ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥିବୀ କ୍ଷଣ କ୍ଷଣକେ ଆନ କେତେ ବେଳେ ଶଙ୍ଖ ମହୁରୀ ତ କେତେବେଳେ ପାଳ ଦଉଡି । ସେଥିପାଇଁ ମଣିଷ ଜୀବନରେ କେତେବେଳେ ଯେ କ’ଣ ଘଟିଯାଏ ଏ କଥା କେହି ଜାଣି ପାରନ୍ତିନି। ସକାଳେ ସୁସ୍ଥ ଥିବା ଲୋକ ସନ୍ଧ୍ୟା ବେଳକୁ ପାଖରେ ନଥାଏ ତ ଘରୁ ଟିକେ ସମୟ ପରେ ଫେରିବି କହି ଭୁଲିବାକୁ ଯାଉଥିବା ପୁଅ ଆଉ ଘରକୁ ଫେରେନି। ଯମ କେତେବେଳେ କାହାକୁ ଆସି ନେଇଯାଏ କେହି ଜାଣି ପାରନ୍ତିନି। ଏମିତି ଏକ ଆଶ୍ଚ-ର୍ୟ୍ଯଜନକ ଘ-ଟଣା ଭୁବନେଶ୍ଵରରେ ଦେଖିବାକୁ ମିଳିଛି।
ସାଙ୍ଗ ସାଥି ହେଇ ରହିବାକୁ କହାକୁ ଭଲ ନଲାଗେ। ଆମେ ସମସ୍ତେ ଚାହୁଁ ସାଙ୍ଗ ହେଇ ରହିବା, ଖାଇବା ଏବଂ ଯୁଆଡେ ଯିବା ସାଙ୍ଗ ହେଇ ବୁଲିବାକୁ ଯିବା। କିନ୍ତୁ ଆମେ ଯେତେବେଳେ ବଡ଼ ହେଇ ଯାଏ ସେତେବେଳେ ଘରର ପରିସ୍ଥିତି, ପାଠ ପଢା ଏବଂ କାମ ଭିତରେ ଆଉ ସାଙ୍ଗ ମାନଙ୍କ ସହ ଦେଖା କରି ପାରେନି କି ବୁଲିବାକୁ ମଧ୍ୟ ଯାଇ ପାରେନି।
ସୂଚନା ଅନୁସାରେ ସେମିତି ଭୁବନେଶ୍ଵରର ଚାରି ଜଣ ସାଙ୍ଗ ବହୁ ବର୍ଷ ଧରି ବାହାରେ ରହି କାମ କରୁଥିଲେ। କିନ୍ତୁ ହଠାତ କିଛି ଦିନ ତଳେ କୁଆଡେ଼ ଗୋଟେ ବୁଲିବାକୁ ଯିବେ ବୋଲି ଭାବିଲେ। କିଛି ସମୟର କଥାବାର୍ତ୍ତା ପରେ ନୂଆଖାଇ ନଦୀ ପାଖରେ ଭୋଜି କରିବା କଥା ଭାବିଲେ। ଗତ କାଲି ସମସ୍ତେ ନିଜ ନିଜ କାମରୁ ଛୁଟି ନେଇ ବୁଲିବାକୁ ଯାଇଥିଲେ। କିନ୍ତୁ ଘରେ କୋଉଠିକୁ ଯାଉଛନ୍ତି ବୋଲି କହି ନଥିଲେ।
ଭୋଜି ସାରି ନଈରେ ଗାଧୋଇବା ବେଳେ ଚାରି ଜଣ ବୁଡ଼ି ଯାଇଥିଲେ କିନ୍ତୁ ସେଥିରୁ ମାତ୍ର ଦୁଇ ଜଣ ନିଜ ଜୀବନ ବଞ୍ଚାଇ ବାହାରକୁ ଆସିପାରିଥିଲେ। ଆଉ ଦୁଇ ଜଣ ସେଇ ପାଣି ଭିତରେ ବୁଡ଼ି ମୃ-ତୁ ବରଣ କରିଥିଲେ। ମୃ-ତୁ ବରଣ କରିଥିବା ସ୍ମୃତିଙ୍କ ସମ୍ପ-ର୍କୀୟଙ୍କ କହିବା ଅନୁସାରେ ସ୍ମୃତି ବହୁତ୍ ଭଲ ପିଲା ସେ ସଫ୍ଟୱୟରରେ କାମ କରୁଥିଲେ। ସାଙ୍ଗ ମାନଙ୍କ ସହ ବୁଲିବାକୁ ଯିବା ପାଇଁ ଘରକୁ ଆସିଥିଲା କିନ୍ତୁ ଏମିତି କିଛି ହେଇଯିବ ବୋଲି ଆମେ ଭାବିନଥିଲୁ। ଆଜି କାଲି ପିଲା ମାନକୁ କୁଆଡେ ଛାଡ଼ିବା କଥା ନୁହେଁ ସବୁ ଘର ଲୋକଙ୍କୁ ଦେଖିବା କଥା ତାଙ୍କ ପିଲା କୁଆଡେ଼ ଯାଉଛନ୍ତି ଆଉ କଣ କରୁଛନ୍ତି।