ଅଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କ ସହିତ ରୋ-ମାନ୍ସ କରିବାକୁ ଡରନ୍ତି ଅଭିନେତା ମାନେ । ଯାହାକୁ ନେଇ ଏଭଳି କିଛି କହିଲେ ଅଭିନେତ୍ରୀ ।

ଅଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କର ଫ୍ୟାନ ଫୋଲଇଂ ର କେଉଁଠି ଅଭାବ ନାହିଁ । ନିଜର ଅଭିନୟ ଏବଂ ବ୍ୟକ୍ତିତ୍ୱ ପାଇଁ ସେ ଦର୍ଶକଙ୍କ ପାଖରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ବିବାଦ ମଧ୍ୟ ଦେଖା ଦେଇଥିବା ପ୍ରାୟ ସାମ୍ନାକୁ ଆସିନାହିଁ ।

କାରଣ ସେ ବ୍ୟକ୍ତିଗତ ଜୀବନରେ ବେଶ ରୋକଠୋକ ଏବଂ ନିଜ ଅନୁଯାୟୀ ହିଁ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଆଉ ବର୍ତ୍ତମାନ ସମୟରେ ଦଶହରା ଉପଲକ୍ଷେ ତାଙ୍କର ଏକ ନୂଆ ଫିଲ୍ମ ରିଲିଜ ହୋଇଛି ଯାହାକୁ ନେଇ ଅଭିନେତ୍ରୀ ପ୍ରଥମେ ଥିଏଟରରେ ଫିଲ୍ମ ଦେଖିଛନ୍ତି ଏବଂ ବାଇଟ ମଧ୍ୟ ଦେଇଛନ୍ତି ।

କିନ୍ତୁ ଏହାରି ମଧ୍ୟରେ ଫିଲ୍ମ ବିଷୟରେ କହୁ କହୁ ସେ ରିଲ ଲାଇଫ ଏବଂ ରିଏଲ ଲାଇଫର ଏକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । କହିବାକୁ ଗଲେ ଶ୍ରଦ୍ଧା ଅଲିଉଡ଼ରେ ଅଭିନୟ କରିବାର ଦୀର୍ଘ ବର୍ଷ ବିତି ଗଲାଣି । ଯାହା ମଧ୍ୟରେ ସେ ଅନେକ ସର୍ଟ ଫିଲ୍ମ , ସିରିଏଲ , ଏଲବଲ ଏବଂ ଚଳଚିତ୍ରରେ କାମ କରି ସାରିଛନ୍ତି ।

ଆଉ ତାଙ୍କର ସବୁ ଚଳିଚିତ୍ରକୁ ଲୋକେ ବେଶ ପସନ୍ଦ ମଧ୍ୟ କରିଥାନ୍ତି । ପୁଣି ଫିଲ୍ମରେ ରୋମାନ୍ସ ମୋମେଣ୍ଟକୁ ନେଇ ଶ୍ରଦ୍ଧା କହିଛନ୍ତି ଯେ ତାଙ୍କ ସହିତ ରୋମାନ୍ସ କରିବାକୁ ଅଭିନେତା ମାନେ ଭୟ କରନ୍ତି କାରଣ ଶ୍ରଦ୍ଧା ସୁଟିଂ ସେଟରୁ ବାହାରିବା ପରେ ଆଉ ସେ ଚରିତ୍ରରେ ନଥାନ୍ତି ଏବଂ ନିଜ ଜୀବନରେ ସେ ସବୁବେଳେ ଦୃଢ଼ ଭାବରେ ରହି ଆସିଛନ୍ତି ।

ଏହାବ୍ୟତୀତ ସେ ଅଧିକ କାହା ସହିତ ମିଶିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଅଭିନୟ ସମୟରେ ସେ ସେହି ଚରିତ୍ରରେ ନିଜକୁ ହଜାଇ ଦେଇଥାନ୍ତି । ଏହାବ୍ୟତୀତ ସେ କହିଛନ୍ତି ଯେ ଅଲିଉଡ଼ରେ ତାଙ୍କର ପ୍ରିୟ କଳାକାର ହେଉଛନ୍ତି ବାବୁଶାନ ମହାନ୍ତି । ଯାହାଙ୍କର ନୂଆ ଫିଲ୍ମ ମଧ୍ୟ ଚଳିତ ବର୍ଷ ଦୁର୍ଗାପୂଜାରେ ସେ ଆସୁଥିବା କହିଛନ୍ତି ।

ତାଙ୍କର ଏବେ ରିଲିଜ ହୋଇଥିବା ଫିଲ୍ମ ” ରାଉଡ଼ି ରାଜା ” ଦର୍ଶକଙ୍କୁ ପସନ୍ଦ ଆସୁଥିବ ବୋଲି ସେ ଆଶା କରିଛନ୍ତି ଏବଂ ସବୁ ଦର୍ଶକଙ୍କୁ ଥିଏଟର ଆସି ଫିଲ୍ମ ଦେଖି ବାଇଟ ଦେବାକୁ ମଧ୍ୟ କହିଛନ୍ତି । କହିରଖିବୁ ଯେ ଚଳିତ ବର୍ଷ ଦୁର୍ଗାପୂଜା ଅବସରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏକାଧିକ ଫିଲ୍ମ ରିଲିଜ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *