୬ ବର୍ଷର ପ୍ରେମ, ୨ ବର୍ଷର ବାହାଘର, ଏବେ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା

ପ୍ରଥମେ ପ୍ରେମ ଆଉ ତାପରେ ନିବିଡ଼ତା । ଦୁହେଁ ଦୁହିଁଙ୍କୁ ପାଇବାର ଇଚ୍ଛା ଆଉ ଶେଷରେ ସାରା ଜୀବନ ଏକାଠି ରହିବାର ପ୍ରତି-ଶ୍ରୁତି । ଏପରି କିଛି ହୋଇଥିଲା ଦୁଇ ପ୍ରେମୀ ଯୁଗଳଙ୍କ ଜୀବନରେ । କିନ୍ତୁ ଶେଷରେ ଆଉ କିଛି ହୋଇପାରିଲା ନାହିଁ ପ୍ରେମ କରି ବର୍ତ୍ତମାନ ସମୟରେ ପ୍ରେମିକ ଦେଇ ଦେଇଛନ୍ତି ଧୋ-କା । ଆଉ ନିଜ ସ୍ୱାମୀଙ୍କ ଘର ଆଗରେ ସ୍ତ୍ରୀ ବସି ଦେଇଛନ୍ତି ଧାରଣା । ବାସ୍ ଲୋକେ ଟାହି ଟାପୁରା କରିବାରେ ମଧ୍ୟ ଲାଗି ପଡିଛନ୍ତି ଆଉ କହିଛନ୍ତି ଏପରି ଝିଅ ଅନେକ ଏ ଦୁନିଆଁରେ ମିଳି ଯିବେ ।

ତେବେ ବର୍ତ୍ତମାନ ଏପରି କଥାକୁ ଖାତିର ନ କରି ନିଜ ପ୍ରେମକୁ ପାଇବା ଆଶାରେ ବସି ରହିଛନ୍ତି ମହିଳା । ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟା-ୟ ନ ମିଳିଛି ସେ ପର୍ଯ୍ୟନ୍ତ ସେ ଧାରଣା ରୁ ଉଠିବେ ନାହିଁ ବୋଲି କହି ଦେଇଛନ୍ତି । ତାଙ୍କୁ ନ୍ୟା-ୟ ଦରକାର୍ ଆଉ ସେ ଏଥିପାଇଁ ଲ-ଢ଼ିବେ ବୋଲି କହିଛନ୍ତି।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ଜଣେ ମହିଳା ବର୍ତ୍ତମାନ ସମୟରେ ନିଜ ଶାଶୁ ଘର ଆଗରେ ଧାରଣା ଦେଇ ବସିଛନ୍ତି । ତାଙ୍କ କହିବା ଅନୁଯାୟୀ , ୬ ବର୍ଷ ହେଲାଣି ସେ ଜଣେ ବ୍ୟକ୍ତିଙ୍କୁ ଭଲ ପାଉଥିଲେ ଆଉ ୨ ବର୍ଷ ହେଲାଣି ସେମାନେ ପରସ୍ପରକୁ ବିବାହ କରିଥିଲେ । ତାଙ୍କ ସ୍ଵାମୀ ଉପର ଜାତିର ଆଉ ସେ ତଳ ଜାତିର ଏହି କଥା ମଧ୍ୟ ତାଙ୍କ ସ୍ଵାମୀ ଜାଣିବାକୁ ପାଇଥିଲେ ।

ଆଉ ତାପରେ ମଧ୍ୟ ତାଙ୍କ ଭଲ ପାଇବା ଶେଷ ହୋଇ ନଥିଲା । ଦୁହେଁ ଏକାଠି ରହିବେ ବୋଲି ବାଛି ନେଇଥିଲେ । ତେବେ କେବଳ ଏତିକି ନୁହେଁ , ଦୁହିଁଙ୍କ ମଧ୍ୟରେ ଅନେକ ଥର ଶାରୀ-ରିକ ସ-ମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା । ଆଉ ସେମାନେ ଲୁ-ଚି ପଳାଇ ଯାଇ ଭୁବନେଶ୍ଵରରେ ରହୁଥିଲେ । ସେଠାରେ ଗୋଟିଏ ବର୍ଷ ରହିବା ପରେ ସେମାନେ ଗାଁକୁ ଆସିଥିଲେ ।

ଆଉ ଗାଁରେ ତାଙ୍କ ପ୍ରେମିକ ତାଙ୍କୁ ବିବାହ କରିବା କଥା କହିଥିଲେ । ତେଣୁ ଦୁହେଁ ଗାଆଁ ମନ୍ଦିରରେ ବାହା ହୋଇ ଯାଇଥିଲେ । ଏପରିକି କୋର୍ଟରେ ମଧ୍ୟ ଉଭୟ ବିବାହ କରି ନେଇଥିଲେ । ତେବେ ଏହାପରେ ତାଙ୍କ ପ୍ରେମିକ ତାଙ୍କୁ କହିଥିଲେ କି , ନିଜ ବାପ ଘରେ ରହିବା ପାଇଁ । କାହିଁକି ନା ତାଙ୍କ ପରିବାର ଲୋକ ଏଥିରେ ରାଜି ନଥିଲେ । ତେଣୁ ସେ ତାଙ୍କୁ ରାଜି କରାଇ ପରେ ତାଙ୍କ ଘରକୁ ନେଇ ଯିବେ ବୋଲି ପ୍ରତି-ଶ୍ରୁତି ଦେଇଥିଲେ ପ୍ରେମିକ ।

ଆଉ ଏହି କଥା ମାନି ନେଇ ପ୍ରେମିକା ଅନାଇ ବସିଥିଲେ ନିଜ ପ୍ରେମିକାର ଫେରିବା ବାଟକୁ । କିନ୍ତୁ ବର୍ଷଟିଏ ବିତି ଯାଇଥିଲେ ମଧ୍ୟ ପ୍ରେମିକର ଖୋଜ ଖବର ନଥିଲା । ସବୁବେଳେ ସେ କହୁଥିଲେ କି , ଘର ଲୋକଙ୍କୁ ମନାଇ ଚାଲିଛନ୍ତି । ତେବେ ଏହାପରେ ଏପ୍ରିଲ ମାସରେ ସେ କହିଥିଲେ କି , ଘର ଲୋକ ମାନୁ ନାହାଁନ୍ତି କାହିଁକି ନା ଝିଅର ତଳ ଜାତି ଆଉ ତାପର ଠାରୁ ଫୋନ୍ ମଧ୍ୟ ବନ୍ଦ କରି ଦେଇଥିଲେ ।

ତେଣୁ ଏହାପରେ ମହିଳା ଜଣକ ଥା-ନାରେ ଅଭି-ଯୋଗ ଦେବା ସହିତ କୋର୍ଟରେ ମଧ୍ୟ ଅଭି-ଯୋଗ କରିଥିଲେ । ବର୍ତ୍ତମାନ ସମୟରେ ଦୁହିଁଙ୍କର କେ-ସ ମଧ୍ୟ ଚାଲିଛି । କିନ୍ତୁ କିଛି ବି ପତ୍ତା ନାହିଁ ପୁଅର । ବର୍ଷେ ହେଲା ସେ ଫୋନ୍ ମଧ୍ୟ ଉଠାଉ ନାହାଁନ୍ତି । ତେଣୁ ବର୍ତ୍ତମାନ କଣ କରିବେ ବୋଲି ମହିଳା ଜଣକ ନ ଜାଣି ପାରି ଧାରଣାରେ ଆସି ନିଜ ପ୍ରେମିକ ଘର ଆଗରେ ବସି ଯାଇଛନ୍ତି । ଆଉ ଥା-ନାରେ ମଧ୍ୟ ଅଭି-ଯୋଗ କରିଛନ୍ତି ।

ଏବେ ସେ ଶୁଣିବାକୁ ପାଇଛନ୍ତି କି , ତାଙ୍କ ପ୍ରେମିକର ବିବାହ ଅନ୍ୟ ଜାଗାରେ ପରିବାର ଲୋକ ଠିକ୍ କରାଇ ଦେଇଛନ୍ତି । ତେଣୁ ସେ ଆଉ କେମିତି ସହି ଥାଆନ୍ତେ , ସିଧା ଆସି ନିଜ ଶାଶୁ ଘର ଆଗରେ ଧାରଣା ଦେଇ ବସିଛନ୍ତି । କିନ୍ତୁ ତାଙ୍କ ଶାଶୁ ଘରେ କେହି ବି ନାହାନ୍ତି । କୁଆଡେ ଚାଲି ଯାଇଛନ୍ତି ବି ଜଣା ନାହିଁ । ତେଣୁ ସେ ଏଠାରେ ଧାରଣା ଦେଇ ବସିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *