ମାଆ ଚଳାଉଛି ଅଟୋ , ଆଉ ଝିଅ ପାଇଲଟ ହେବ ବୋଲି ଦେଖିଛି ସ୍ବପ୍ନ

ଆଜିର ସମୟରେ ଝିଅ ମାନେ ଯାଇ କେଉଁଠି ପହଞ୍ଚି ଗଲେଣି । ଝିଅ ମାନେ ସବୁ କ୍ଷେତ୍ରରେ ଯାଇ ଆଗକୁ ବଢି ଯାଉଛନ୍ତି ଆଉ ସମାଜରେ ଝିଅ ମାନଙ୍କୁ କେହି ବି ନୀଚ୍ଚ ଦେଖାଇ ପାରିବେ ନାହିଁ । ତେବେ ସେଥିପାଇଁ ତ କୁହାଯାଏ ଝିଅ ମାନେ ଏ ସମାଜରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ସାରିଲେଣି ଆଉ ସେମାନେ ଦିନେ ଏ ସମାଜକୁ ବଦଳାଇ ଦେବେ । ତେବେ ଏହାରି ମଧ୍ୟରେ ଆମେ ଆପଣଙ୍କୁ ଜଣଙ୍କ ଉଦାହରଣ ଦେବୁ , ଯାହାଙ୍କ ବିଷୟରେ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଯାହାଙ୍କୁ ଦେଖି ସମସ୍ତ ମହିଳା ନିଜକୁ ପ୍ରସ୍ତୁତ କରିବା ଦରକାର ଆଉ ସ୍ୱାବଲମ୍ୱୀ ହେବା ସହିତ ସମାଜରେ ଆଗକୁ ବଢିବା ଦରକାର୍ ।

ତେବେ ଏପରି ଜଣେ ମହିଳା ହେଉଛନ୍ତି ସନ୍ତସିନି ଦେଓ । ନିଜେ ଅଟୋ ଚଳାଇ ନିଜ ପରିବାରକୁ ପୋଷିବାରେ ଲାଗିଛନ୍ତି ସେ । ଘର ତାଙ୍କର କେନ୍ଦୁଝର ଜିଲ୍ଲା କିନ୍ତୁ ଭୁବନେଶ୍ୱରରେ ରହି ସେ ନିଜ ବୃତ୍ତିରେ ଲାଗି ପଡିଥାନ୍ତି । ନିଜ ଜୀବନର ଅନେକ ଦୁଃ-ଖ କହିଛନ୍ତି ସେ ଆଉ ସେଗୁଡିକୁ କହି ଆଖିରୁ ଲୁ-ହ ଝରାଇଛନ୍ତି ସେ । ତେବେ ତାଙ୍କ କହିବା ଅନୁଯାୟୀ , ଏକ ଗରିବ ଘରୁ ସେ ଅଟନ୍ତି ।

ଘରେ ଦୋକାନ ଚାଲିଲେ ସେମାନେ ଦୁଇ ମୁଠା ଖାଇବାକୁ ପାଇଥାନ୍ତି । ବାପା ଭାଇ ସେଥିରୁ ହିଁ ନିଜର ଭରଣା ପୋଷଣ କରିଥାନ୍ତି । ତେବେ ଏହାରି ମଧ୍ୟରେ ଘରର ଦୁଃ-ଖ ସେ ଦେଖି ନ ପାରି ହରିୟଣା ଚାଲି ଯାଇଥିଲେ କାମ କରିବା ପାଇଁ ।ତେବେ ସେଠାରେ ଏକ କମ୍ପାନୀରେ ରହି ମଧ୍ୟ କାମ କରିଥିଲେ ଆଉ ପରିବାରକୁ ଚଳାଇ ଥିଲେ । ସେ ଏହି କାମରେ ଖୁସି ଥିଲେ ଆଉ ଘରେ ମଧ୍ୟ ଖୁସି ରହିଥିଲେ । ତେବେ ଏହାରି ମଧ୍ୟରେ ସେଠାରେ ତାଙ୍କର ଜଣେ ବ୍ୟକ୍ତିଙ୍କ ସହିତ ଦେଖା ହୋଇଥିଲା ଆଉ ଭଲ ପାଇବା ମଧ୍ୟ ଆଗକୁ ବଢିଥିଲା । ତେବେ ପରେ ଦୁହେଁ ବିବାହ କରି ନେଇଥିଲେ ।

ତେବେ ବ୍ୟକ୍ତି ଜଣକ ବିବାହ କରି ସିନା ନେଇ ଯାଇଥିଲେ କିନ୍ତୁ ତାଙ୍କ ପରିବାର ଲୋକ ବୋହୂକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ ଆଉ ଯୌତୁକ ମାଗିବାରେ ଲାଗିଥିଲେ । କିନ୍ତୁ ଯୌତୁକ ଦେଇ ପାରିବେ ନାହିଁ ବୋଲି କହିଥିଲେ ସେ । ତେବେ ଯେତେବେଳେ ଝିଅ ପେଟରେ ରହିଥିଲା ସେତେବେଳେ ଶାଶୁ ଘର ଛାଡ଼ି ପଳାଇ ଆସିଥିଲେ ସେ ଆଉ କମ୍ପାନୀରେ କାମ ମଧ୍ୟ କରିଥିଲେ। ତେବେ ସେଠାରେ ଝିଅ ଜନ୍ମ ହୋଇଥିଲା ଆଉ ଏକଦା ନିଜ ଝିଅ ଭବିଷ୍ୟତ କଥା ଚିନ୍ତା କରି ପାଚେରୀ ଡେଇଁ ଅନେକ ସଂଘ-ର୍ଷ କରି ଘରକୁ ପଳାଇ ଆସିଥିଲେ ସେ ।

ସେହି ଦିନ ଠାରୁ ସେ ନିଜ ପେଟ ପୋଷିବା ପାଇଁ ଆଉ ଝିଅକୁ ବଡ ମଣିଷ କରିବା ପାଇଁ ସ୍ବପ୍ନ ଦେଖିଛନ୍ତି ଆଉ ଝିଅର ଭବିଷ୍ୟତ ଗଢ଼ିବା ପାଇଁ ଅଟୋ ଚଳାଇବାରେ ଲାଗିଛନ୍ତି । ସେ ସିନା ଆଜି ଅଟୋ ଚଳାଉଛନ୍ତି କାଲି ତାଙ୍କ ଝିଅ ପାଇଲଟ ହେବ ବୋଲି ସେ ଆଶା ରଖିଛନ୍ତି । ତେବେ ସେ ଲୋକଙ୍କ କଥା କହିଛନ୍ତି କି , ତାଙ୍କ ଅଟୋ ସଂଘରେ ଏପରି କିଛି ଲୋକ ଅଛନ୍ତି , ଯେଉଁ ମାନେ ତାଙ୍କୁ ନୀଚ୍ଚ ଦୃଷ୍ଟିରେ ଦେଖନ୍ତି ଆଉ ଝିଅ ବୋଲି କହି ପର କରି ଦିଅନ୍ତି । ତେବେ ଏହାକୁ ସେ ପ୍ରମାଣ କରି ଦେଖାଇବେ ଆଉ ଦୁନିଆଁରେ ସେ ନିଜ ପରିଚୟ ନିଜେ ସୃଷ୍ଟି କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *