ପୁଣି ଅନୁଭବ କହିଲେ ମେଘ ମତେ ଛାଡି ଦେଉ ।

କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କହିଛନ୍ତି ମେଘ ସମସ୍ତଙ୍କୁ ନେଇଯାଉ ହେଲେ ମତେ ଛାଡି ଦେଉ । ମେଘ ମତେ ନ ଟାଣୁ ଆଉ ମୁଁ ବହୁତ ଟାଣି ହେଲିନି । ଦର୍ଶକ ବନ୍ଧୁ କେନ୍ଦ୍ରାପଡା ସାଂସଦ ତଥା ତଥା ଅଭିନେତା ଏପରି କିଛି କହି ଗଣମାଧ୍ୟମରେ ପ୍ରତି-କ୍ରିୟା ଦେବା ପରେ ଲୋକେ କହୁଛନ୍ତି ଅନୁଭବ ମହାନ୍ତି ଟିକେ ସମୟ ଆଉ ସୁଯୋଗ ପାଇଲେ ଆଦୌ ପଛ ଘୁଞ୍ଚା ଦେଉ ନାହାଁନ୍ତି

ତେରଛା ବାଣ ମାରିବାକୁ ତେବେ କେବଳ ଏତିକି ନୁହେଁ ଅନୁଭବ ମହାନ୍ତିଙ୍କ ମୁହଁରୁ ଏପରି କିଛି ଶୁଣିବା ପରେ ଲୋକେ ଏ ପ୍ରଶ୍ନ ମଧ୍ୟ କରୁଛନ୍ତି ସବୁବେଳେ ନିଜକୁ ସଫେଇ ଦେବାକୁ ଯାଇ ମେଘଙ୍କ ଉପରେ ଦୋ-ଷ ଲଦୁଥିବା ଅନୁଭବ କଣ ମେଘକୁ କେବେ ଟାଣି ନାହାଁନ୍ତି । ନା ସବୁବେଳେ ମେଘ ତାଙ୍କୁ ଟାଣୁଥିଲା । ତେବେ ଏମିତି କିଛି ଲୋକେ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି । ସେପଟେ ବର୍ଷା ଅନୁଭବଙ୍କ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ କେବେ ଏହାର ସମାଧାନ ହେବ ତାହା ଅପେକ୍ଷାରେ ମଧ୍ୟ ରହିଛନ୍ତି ବର୍ଷା ଅନୁଭବଙ୍କ ପ୍ରଶଂସକ ମାନେ ।

ତେବେ ବର୍ଷା ଅନୁଭବଙ୍କ ମଧ୍ୟରେ ସମାଧାନ ହେଇଯାଉ ଦୁହେଁ ପୁଣିଥରେ ଏକାଠି ହୋଇଯାଆନ୍ତୁ ଏହା ଆଜି ମଧ୍ୟ ଲୋକେ ଚାହାନ୍ତି । ଓଡ଼ିଆ ସିନେ ଜଗତର ବହୁ ଚର୍ଚ୍ଚିତ ଯୋଡି ବର୍ଷା ଅନୁଭବ ମହାନ୍ତିଙ୍କର ସାରା ଓଡ଼ିଶାରେ ଅନେକ ପ୍ରଶଂସକ ରହିଛନ୍ତି । ଆଉ ସମସ୍ତେ ଆଜିବି ମଧ୍ୟ ଆଶା ରଖିଛନ୍ତି ବର୍ଷା ଅନୁଭବ ପୁଣିଥରେ ଓଡିଶା ବାସୀଙ୍କ ଆଶ୍ରିବାଦ ରୁ ଏକାଠି ହୋଇ ପୁଣିଥରେ ଏକାଠି ନଜର ଆସିବେ । ମାତ୍ର ଯେତେବେଳେ ଅନୁଭବ ମହାନ୍ତି ମୁହଁ ଖୋଲୁଛନ୍ତି ସେତେବେଳେ କିଛି ନା କିଛି କହୁଛନ୍ତି । ଆଉ ଏହା ଶୁଣି ସେମାନଙ୍କ ପ୍ରଶଂସକ ମାନେ ନିରାଶ ହେଉଛନ୍ତି । ସୂଚନା ଅନୁଯାୟୀ ଅନୁଭବ ମହାନ୍ତି ବିଜେବି କଲେଜକୁ ଅତିଥି ଭାବେ ଆସିଥିଲେ ।

କଲେଜରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିବା ବେଳେ ଅନୁଭବ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଆଉ ଏହି ସମୟରେ ଅନୁଭବ ନିଜେ ମଧ୍ୟ ଭାବ ବିହ୍ୱଳ ହୋଇଯାଇଥିଲେ । ଅନୁଭବ କହିଥିଲେ ସେ ମଧ୍ୟ କ୍ରିକେଟ ଖେଳିବାକୁ ବେଶ ଅଧିକ ପସନ୍ଦ କରନ୍ତି । ଏବେ ତାଙ୍କ ବ୍ୟାଟ ମଧ୍ୟ ଅଛି ତାଙ୍କ ପାଖରେ । ତାଙ୍କ ପାଖରେ ଏବେ ବି ତିନି ଚାରୋଟି ବ୍ୟାଟ ଅଛି । ଆଉ ଯାହାକୁ ସେ ଆଜିବି ଦେଖିଲେ ତାଙ୍କ ଆଖିରେ ଲୁହ ଆସେ ।

କାରଣ ସେହି ବ୍ୟାଟ ସହିତ ଅନୁଭବ ମହାନ୍ତିଙ୍କର ଅନେକ ସ୍ମୃତି ଯୋଡି ହୋଇ ରହିଛି । ଆଉ ଏହି ସମୟରେ ଅନୁଭବ ମହାନ୍ତି କହିଥିଲେ କି କ୍ରିକେଟକୁ କେବଳ ମୁଁ ଏକା ପସନ୍ଦ କରେ ନାହିଁ । କ୍ରିକେଟକୁ ସମସ୍ତେ ପସନ୍ଦ କରିଥାନ୍ତି ଆଉ ସମସ୍ତେ ମଧ୍ୟ ଖେଳି ଥାନ୍ତି। ବିଜେବି କଲେଜରେ ଦୁଇ ଗୋଷ୍ଟି ମଧ୍ୟରେ କ୍ରିକେଟ ଅନୁଷ୍ଠିତ ହୋଇଥିଲା ଗୋଟିଏ ଟୁର୍ଣ୍ଣାମେଣ୍ଟ ମହିଳା ଟିମ ହୋଇଥିବା ବେଳେ ଅନ୍ୟଟି ପୁରୁଷ ଦଳ ମଧ୍ୟ ରେ ।

ଆଉ ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ଅନୁଭବ ମହାନ୍ତିଙ୍କୁ ପ୍ରଶ୍ନ କରିଥିଲେ କି ଏଥର ଅନୁଭବ ମହାନ୍ତି ହୋଲିକୁ କିପରି ପାଳନ କରିବେ । ସେହି ସମୟରେ ଅନୁଭବ କହିଥିଲେ ଯେତେବେଳେ ବଡ଼ ବାପାଙ୍କ ମୃ-ତ୍ୟୁ ଘଟିଛି ଏକ ବର୍ଷ ପର୍ଯ୍ୟନ୍ତ ଆମ ଘରେ କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ହେଲେ ପରିବାର ଲୋକଙ୍କ ସହିତ ସମୟ କାଟିବି । ଆଉ ସନ୍ଧ୍ୟାରେ ସାଙ୍ଗ ମାନଙ୍କ ପାଖକୁ ଯିବି ସନ୍ଧ୍ୟାରେ ସାଙ୍ଗ ମାନଙ୍କ ପାଖରେ ରହି ସମୟ କାଟିବି ଏମିତି କରି ହୋଲିକୁ କଟେଇବି । କାରଣ ହୋଲି ହେଉଛି ଭାରତର ଭାଇଚାରାର ପର୍ବ ।

Leave a Reply

Your email address will not be published. Required fields are marked *