ଦୀର୍ଘ ଦିନର ମତାନ୍ତର ପରେ ହାତ ଟେକିଦେଲେ ଅଭିନେତା ଅରିନ୍ଦମ ରାୟ । କହିଲେ ଆଉ ବୁଝାଇ କିଛି ଲାଭ ନାହିଁ ।

ଗତ କିଛିଦିନ ହେବ ଅଲିଉଡ଼ ଇଣ୍ଡଷ୍ଟ୍ରିରେ ବିବାଦ ଲାଗି ରହିଛି । ଯେଉଁଠି ଅଭିନେତା ମନୋଜ ମିଶ୍ରଙ୍କୁ ବୟକଟ କରାଯାଇଥିବା ଶୁଣିବାକୁ ମିଳିଥିଲା । ଆଉ ଏହାପରେ ନିର୍ଦେଶକ ଏବଂ ପ୍ରଯୋଜକ ମାନେ ଏକ ମିଟିଙ୍ଗ ଡାକି ଏହି ମାମଲାକୁ ସମାଧାନ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏହାପରେବି ଅରିନ୍ଦମ ରାୟ ଅନେକ ଥର ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କୁ ଏକାଠି ଆଣିବାକୁ ଚେଷ୍ଟା ମଧ୍ୟ କରିଥିଲେ ବି ବିଫଳ ହୋଇଛନ୍ତି । ଆଉ ବର୍ତ୍ତମାନ ଅରିନ୍ଦମ ଏଭଳି ଏକ ପୋଷ୍ଟ କରିଛନ୍ତି ଯାହା ଜାଣିଲେ ଆପଣ ଅନୁମାନ କରିବେ ଯେ ଅରିନ୍ଦମ ସମସ୍ତଙ୍କୁ ବୁଝାଇ ବୁଝାଇ ନିଜେ ଥକି ପଡ଼ିଛନ୍ତି । ତେବେ ଅରିନ୍ଦମଙ୍କର ଏକ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଯେଉଁଠି ସେ ମନୋଜ ମିଶ୍ରଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଯେତେବେଳେ ମେସେଜ କଲେବି ସୁଦ୍ଧା ମନୋଜ ତାଙ୍କର କୌଣସି ଉତ୍ତର ଦେଇ ନାହାଁନ୍ତି । ଅରିନ୍ଦମ ମେସେଜ କରି ମନୋଜଙ୍କୁ ସମାଧାନ ପାଇଁ ଡାକିଥିଲେବି ସୁଦ୍ଧା ମନୋଜ କୌଣସି ଉତ୍ତର ଦେଇନଥିଲେ । ଯେଉଁଥିରେ ଦୁଃଖିତ ହୋଇଛନ୍ତି ଅରିନ୍ଦମ ରାୟ ।

ସେ କହିଛନ୍ତି ଯେ ମନୋଜ ମିଶ୍ର ଚୁପ ରହୁଛନ୍ତି ଏବଂ ସେ କେବଳ ଲୋକଙ୍କ ସହାନୁଭୂତି ପାଇବାକୁ ଏଭଳି କରୁଛନ୍ତି । ନହେଲେ ସେ ଅରିନ୍ଦମଙ୍କ ମେସେଜର ଉତ୍ତର କାହିଁକି ଦେଇ ନଥାନ୍ତେ ? ଅରିନ୍ଦମଙ୍କ କହିବା କଥା ଯେ ମନୋଜଙ୍କୁ ସମାଧାନ ପାଇଁ ଯେଉଁଠି ମେସେଜ କରାଯାଉଛି ମନୋଜ ଇଗନୋର କରୁଛନ୍ତି ।

ମାତ୍ର ଯିଏ ତାଙ୍କୁ କୌଣସି ବିବାଦୀୟ ଉକ୍ତି ଦେଉଛନ୍ତି ତାଙ୍କୁ ସେ ସୋସିଆଲ ମିଡ଼ିଆ ଜରିଆରେ ଉତ୍ତର ଦେବାକୁ ବିଳମ୍ବ କରୁ ନାହାଁନ୍ତି । ଏମିତିକି ଅରିନ୍ଦମଙ୍କ ଫୋନ କଲର ଉତ୍ତର ମଧ୍ୟ ଦେଉ ନାହାଁନ୍ତି ମନୋଜ । ଅରିନ୍ଦମ ଆହୁରି ମଧ୍ୟ ନିର୍ଦେଶକ ଜ୍ୟୋତିଙ୍କୁ ସୋସିଆଲ ମିଡିଆରେ ଏଭଳି ବିବାଦୀୟ ପୋଷ୍ଟ ନକରିବାକୁ ଅନୁରୋଧ କରିଛନ୍ତି । ଅରିନ୍ଦମ ମନୋଜଙ୍କୁ ଅନୁରୋଧ କରି କହିଛନ୍ତି ଯେ ତାଙ୍କ ଉପରେ ଲାଗିଥିବା ବ୍ୟାନକୁ ସେ ସମର୍ଥନ କରୁ ନାହାଁନ୍ତି ବୋଲି ସ୍ପଷ୍ଟ ଭାବରେ ସାମ୍ନାକୁ ଆସି କହିବା ଆବଶ୍ୟକ କିମ୍ବା ଏକ ପ୍ରେସ କନଫେରେନ୍ସ ଜରିଆରେ କହିବା ଉଚିତ । କାରଣ ଏଭଳି ବିବାଦ ଭିତରେ ଅଲିଉଡ଼ ଇଣ୍ଡଷ୍ଟ୍ରି କେବେବି ଆଗକୁ ବଢ଼ି ପାରିବ ନାହିଁ ।

Leave a Reply

Your email address will not be published. Required fields are marked *