ଭଲ ପାଇ ପଳାଇ ଯାଉଥିଲେ ପ୍ରେମୀ ଯୁଗଳ , ପରିବାର ଲୋକ କଲେ ଏମିତି

ଦୁନିଆଁରେ ପ୍ରେମୀ ଯୁଗଳର ଅଭାବ ନାହିଁ। ଅନେକ ପ୍ରେମୀ ଯୁଗଳ ଅଛନ୍ତି , ଯେଉଁ ମାନେ ନିଜ ପରିବାର ପାଇଁ କିଛି ବି କରି ଥାଆନ୍ତି । ନିଜ ପରିବାର ହିସାବରେ ସବୁକିଛି କରିଥାନ୍ତି ଆଉ ଶେଷରେ ସେହି ପରିବାର ସହମତିରେ ସାରା ଜୀବନ ହାତ ଧରିଥାନ୍ତି । କିନ୍ତୁ ଆଉ କିଛି ଥାଆନ୍ତି , ଯେଉଁ ମାନେ ପ୍ରେମ କରି ଘରୁ ଲୁଚି ପଳାଇବା ସୁନିଶ୍ଚିତ । ତେବେ ଏହାରି ମଧ୍ୟରେ ପ୍ରେମ କରିବା ଯେତେ ସାଧାରଣ କଥା ହେଲେ ମଧ୍ୟ ଏପରି କିଛି ଆମ ଦେଶରେ ନିୟମ ରହିଛି , ଯାହାକୁ ଉଲ୍ଲଂଘନ କରିବା ଦଣ୍ଡନୀୟ ହୋଇଥାଏ ।

ତେବେ ହଁ ଆଜ୍ଞା ଦେଶରେ କିଛି ନୀତି ନିୟମ ଏବଂ ଆଇନ କାନୁନ ରହିଛି , ଯାହାକୁ ଆମେ ମାନି ଚାଲିଲେ , ଏହି ଦେଶରେ ଖୁସିରେ ରହିଥାନ୍ତି । କିନ୍ତୁ ସେହି ନିୟମ ଉଲ୍ଲଂଘନ କରିଲେ , ଦଣ୍ଡ ପାଇବା ନିହାତି ହୋଇଥାଏ । ତେବେ ଆଜି ଆମେ ସେପରି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ । ଆପଣ ସମସ୍ତେ ଜାଣିଥିବେ ଯେ , ଦେଶରେ ବିବାହ କରିବା ପାଇଁ ମହିଳାଙ୍କ ବୟସ ୧୮ ବର୍ଷ ହୋଇଥିବା ବେଳେ ପୁରୁଷ ମାନଙ୍କର ୨୧ ବର୍ଷ ହୋଇଥାଏ ।

ଆଉ ଯଦି ଏହି ବୟସ ହୋଇ ନଥାଏ ଆଉ ସେମାନେ ବିବାହ କରି ନିଅନ୍ତି , ତେବେ ଏହା ଆଇନ ବିରୁଦ୍ଧରେ ହୋଇଥାଏ । ତେବେ ଏପରି କିଛି କାଣ୍ଡ ବର୍ତ୍ତମାନ ସାମ୍ନାକୁ ଆସିଛି । ପ୍ରେମୀ ଯୁଗଳ ପରସ୍ପରକୁ ଅତ୍ୟନ୍ତ ଭଲ ପାଉଥିଲେ ଆଉ ଭଲ ପାଇ ବିବାହ କରିବାର ଅନେକ ସ୍ବପ୍ନ ଦେଖିଥିଲେ । ଏଥିପାଇଁ ସେମାନେ ଏକଦା ଘରୁ ଲୁଚି ପଳାଇବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ ଝିଅକୁ ୧୮ ବର୍ଷ ହୋଇ ନଥିଲା । ତେବେ ପରିବାର ଲୋକ ଏହି କଥା ଜାଣି ପାରିଥିଲେ।

ସେମାନେ ଝିଅ ପୁଅର ଏପରି ଯୋଜନା ବିଷୟରେ ଜାଣିବାକୁ ପାଇଥିଲେ । ତେଣୁ କରି ସେମାନେ ଝିଅ ପୁଅର ନିର୍ବନ୍ଧ କରିବାକୁ ନିଷ୍ପତି ନେଇଥିଲେ । ଆଉ ସେହା ହିଁ କରିଥିଲେ । କିନ୍ତୁ ନିର୍ବନ୍ଧ ହେଉ ହେଉ ପୋଲିସ ଆସି ପହଂଚି ଯାଇଥିଲା ଆଉ ପରିବାର ଲୋକଙ୍କୁ ଅଟକି ରଖିଥିଲା । ତେବେ ବର୍ତ୍ତମାନ ପରିବାର ଲୋକ କହିଛନ୍ତି କି , ଆମେ କେବଳ ନିର୍ବନ୍ଧ କରୁଥିଲୁ , ବିବାହ ପରେ କରାଇ ଥାନ୍ତୁ । ତେବେ ଦେଖାଯାଉ ଆଗକୁ କଣ ହେଉଛି , ପ୍ରକୃତ ଘଟଣା କଣ ପରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *