ନିଜ ଝିଅକୁ ମା-ରି ଦେଇ ପୋତି ଦେଲା ମାଆ , ପୋ-ଲିସ ଆଗରେ ମାନିଲା ସତ

ମାଆ ଯାହାର ଅର୍ଥ ବର୍ଣ୍ଣନା କରି ହୁଏ ନାହିଁ । ଯାହା ବିନା ଏ ମଣିଷ ସମାଜ ହିଁ ଅଧୁରା । ଯାହା ବିଷୟରେ କହି ଦେଲେ ଆଖିରୁ ଲୁ-ହ ଝରି ଆସିଥାଏ । ଯିଏ ନିଜ ପିଲା ପାଇଁ ନିଜ ଜୀବନ ବି ଦେବାକୁ ପଛାଏ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ମାଆ ବିଷୟରେ କହିବାକୁ ଯାଉଛୁ , ଯିଏ ନିଜ ପିଲା ପାଇଁ ଜୀବନ ଦେବ କଣ , ନିଜ ପିଲାର ଜୀବନ ନିଜ ହାତରେ ନେଇ ଯାଇଛି । ଏ କଥା କେହି ସହଜରେ ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ କଥାଟି ପ୍ରକୃତରେ ସତ । ଆଉ ଏପରି ଏକ ହୃଦୟ ବିଦା-ରକ ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ସୂଚନା ଅନୁସାରେ , ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସରଙ୍ଗଡ ଥା-ନା ଅନ୍ତର୍ଗତ ଗିଟିଙ୍ଗିଆ ଗାଆଁରେ । ଆପଣଙ୍କୁ କହି ରଖୁଛୁ ଯେ , ଏହି ଗାଁର ରାକେଶ ଦଣ୍ଡିଆ ନାମକ ଜଣେ ବ୍ୟକ୍ତି କିଛି ବର୍ଷ ଆଗରୁ ବିବାହ କରିଥିଲେ । ବିବାହ କରିବା ପରେ ସ୍ଵାମୀ ସ୍ତ୍ରୀ କିଛି ବର୍ଷ ଭଲରେ ରହିଥିଲେ । ଆଉ ହସ ଖୁସିର ସଂସାର ମଧ୍ୟ ଆଗକୁ ବଢିଥିଲା । ଏହା ମଧ୍ୟରେ ଦୁହିଁଙ୍କ କୋଳକୁ ଆସିଥିଲା ଗୋଟିଏ କନ୍ୟା ସନ୍ତାନ । ଯାହା ପରେ ଘରେ କ-ଳହ ଧିରେ ଧିରେ ଆରମ୍ଭ ହୋଇଥିଲା । ଆଉ କ୍ରମାଗତ ଭାବରେ ଏହା ଆହୁରି ବଢ଼ି ଚାଲିଲା ।

ଆଉ ଏହାପରେ ନିଜ ଝିଅକୁ ନେଇ ଘରୁ ବାହାରି ଯାଇଥିଲେ ପଦ୍ମିନୀ ଦଣ୍ଡିଆ । ସ୍ଵାମୀ ଠାରୁ ଦୂରେଇ ବାହାରେ ସେ ନିଜ ଝିଅ ସହିତ ରହୁଥିଲେ । ତେବେ ହଠାତ୍ ଦୁଇ ଦିନ ପୂର୍ବରୁ ପୋ-ଲିସ ପାଖରେ ଯାଇ ପଦ୍ମିନୀଙ୍କ ମାଆ ଅଭି-ଯୋଗ କରିଥିଲେ ଯେ , ତାଙ୍କ ଝିଅ ଆଉ ନାତୁଣୀ କୁଆଡେ ଗା-ଏବ ହୋଇ ଯାଇଛନ୍ତି । ଦୟାକରି ସେମାନଙ୍କୁ ଖୋଜି ଆଣି ଦିଅନ୍ତୁ । ତେବେ ପୋଲିସ ସେମାନଙ୍କୁ ଖୋଜିବାକୁ ଲାଗିଥିଲା । ଆଉ ପୋ-ଲିସ ହାତରେ ଗୋଟିଏ ପରେ ଗୋଟିଏ ସତ ଲାଗିଥିଲା ।

ପୋ-ଲିସ ଜାଣିବାକୁ ପାଇଥିଲା ଯେ , ପଦ୍ମିନୀ ଦଣ୍ଡିଆ ନିଜ ୪ ବର୍ଷର ଝିଅ ସୁରେଖା ଦଣ୍ଡିଆକୁ ନିଜ ହାତରେ ମା-ରି ଦେଇ ମାଟି ତଳେ ପୋତି ପକାଇଛି । ଏହାପରେ ପୋ-ଲିସ ଏବଂ ଫରେନସିକ ଦଳ ଯାଇ ସମସ୍ତ ପ୍ରମାଣ ସଂଗ୍ରହ କରିବା ସହିତ ପୋ-ଲିସ ବର୍ତ୍ତମାନ ତାର ତ-ଦନ୍ତ ଚଳାଇଛି । ତେବେ ଏହାପରେ ପଦ୍ମିନୀଙ୍କୁ ମଧ୍ୟ ନିଜ ଝିଅର ହ-ତ୍ୟା କଣ ପାଇଁ କଲେ ପଚରା ଯାଇଥିଲା । ଆଉ ସେ ସବୁ ସତ ଗୋଟି ଗୋଟି କରି ମାନି ଯାଇଛନ୍ତି । ତେବେ ଜଣେ ମାଆ ଏପରି କାମ କରିଛନ୍ତି ବୋଲି କେହି ବିଶ୍ୱାସ କରି ପାରୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *