ମାଆକୁ ଘରୁ ଫେରେଇ ଆଣିବା ପାଇଁ ଦଣ୍ଡୁଆ ସାଜିଛି ୧୦ ବର୍ଷର ପିଲା।

ଆମ ଜୀବନର ମାଆର ଜାଗା କେହି ନେଇ ପାରନ୍ତି ନାହିଁ। ଦୁନିଆର ଯେଉଁ କୋଣରେ ରହିଲେ ମଧ୍ୟ ଆମେ ସବୁବେଳେ ମାଆକୁ ଖୋଜେ। ନିଜେ ମାଆ ହେଇ ପିଲାଙ୍କ ଯତ୍ନ ନେଉଥିବେ ମାଆ ମଧ୍ୟ ନିଜ ମାଆକୁ ଖୋଜେ। ସମସ୍ତେ ଚାହାଁନ୍ତି ତାଙ୍କ ମାଆ କେମିତି ସବୁବେଳେ ସବୁ ପରିସ୍ଥିତିରେ ତାଙ୍କ ପାଖରେ ଥାଉ। ଯଦି ଜଣେ ବୟସ୍କ ଲୋକ ନିଜ ମାଆଙ୍କୁ ଖୋଜୁଛନ୍ତି ତେବେ ଭାବନ୍ତୁ ଗୋଟେ ଛୋଟ ପିଲା କେମିତି ନିଜ ମାଆକୁ ଛାଡ଼ି ବଞ୍ଚିବ। ବ୍ରହ୍ମପୁର ରେ ଏମିତି ଏକହୃଦୟ ବିଦା-ରକ ଘ-ଟଣା ଦେଖିବାକୁ ମିଳିଛି।

ବ୍ରହ୍ମପୁରରେ ୧୦ ବର୍ଷରୁ କମ୍ ବାୟସର ଗୋଟେ କୁନି ପୁଅ ନିଜ ମାଆକୁ ଘରକୁ ଫେରେଇ ଆଣିବା ପାଇଁ କାଳି ମାଆଙ୍କ ମନ୍ଦିର ଆଗରେ ଦଣ୍ଡୁଆ ସାଜିଛି। ମାଆକୁ ଫେରେଇ ଆଣିବାକୁ ପାଇ ଖାଲି ଦେହରେ ହାତରେ ପତାକା ଏବଂ ମନରେ ଅପାର ଆଶା ନେଇ କୋଶ କୋଶ ବାଟ ଖାଲି ଗୋଡରେ ଛୋଟ ପିଲା ଚାଲୁଛି। ଯେଉଁଠି ପ୍ରାପ୍ତ ବୟସ୍କ ଦଣ୍ଡୁଆ ମାନେ ଥକି ଯାଉଛନ୍ତି ସେଠି ଛୋଟ ପିଲାଟି ଉପରେ କିଛି ଫରକ୍ ପଡୁନି।

ଛୋଟ ଛୁଆଟି କହୁଛି ସେ ତ ହେଲା ଜଗତର ମାଆ। ସେ ସମସ୍ତଙ୍କ କଥା ଶୁଣୁଛି ମୁଁ ତାର ଛୋଟ ପୁଅ ପରି ସେ କଣ ମୋ କଥା ଶୁଣି ମୋ ମାଆକୁ ମୋ ପାଖକୁ ଫେରେଇ ଦେବନି। ଦଣ୍ଡକୁ ଆସିବାର ୧୫ ଦିନ ପୂର୍ବରୁ ମୁଁ ଗୋଟେ ସ୍ବପ୍ନ ଦେଖିଲି ସ୍ବପ୍ନରେ ଜଣେ ସ୍ତ୍ରୀ ଲୋକ ସିନ୍ଦୂର ଟୋପା ଲଗେଇ ଚୁଟି ଖୋଲା କରି ମୋ ପାଖକୁ ଆସିଲି କହିଲେ ତୁ ମୋ ପାଖକୁ ତ କାଇଁ କେବେ ଆସିନୁ ଥରେ ମୋ ପାଖକୁ ଆସେ। ତାପରେ ସେ ଏମିତି ସବୁ କହି ମତେ ମନ୍ଦୀର ଭିତରକୁ ନେଇ ଗଲେ ଆଉ ମାଆ କାଳିଙ୍କ ମୂର୍ତ୍ତି ଭିତରେ ପଶିଗଲେ। ମୁଁ ସକାଳେ ବାପାଙ୍କୁ ଦଣ୍ଡ କଥା କହିଲି କିନ୍ତୁ ସେ ନିୟମ ମୁଁ ପାଳି ପାରିବିନି ବୋଲି ବାପା କହିଲେ। ପୁଣି ରାତିରେ ମୁଁ ମାଆଙ୍କୁ ସ୍ଵପ୍ନ ରେ ଦେଖିଲି ସେଥିପାଇଁ କାନ୍ଦି କାନ୍ଦି ବାପାଙ୍କୁ କହିବାରୁ ବାପା ଦଣ୍ଡୁଆ ପାଇଁ ରାଜି ହେଲେ।

କୁନି ଛୁଆଟିଏ ବାପା ମାଡି ଦଣ୍ଡ ମା-ରନ୍ତି। ସେ ନିଜ ସ୍ତ୍ରୀକୁ ଫେରେଇ ଆଣିବା ପାଇଁ ମଧ୍ୟ ପୁଅ ସହ ମାଆଙ୍କ ପାଖକୁ ଆସିଛନ୍ତି। ସେ କହିଛନ୍ତି ୬ ମାସ ହେଲା ମୁଁ କାମକୁ ଯାଇନି ଘରେ ଛୋଟ ଛୁଆଟା ତାକୁ ଛାଡ଼ି କାମକୁ କେମିତି ଯିବି। ତା ପାଇଁ ଯଦି ଖାଇବାକୁ ନ କରିବି ସେ କଣ ନିଜ କାମ ନିଜେ କରି ପାରିବ। ମୁଁ ବି ତା ଖୁସି ପାଇଁ ଚାହୁଁଛି ତା ମା ତା ପାଖକୁ ଫେରିଆସୁ। ମୁଁ ମୋ ପାରିବାର କୁ ଏଖାଠି କରି ଖୁସିରେ ରହିବାକୁ ଚାହୁଁଛି।

Leave a Reply

Your email address will not be published. Required fields are marked *