ସ୍କୁଲ ବସ ତଳେ ଚାଲିଗଲା ଚାରି ବର୍ଷୀୟ ସିଦ୍ଧାର୍ଥର ଜୀବନ :-

ଜୀବନରେ ଜନ୍ମ ଏବଂ ମୃ-ତ୍ୟୁକୁ କେହିବି ଅଟକାଇ ପାରିବେ ନାହିଁ । କୁହାଯାଏ ଯେ ଦୁନିଆରେ କେବଳ ଜନ୍ମ ମୃ-ତ୍ୟୁ ହିଁ ସତ୍ୟ ହୋଇଥାଏ । କିନ୍ତୁ ସବୁଠାରୁ ଅଧିକ କଷ୍ଟ ଦେଇଥାଏ ଅଳ୍ପ ବୟସରେ ମୃ-ତ୍ୟୁ । ଯାହାକୁ ବିଶେଷ କରି ବାପା ମା ପାଇଁ ସହିବା ଅତ୍ୟନ୍ତ କଷ୍ଟକର ହୁଏ । ଆକ-ସ୍ମିକ ମୃ-ତ୍ୟୁ କଥା ବା କିଏ କହି ପାରିବ ? ତାହା କେତେବେଳେ ଆସିବ କାହାକୁ ବି ଜଣା ନାହିଁ । ଯେମିତି କୁନି ସିଦ୍ଧାର୍ଥ ସହ ଘଟି ଯାଇଛି । ଭବିଷ୍ୟତ ଗଢ଼ିବାକୁ ସ୍କୁଲ ଯାଇଥିଲା କିନ୍ତୁ ସ୍କୁଲରୁ ଫେରୁ ଫେରୁ ଆଉ ଭବିଷ୍ୟତ ପାଇଁ ହିଁ ସେ ରହି ନାହିଁ

ଏପରି ଦୁଃ-ଖ-ଦ ଘ-ଟଣା ଗୁରୁଗ୍ରାମ ଶିଖରପୁର ଅଞ୍ଚଳରେ ଘଟି ଯାଇଛି । ଯେଉଁ ବସରେ ସ୍କୁଲରୁ ସିଦ୍ଧାର୍ଥ ଫେରିଥିଲା ସେହି ବସ ହିଁ ତାର ଜୀବନ ନେଇ ଯାଇଛି । ତେବେ ବାସ୍ତବ ଘ-ଟ-ଣା ଏହା ଯେ ଏଲକେଜିରେ ପଡ଼ୁଥିଲା ୪ ବର୍ଷୀୟ ସିଦ୍ଧାର୍ଥ । ବର୍ତ୍ତମାନ ପୁଅକୁ ହରାଇ ସର୍ବଶାନ୍ତ ହୋଇ ପଡିଛନ୍ତି ବାପା ମା । ପରିବାରରେ ଶୋକର ଛାୟା ଖେଳି ଯାଇଛି । ତେବେ ଗତ ସୋମବାର ଦିନ ସିଦ୍ଧାର୍ଥ ସବୁଦିନ ଭଳି ସ୍କୁଲ ବସ ଯୋଗେ ସ୍କୁଲରୁ ଫେରୁଥିଲା ।

କିନ୍ତୁ ବସରୁ ଓଲ୍ହାଇବା ସମୟରେ ଭାରସାମ୍ୟ ହରାଇ ବସିଥିବାରୁ ତଳେ ପଡ଼ି ଯାଇଥିଲା । ଯାହାଦ୍ୱାରା ବସ ର ପଛ ଚକା ତା ଉପରେ ଚଢ଼ି ଯିବାରୁ ସେହିଠାରେ ହିଁ ସେ ପ୍ରା-ଣ ହରାଇଥିଲା । ଏହି ମା-ମ-ଲାରେ ସିଦ୍ଧାର୍ଥଙ୍କ ବାପା ମା ବସ ଡ୍ରାଇଭରକୁ ଦୋ-ଷୀ ବୋଲି କହିଛନ୍ତି । ଡ୍ରାଇଭର ପାଇଁ ତାଙ୍କ ପୁଅର ଜୀବନ ଯାଇଛି ବୋଲି ସେମାନେ ଅଭି-ଯୋଗ ଆଣିଛନ୍ତ । ତେବେ ଏହି ଘ-ଟ-ଣା ପରେ ଡ୍ରାଇଭର ଅନ୍ୟ ପିଲାଙ୍କୁ ଛାଡ଼ି ଦେଇ ସେହି ବସରେ ହିଁ କୁଆଡ଼େ ପଳାଇ ଯାଇଥିବାର ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଡ୍ରାଇଭର ଗି-ର-ଫ ହୋଇନାହିଁ ।

ପୋ-ଲି-ସ ଅନୁଯାୟୀ ସେହି ବସରେ କୌଣସି କଣ୍ଡକ୍ଟର କିମ୍ବା ଶିକ୍ଷକ ନାହାଁନ୍ତି ତେବେ ସବୁ ପ୍ରଟୋକଲ କିପରି ପାଳନ ହେଉଛି । ଥରେ ଭାବି ଦେଖନ୍ତୁ ଏକ ସ୍କୁଲ ବସରେ କେହି ଶିକ୍ଷକ କିମ୍ବା କଣ୍ଡକ୍ଟର ନାହାଁନ୍ତି ତେବେ କେତେବେଳେ ବି ଏମିତି କେଉଁ ପିଲା ସହିତ ହେବା ସ୍ବାଭାବିକ । ତେଣୁ ମା-ମ-ଲା ରୁ-ଜ୍ଜୁ କରି ପୋ-ଲି-ସ ବର୍ତ୍ତମାନ ଘଟ-ଣାର ତ-ଦ-ନ୍ତ ଆରମ୍ଭ କରିଥିବା ବେଳେ ମ୍ୟାନେଜମେଣ୍ଟ ଏବଂ ଡ୍ରାଇଭର ବି-ରୋ-ଧରେ ମା-ମ-ଲା ସହିତ ଚିକିତ୍ସା ସମ୍ବନ୍ଧୀୟ ଅବହେଳା ମଧ୍ୟ ପରିବାର ଲୋକେ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *