟନ୍ତ ସମସ୍ତେ ମୋ ପାଖରେ ରହିବ। ଶାଶୂଙ୍କ କଥା ଶୁଣି ଜ୍ୱାଇଁ ସ୍ତ୍ରୀ ଏବଂ ଝିଅକୁ ନେଇ ତାଙ୍କ ଘରେ ଛାଡ଼ିଲେ ଏବଂ କହିଲେ ମୋର ଭୁବନେଶ୍ଵରରେ କାମ ଅଛି ସେଥିପାଇଁ ମୁଁ ଏଠି ରହି ପାରିବିନି ମୁଁ ଭୁବନେଶ୍ଵର ଯାଉଛି ମାସେ ପରେ ଫେରି ଆସିବି।

ତାପରେ ସ୍ବାମୀ ଭୁବନେଶ୍ଵର ନା କହି ସ୍ତ୍ରୀ ଏବଂ ଝିଅକୁ ଛାଡ଼ି ଚାଲିଗଲେ। କିଛି ଦିନ ଯିବା ପରେ ଶାଶୂ ଶୁଣିବାକୁ ପାଇଲେ ଯେ ତାଙ୍କ ଜ୍ୱାଇଁ ଆଉ ଜଣେ ଝିଅକୁ ଭଲ ପାଉଛନ୍ତି କିନ୍ତୁ ସେ ଏ କଥା ବିଶ୍ଵାସ କଲେଣି କିନ୍ତୁ ଗୋଟେ ଦିନ ସେ ଯେତେବେଳେ ଉଦଳା ବଜାରରୁ କିଛି ଜିନିଷ କିଣୁଥିଲେ ସେତେବେଳେ ସେ ଜ୍ୱାଇଁ ଏବଂ ସେ ଝିଅକୁ ଦେଖିଲେ। ତାପରେ ସେ ତାଙ୍କ ପଛେ ପଛେ ଯାଇ ଯେତେବେଳେ ସେ ଝିଅକୁ ଏ ବିଷୟରେ ପଚାରିଲେ ସେତେବେଳେ ସେ ଝିଅ ଲକ୍ଷ୍ମୀଙ୍କୁ ବହୁତ୍ ମା-ରିଲେ କିନ୍ତୁ ଜ୍ୱାଇଁ କିଛି କହିଲେନି। ଏବେ ଯେତେବେଳେ ଜ୍ୱାଇଁଙ୍କୁ ଏ ବିଷୟରେ ପ-ଚରା ହେଲା ସେ କହୁଛନ୍ତି ସେ ଝିଅ ମୋ ଭଉଣୀ। ଆମ ଭିତରେ ସେମିତି କିଛି ସମ୍ପର୍କ ନାହିଁ।

Leave a Reply

Your email address will not be published. Required fields are marked *