ଚାକିରୀଆ ମାନଙ୍କ ପାଇଁ ଖୁସି ଖବର ! ଦୂର ହେବ ତେଲ ସଙ୍କଟ

ସାରା ବିଶ୍ୱରେ ତୈଳ ସଙ୍କଟ କ୍ରମାଗତ ଭାବରେ ଦେଖାଯାଉଛି । କାହିଁକି ନା ତେଲ ଦର ବିଶ୍ୱ ବଜାରରେ ଖୁବ ଜୋରରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏଥିପାଇଁ ସମସ୍ତେ ମୁଣ୍ଡରେ ହାତ ଦେଇ ବସୁଛନ୍ତି । ଏହି ତେଲ ସଙ୍କ-ଟକୁ ଦୃଷ୍ଟିରେ ରଖି କେହି ମଧ୍ୟ ଗାଡ଼ିରେ ତେଲ ପକାଇବା ପାଇଁ ଇଚ୍ଛା କରୁନାହାଁନ୍ତି । ତେବେ ମଣିଷର ଦୈନନ୍ଦିନ ଜୀବନରେ ଗାଡି ମଟରର ଅତ୍ୟନ୍ତ ଆବଶ୍ୟକତା ରହିଛି । ତେଣୁ ତେଲ ମଧ୍ୟ ଅତ୍ୟନ୍ତ ଆବଶ୍ୟକ ଅଟେ ।

ତେବେ ଅନ୍ୟପକ୍ଷରେ ଏହି ତୈଳ ଦର ବୃଦ୍ଧି ପାଇବାର ପ୍ରଭାବ ବିକାଶଶୀଳ ଏବଂ ଗରିବ ଦେଶ ଗୁଡିକ ଉପରେ ପଡୁଅଛି । ବର୍ତ୍ତମାନ ସମୟରେ ଭାରତର ପଡୋଶୀ ଦେଶ ନେପାଳ ଏହି ସମସ୍ୟା ଦେଇ ଅତିକ୍ରମ କରୁଅଛି । ନେପାଳକୁ ତୈଳ ଦର ବୃଦ୍ଧି ଉପରେ ଚିନ୍ତା ଘାରି ବସିଛି । ତେବେ ନେପାଳ ସରକାର ବର୍ତ୍ତମାନ ଠାରୁ ପରିସ୍ଥିତି ଯେପରି ଖରାପ ନ ହୁଏ , ସେ ନେଇ ଭିନ୍ନ ଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ତେବେ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଲା । ଆପଣ ମାନେ ସମସ୍ତେ ଜାଣିଥିବେ ଯେ , ଋଷ ଏବଂ ୟୁକ୍ରେନ ମଧ୍ୟରେ ଜୋରଦାର ଯୁ-ଦ୍ଧ ଚାଲିଛି । ଆଉ ଏହି ଯୁ-ଦ୍ଧ କାରଣରୁ ତେଲ ସମସ୍ୟା ଦେଖା ଦେଇଛି ।

ଏହି ଯୁ-ଦ୍ଧ ଅନ୍ତ କେବେ ହେବ ସେ ବିଷୟରେ ଆଦୌ କିଛି କହି ହେବ ନାହିଁ କାରଣ କେହି ମଧ୍ୟ ମୁଣ୍ଡ ନୁଆଁଇବାକୁ ରାଜି ନାହାଁନ୍ତି । ତେବେ ଆପଣ ସମସ୍ତେ ଜାଣିଛନ୍ତି ଯେ , ଋଷ ବିଶ୍ୱର ଏକ ସବୁଠାରୁ ବଡ଼ ତେଲ ଉତ୍ପାଦନକାରୀ ରାଷ୍ଟ୍ର । କିନ୍ତୁ ଏଭଳି ଯୁ-ଦ୍ଧ ପରିସ୍ଥିତି ଯୋଗୁଁ ଅନେକ ଦେଶ ଋଷ ଉପରେ ତେଲ ପାଇଁ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ଏବଂ ଇରାନ ଏବଂ ଭେନେଜୁଏଲା ଉପରେ ମଧ୍ୟ ପେଟ୍ରୋଲିୟମ ବିକ୍ରୟ ଉପରେ ମଧ୍ୟ କ-ଟକ-ଣା ଲଗାଯାଇଛି । କରୋନା ମହାମାରୀ ପରେ ନେପାଳ ଆର୍ଥିକ ସ-ଙ୍କ-ଟ ଦେଇ ଗତି କରୁଛି । ତେବେ ଏସବୁ ମଧ୍ୟରେ ବିଶ୍ୱ ବଜାରରେ ତେଲ ଦର ବୃଦ୍ଧି ନେପାଳ ସରକାରଙ୍କର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।

ତେବେ ଏଭଳି ସମସ୍ୟାର ମୁକାବିଲା କରିବାପାଇଁ ନେପାଳ ସରକାର ବର୍ତ୍ତମାନ ଠାରୁ ନୂତନ ପଦକ୍ଷେପ ନେବା ଆରମ୍ଭ କରିଦେଲେଣି । ତୈଳ ସଙ୍କଟରୁ ମୁକ୍ତି ପାଇବା ଓ ଗଚ୍ଛିତ ତେଲକୁ ସଞ୍ଚୟ କରିବା ପାଇଁ ନେପାଳ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଇନ୍ଧନ ଖର୍ଚ୍ଚ ହ୍ରା-ସ କରିବା ପାଇଁ ନେପାଳ ସରକାର ଚଳିତ ମାସରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସପ୍ତାହକୁ ଦୁଇ ଦିନିଆ ଛୁଟି ଘୋଷଣା କରିବାକୁ ଚିନ୍ତା କରୁଛନ୍ତି । ତେବେ ଏଭଳି ହେଲେ କର୍ମଚାରୀମାନେ ଅଧିକ ସମୟ ଘରେ ରହିବେ ଏବଂ ସେମାନଙ୍କ ଯାନବାହନରେ ଯାତାୟତ କମ ହେବ ତେଣୁ ତେଲ ସଞ୍ଚୟ ହେବା ସହ ସେଥିରେ ହେବାକୁ ଥିବା ଖର୍ଚ୍ଚ ବଞ୍ଚିଯିବ ବୋଲି କୁହାଯାଇଛି ।

ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ନେପାଳର କରୋନା ମହାମାରୀ କାରଣରୁ ପାଣ୍ଠି ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇଯାଉଛି । ସରକାରୀ ମୁଖପାତ୍ର ଜୟନେନ୍ଦ୍ର ବାହାଦୂର କାର୍କି ଗଣମାଧ୍ୟମକୁ କହିଛନ୍ତି ଯେ , ସରକାର ଏହି ବା-ବ-ଦରେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି । ସେ କହିଛନ୍ତି ଯେ ପ୍ରସ୍ତାବ ଆସିଛି କିନ୍ତୁ ଏହା ଉପରେ ଏବେ ବି-ଚା-ର କରାଯାଉଛି । ତେବେ ଅନ୍ୟପକ୍ଷରେ ପ୍ରାୟତଃ ଦୁଇ ମାସ ଧରି ଚାଲିଥିବା ଋଷ ଏବଂ ୟୁକ୍ରେନ ଯୁ-ଦ୍ଧ କାରଣରୁ ବିଶ୍ୱ ବଜାରରେ ତେଲ ଦର ବହୁମାତ୍ରାରେ ବୃଦ୍ଧି ପାଇଛି । ତେବେ ଦେଖାଯାଉ ଆଗକୁ ନେପାଳ କଣ ପଦକ୍ଷେପ ନେଉଛି ।

Leave a Reply

Your email address will not be published. Required fields are marked *