ଦିନେ କରିଥିଲେ ୫ ହଜାର ଟଙ୍କା ଧାର୍ , ଆଉ ଏବେ ୧୪ କୋଟି ଟଙ୍କାର ମାଲିକ

କୁହାଯାଏ ପରିଶ୍ରମ ଦିନେ ନା ଦିନେ ରଙ୍ଗ ଆଣିବ । ପରିଶ୍ରମ କରି ଚାଲ କିନ୍ତୁ ଆଶା ରଖ ନାହିଁ । ତୁମେ କଷ୍ଟ କରିଛ ମାନେ ତାର ଅର୍ଥ ଆପଣଙ୍କୁ ନିହାତି ମିଳିବ। ଆଉ ତାହା ଆଜି ନ ହେଲେ ମଧ୍ୟ ଯେଉଁ ଦିନ ହେଲେ ବି ମିଳିବ। ତେବେ ଏପରି ଏକ କାହାଣୀ ହେଉଛନ୍ତି ଉଜାଲା ର । ଦିନ ଥିଲା କିଛି ନଥିଲା । ଭାଇଙ୍କ ଠାରୁ ଧାର ଆଣିଥିଲେ ଆଉ ଆରମ୍ଭ କରିଥିଲେ ଉଜାଲା । ଏବେ ୧୪ କୋଟି ଟଙ୍କାର ମାଲିକ । ଦିନ ଥିଲା ଘରେ ଘରେ ଯାଇ ବିକୁଥିଲେ ଉଜାଲା ।

କିନ୍ତୁ ଭାଗ୍ୟ ଏବେ ବଦଳି ଯାଇଛି ଆଉ ସବୁଛି ନୂଆ ହୋଇ ଯାଇଛି । ମାତ୍ର ୫ ହଜାର ଟଙ୍କାର ବ୍ୟବସାୟ ଆଜି ତାଙ୍କୁ କୋଟିପତି କରାଇ ଦେଇଛି । ଆରମ୍ଭ ସମୟରେ ସମସ୍ତେ ଏହି ବ୍ୟବସାୟ କରିବାକୁ ମନା କରିଥିଲେ । କିନ୍ତୁ ସେ ଲୋକଙ୍କ କଥାକୁ କାନରେ ଦେଇ ନଥିଲେ ଆଉ ନିଜ ପ୍ରଚେଷ୍ଟା ଜାରି ରଖିଥିଲେ । ୯୦ ଦଶକରେ ଟିଭିରେ ପ୍ରସାରିତ ହେଉଥିଲା ଉଜାଲା । ସମସ୍ତେ ସେହି ଦିନ ଠାରୁ ଉଜାଲା ବିଷୟରେ ଜାଣିଛନ୍ତି। କିନ୍ତୁ କମ୍ପାନୀର ମାଲିକଙ୍କ ସଂଘର୍ଷ କାହାଣୀ ବିଷୟରେ କେହି ବି ଜାଣି ନଥିବେ ।

ତେବେ ସେହି ମାଲିକ ଜଣକ ହେଉଛନ୍ତି ଏମ ପି ରାମଚନ୍ଦ୍ରନ । ଉଜାଲା ପ୍ରସ୍ତୁତ କରୁଥିବା ଜ୍ୟୋତି ଲାବୋରୋଟରୀ ର ମାଲିକ । ତେବେ ପିଜି ସରିବା ପରେ ପ୍ରଥମେ ଆକାଉଣ୍ଟାଣ୍ଟ ଭାବରେ କାମ କରିଥିଲେ କିନ୍ତୁ କିଛି ଦିନ କାମ କରିବା ପରେ ସେ ତାହା ଛାଡି ଦେଇଥିଲେ ଆଉ କିଛି ଜିନିଷ ତିଆରି କରିବା ତାଙ୍କ ଇଚ୍ଛା ଥିଲା । ତେବେ ଦିନେ ଖବରକାଗଜ ପଢ଼ିବା ସମୟରେ ସେ ଦେଖିଥିଲେ ଯେ କପଡ଼ା ସଫା ରଖିବା ପାଇଁ ବାଇଗଣୀ ରଙ୍ଗ ଭଲ କାମ କରିଥାଏ । ଆଉ ସେ ଏକ ବର୍ଷ ପର୍ଯ୍ୟନ୍ତ ଏହି ରଙ୍ଗ ବ୍ୟବହାର କରିଥିଲେ ।

ତେବେ ୧୯୮୩ ମସିହାରେ ସେ ରେକଳରେ ଏକ ଛୋଟ କମ୍ପାନୀ ଆରମ୍ଭ କରିଥିଲେ ଆଉ ତାହା ପୁଣି ନିଜ ଭାଇଙ୍କ ଠାରୁ ୫୦୦୦ ଟଙ୍କା ଧାର ଆଣି । ତେବେ ଏହାକୁ ସେ ନିଜ ଝିଅ ନାମରେ ନାମିତ କରିଥିଲେ ଆଉ ରଖିଥିଲେ ଜ୍ୟୋତି ଲାବୋରେଟରି । ଏହି ଠାରୁ ଆରମ୍ଭ ହୋଇଥିଲା ଉଜାଲାର ଯାତ୍ରା । ତେବେ ଆରମ୍ଭ ରୁ ମାତ୍ର ୬ ଜଣ ମହିଳା ଗାଆଁ ଗାଆଁ ବୁଲି ଏହାକୁ ବିକ୍ରୀ କରିଥିଲେ । ଆଉ ଏବେକାର ସମୟରେ ପୁରା ଭାରତ ବର୍ଷ ଏହାକୁ ଜାଣିଛି ଆଉ ବ୍ୟବହାର ମଧ୍ୟ କରୁଛି ।

Leave a Reply

Your email address will not be published. Required fields are marked *