ଘୁଗୁନି ଖାଇବାକୁ ନେଦେବାରୁ ଜଳଖିଆ ଦୋକାନରେ ମହିଳାଙ୍କ ଜୀବନ ନେଇଗଲା ଗ୍ରାହକ ।

ଜଳଖିଆ ଦୋକାନରେ ଗ୍ରାହକ ଭାବରେ ଆସିଲା ଏବଂ ଜଳଖିଆ ଖାଇବାକୁ ମାଗିଲା । କିନ୍ତୁ ସାମାନ୍ୟ ଘୁଗୁନି ପାଇଁ ଯେ ଜୀବନ ନେଇଯିବ ତାହା କେହିବି ଭାବି ନଥିଲେ । ପୁଣି ସ୍ୱାମୀ ସାମ୍ନାରେ ସ୍ତ୍ରୀର ଏଭଳି ବିଭତ୍ସ ଭାବରେ ହ-ତ୍ୟା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇ ରହିଛି ।

ଘ-ଟଣା ଅନୁଯାୟୀ ସ୍ୱାମୀ ବିଶ୍ୱନାଥ ଏବଂ ସ୍ତ୍ରୀ ସସ୍ମିତା ଏକ ଜଳଖିଆ ଦୋକାନରେ କାମ କରି ନିଜ ପେଟ ପୋଷୁଥିଲେ । ମିଥୁନ ନାମକ ଜଣେ ଗ୍ରାହକ ଦୋକାନକୁ ଆସି ସସ୍ମିତାଙ୍କୁ ବାରମ୍ବାର ଘୁଗୁନି ମାଗିବାରୁ ସସ୍ମିତା ସେତିକି ଟଙ୍କାରେ ଆଉ ଘୁଗୁନି ଦେବାକୁ ମନା କରି ଦେଇଥିଲେ । ଯେଉଁ କାରଣରୁ ସ୍ୱାମୀ ବିଷ୍ଣୁନାଥ ଏବଂ ସ୍ତ୍ରୀ ସସ୍ମିତାଙ୍କର ମିଥୁନ ସହିତ ପା-ଟିତୁ-ଣ୍ଡ ହୋଇଥିଲା ।

ଏହାପରେ ଅଭି-ଯୁକ୍ତ ମିଥୁନ ଦୋକାନୀ ମାଲିକଙ୍କୁ କଲ କରି କହିଥିଲେ ଯେ ଦୋକାନରୁ ତାଙ୍କୁ ବାହାର କରିଦେବାକୁ କହିଥିଲା । କିନ୍ତୁ ଦୋକାନୀ ମାଲିକ ରାଜି ନହେବାରୁ ଆଗାମୀ ଦିନ ରାତି ୧୦ ସମୟରେ ପୁଣିଥରେ ଦୋକାନକୁ ଜଳଖିଆ ବାହାନା କରି ଆସିଥିଲା ଅଭି-ଯୁକ୍ତ । ଦୋକାନକୁ ଆସି ମିଥୁନ ସସ୍ମିତାଙ୍କୁ ଜଳଖିଆ ମାଗିଥିଲେ ।

ସସ୍ମିତାଙ୍କ ସ୍ୱାମୀ ଜଳଖିଆ ନାହିଁ ବୋଲି କହିବାରୁ ଏକ ଧାରୁଆ ଅ-ସ୍ତ୍ରରେ ସସ୍ମିତାଙ୍କ ଉପରକୁ ଆକ୍ର-ମଣ କରିଥିଲା ଏବଂ ଜୀବନ ନେଇ ଯାଇଥିଲା । ଏହାପରେ ଅଭି-ଯୁକ୍ତ ମିଥୁନ ଘଟ-ଣାସ୍ଥଳରୁ ଫେ-ରାର ହୋଇ ଯାଇଥିଲା । ସୂଚନା ଅନୁଯାୟୀ ଏଭଳି ଘ-ଟଣା ଚଳିତ ମାସ ୮ ତାରିଖରେ ଘଟି ଯାଇଥିଲା । ସେବେଠାରୁ ଅଭି-ଯୁକ୍ତ ମିଥୁନକୁ ଖୋଜିବା ପାଇଁ ତିନୋଟି ସ୍ୱତନ୍ତ୍ର ପୋ-ଲିସ ଟିମ ମଧ୍ୟ ଗଠିତ ହୋଇଥିଲା ।

ଦୀର୍ଘ ୨୨ ଦିନ ପରେ ଚନ୍ଦକା ଥା-ନା ଗୋଠପାଟଣା ମର୍ଡ-ରର ଅଭି-ଯୁକ୍ତ ମିଥୁନ ପୋ-ଲିସ କବଜାକୁ ଆସିଛି । ବାରମ୍ବାର ଘୁଗୁନି ଖାଇବାକୁ ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ଏବଂ ପା-ଟିତୁ-ଣ୍ଡ ହୋଇଥିଲା । ସେହି ସାମାନ୍ୟ ଘୁଗୁନି ପାଇଁ ମହିଳାଙ୍କ ଜୀବନ ନେଇ ଘ-ଟଣା ସ୍ଥଳରୁ ଫେ-ରାର ହୋଇ ଯାଇଥିଲା ଅଭି-ଯୁକ୍ତ ମିଥୁନ । ଆଉ ଆଜି ଅଭି-ଯୁକ୍ତ ମିଥୁନକୁ ପୋ-ଲିସ ଗି-ରଫ କରିବାରେ ସକ୍ଷମ ହୋଇଛି । ତାଙ୍କ ଘର ଗଙ୍ଗାପାଟଣା ତଳ ସାହିରେ ବୋଲି ଜଣାପଡ଼ିଛି ।

ଗତ ୮ ତାରିଖରେ ଜଳଖିଆ ଦୋକାନରେ ସସ୍ମିତାଙ୍କୁ ହ-ତ୍ୟା କରିଥିଲା ଅଭି-ଯୁକ୍ତ । ସେବେଠାରୁ ୩୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସ-ନ୍ଦେହ କରି ପୋ-ଲିସ ପଚରା ଉଚୁରା କରିଥିଲା । ସ୍ୱାମୀ ବିଶ୍ୱନାଥଙ୍କୁ ମଧ୍ୟ ତ-ଦନ୍ତ ପରିସରଭୁକ୍ତ କରାଯାଇଥିଲା । ସ୍ୱାମୀଙ୍କ ଉପସ୍ଥିତିରେସ୍ତ୍ରୀ ସସ୍ମିତାଙ୍କୁ ମିଥୁନ ଅତି ବିଭତ୍ସ ଭାବରେ ହ-ତ୍ୟା କରିଥିଲା । ଆଉ ଆଜି ପୋ-ଲିସ ଅଭି-ଯୁକ୍ତକୁ ନେଇ ସୀନ ରିକ୍ରିଏସନ କରୁଛି ।

Leave a Reply

Your email address will not be published. Required fields are marked *