ରଙ୍ଗ ନମ୍ବରରେ ହେଲା ପ୍ରେମ । ଆଉ ଶେଷରେ ପ୍ରେମରେ ପାଗଳ ହୋଇ ଫେ-ରାର ହେଲେ ସ୍ୱାମୀ ସ୍ତ୍ରୀ ।

କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆପଣ ମାନେ ଏଭଳି ଶୁଣିଥିବେ ଯେ କେଉଁଠି ସ୍ୱାମୀ ଥାଉ ଥାଉ ସ୍ତ୍ରୀ ଆଉ କାହା ସହିତ ଫେ-ରାର ହୋଇ ଯାଉଛି ତ ଆଉ କେଉଁଠି ସ୍ତ୍ରୀ ସ୍ୱାମୀ ଥାଉ ଥାଉ ଆଉ କାହା ସହିତ ପଳାଇ ଯାଉଛି । କିନ୍ତୁ ଏହା ପ୍ରଥମ ଥର ଯେ ସ୍ୱାମୀ ସ୍ତ୍ରୀ ଉଭୟ ଅନ୍ୟ ଲୋକ ସହିତ ପ୍ରେମରେ ପଡ଼ି ଫେ-ରାର ହୋଇ ଯାଇଛନ୍ତି ।

ଯାହା ଏକ ଅଜବ ଘ-ଟଣା କହିଲେ ଚଳେ । ରଙ୍ଗ ନମ୍ବରରେ ବାରମ୍ବାର କଲ ଆସୁଥିଲା । ଯେଉଁଥିରେ ସ୍ୱାମୀ ସ୍ତ୍ରୀ ଗପୁଥିଲେ । ଆଉ ପ୍ରେମ ହେବା ପରେ ପ୍ରେମ ନି-ଶା ଏତେ ଘାରିଲା ଯେ ଉଭୟ ସ୍ୱାମୀ ସ୍ତ୍ରୀ ଘରେ ସାତ ବର୍ଷର ପୁଅକୁ ଛାଡ଼ିଦେଇ ଯେ ଯାହାର ଅନ୍ୟତ୍ର ବିବାହ କରି ପଳାଇ ଗଲେ ।

ଆପଣ ମାନେ ଭାବୁଥିବେ ଯେ ଏମିତିବି କଣ ପ୍ରେମ ହୁଏ , ଯାହାକୁ ମନୁଷ୍ୟକୁ ଏତେ ତଳକୁ ଖସାଇ ଦିଏ । ପରକିୟା ପ୍ରୀତି ପାଇଁ ଆଜି ନିଜ ସନ୍ତାନ ମଧ୍ୟ ପର ହୋଇ ଯାଇଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଝିଲା ପଞ୍ଚାୟତର ଶବରପଡ଼ା ଗାଁରେ ଏଭଳି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ।

ଏହି ଗାଁର ମଣିଆ ଭକ୍ତା ବାଲେଶ୍ଵର ଅଞ୍ଚଳ ଲକ୍ଷ୍ମୀ ଭକ୍ତାଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପର୍ଯ୍ୟନ୍ତ ପରିବାର ବେଶ ହସଖୁସିରେ ଚାଲିଥିଲା । ଏହାରି ଭିତରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା । ପୁଅ ମଧ୍ୟ ଧୀରେ ଧୀରେ ବଡ଼ ହେଉଥିଲା । ଏପଟେ ପରିବାର ପୋଷିବା ପାଇଁ ସ୍ୱାମୀ ମଣିଆ ବାହାରେ କାମ କରି ପରିବାର ଚଳାଉଥିଲେ ।

ଏପଟେ ସ୍ୱାମୀର ଅନୁପସ୍ଥିତିରେ ସ୍ତ୍ରୀ ଆଉ କାହା ସହିତ ଫୋନରେ ଘଣ୍ଟା ଘଣ୍ଟା ଧରି ଗପୁଥିଲା । ଏହି ରଙ୍ଗ ନମ୍ବର ପରିବାର ମଧ୍ୟରେ ଝଡ଼ ସୃଷ୍ଟି କରିବା ସହିତ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମତାନ୍ତର ସୃଷ୍ଟି କଲା । ଏହାର କିଛି ଦିନ ପରେ ସ୍ତ୍ରୀ ଘର ଛାଡ଼ି ପ୍ରେମିକ ସହିତ ବିବାହ କରି ଅନ୍ୟତ୍ର ପଳାଇ ଗଲା ।

ଆଉ ଏହାପରେ ସ୍ୱାମୀ ମଧ୍ୟ ଘରେ ପୁଅକୁ ଛାଡ଼ି ଅନ୍ୟ ମହିଳାକୁ ବିବାହ କରି କେରଳରେ ଯାଇ ରହୁଛି । ତେବେ ଏହାପରେ ମଣିଆର ଭାଉଜ ଭିକ ମାଗି ପିଲାଟିକୁ ପୋଷୀଛନ୍ତି । ମାତ୍ର ପରିଣତ ବୟସରେ ସେ ଆଉ କେତେ ଦିନ ପିଲାଟିକୁ ପୋଷିବେ କହି ସରକାରଙ୍କୁ ପିଲାଟିକୁ ପାଠ ପଢ଼ା ଏବଂ ରହିବା ପାଇଁ ସାହାଯ୍ୟ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *